Advertisment

ଅସ୍ତ୍ରଶସ୍ତ୍ର ଆମଦାନୀରେ ବିଶ୍ୱର ବଡ଼ କ୍ରେତା ଭାରତ

ବିଶ୍ୱର ପ୍ରମୁଖ ଅସ୍ତ୍ରଶସ୍ତ୍ର ଆମଦାନୀକାରୀଙ୍କ ମଧ୍ୟରେ ଭାରତ ଏବଂ ସାଉଦି ଆରବ ସ୍ଥାନ ନେଇଛି।

ଅଦ୍ୟତନ ହୋଇଛି
arms importer

arms importer

Advertisment

ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଭାବେ ବିଶ୍ୱର ଟପ୍ ଦେଶମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନ ବଜାୟ ରଖିଛି ଭାରତ। ଅସ୍ତ୍ରଶସ୍ତ୍ର ଆମଦାନୀ ହ୍ରାସ କରିଥିଲେ ହେଁ ଏହାର ପ୍ରଭାବ ଏହି ସୂଚି ଉପରେ ପଡ଼ିନି। ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (SIPRI) ଦ୍ୱାରା କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ, ୟୁରୋପୀୟ ଦେଶଗୁଡ଼ିକ ପ୍ରଚୁର ପରିମାଣର ଅସ୍ତ୍ରଶସ୍ତ୍ର ଆମଦାନୀ କରିଆସୁଛନ୍ତି।

Advertisment

ବିଶ୍ୱର ପ୍ରମୁଖ ଅସ୍ତ୍ରଶସ୍ତ୍ର ଆମଦାନୀକାରୀଙ୍କ ମଧ୍ୟରେ ଭାରତ ଏବଂ ସାଉଦି ଆରବ ସ୍ଥାନ ନେଇଛି। ଆମେରିକା ଏବଂ ଅନ୍ୟ ଚାରି ଦେଶ ଅସ୍ତ୍ରଶସ୍ତ୍ର ରପ୍ତାନୀର ତିନି-ଚତୁର୍ଥାଂଶରୁ ଅଧିକ ଯୋଗାଉଛି।

୨୦୧୩-୧୭ରୁ ୨୦୧୮-୨୨ ମଧ୍ୟରେ ପ୍ରମୁଖ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରଗୁଡିକ ଅସ୍ତ୍ରଶସ୍ତ୍ର ଆମଦାନୀ ୪୭ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ କି ସମାନ ଅବଧିରେ ଭିତରେ ବିଶ୍ୱର ଅସ୍ତ୍ରଶସ୍ତ୍ର ପରିବହନ ପରିମାଣ ୫.୧ ପ୍ରତିଶତ ହ୍ରାସ ପାଇଛି।

Advertisment

୨୦୨୨ ମସିହାରେ ୟୁକ୍ରେନକୁ ୨୯ଟି ଦେଶ ଅସ୍ତ୍ର ଯୋଗାଇ ଦେଇଥିଲା। ୟୁକ୍ରେନକୁ ଏକ ପ୍ରମୁଖ ଅସ୍ତ୍ର ଯୋଗାଣକାରୀ ଭାବେ ଆମେରିକା ଉଭା ହୋଇଛି, ଯାହା ସମୁଦାୟ ଅସ୍ତ୍ରଶସ୍ତ୍ର ଆମଦାନୀର ୩୫ ପ୍ରତିଶତ ଦେଇଛି।

SIPRI ର ବିଶ୍ଳେଷଣରେ ପାକିସ୍ତାନ ଏବଂ ଚୀନ୍ ସହିତ ଚାଲିଥିବା ତିକ୍ତତା ପାଇଁ ଅସ୍ତ୍ରଶସ୍ତ୍ର ଆମଦାନୀ ପାଇଁ ଭାରତର ଆବଶ୍ୟକତା ବଢ଼ିଛି। ୨୦୧୮-୨୨ ଭିତରେ ସମୁଦାୟ ବିଶ୍ୱ ଅସ୍ତ୍ରଶସ୍ତ୍ର ଆମଦାନିର ୧୧ ପ୍ରତିଶତ ଭାରତ ନାଁରେ ରେକର୍ଡ ହୋଇଛି।

ଭାରତକୁ ବୃହତ୍ତମ ଅସ୍ତ୍ର ଯୋଗାଣକାରୀ ଦେଶ ରୁଷ ଥିଲା, କିନ୍ତୁ ଏହାର ସେୟାର ୨୦୧୩-୧୭ରୁ ୨୦୧୮-୨୨ ପର୍ଯ୍ୟନ୍ତ ପ୍ରାୟ ୧୯ ପ୍ରତିଶତ ହ୍ରାସ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ, ୨୦୧୮-୨୨ ମଧ୍ୟରେ ଭାରତ ବିଶ୍ୱର ସର୍ବୋଚ୍ଚ ଅସ୍ତ୍ର ଆମଦାନୀକାରୀ ଭାବରେ ଉଭା ହୋଇଛି। ଯଦିଓ ୨୦୧୩-୧୭ ତୁଳନାରେ ଏହାର ଅସ୍ତ୍ର ଆମଦାନୀ ୧୧ ପ୍ରତିଶତ ହ୍ରାସ ପାଇଛି। ଭାରତୀୟ ଅସ୍ତ୍ରଶସ୍ତ୍ର ଆମଦାନୀରେ ହ୍ରାସର କାରଣ ହେଉଛି; କ୍ରୟ ପ୍ରକ୍ରିୟାର ମନ୍ଥର ଗତି, ଅସ୍ତ୍ର ଯୋଗାଣକାରୀଙ୍କ ଠାରୁ ଉନ୍ନତମାନର ଅସ୍ତ୍ର ଆଣିବା ପାଇଁ ପ୍ରୟାସ ଏବଂ ଘରୋଇ ଉତ୍ପାଦିତ ଅସ୍ତ୍ର ଆଡକୁ ପରିବର୍ତ୍ତନ।

ରୁଷ, ଫ୍ରାନ୍ସ ଏବଂ ଇସ୍ରାଏଲ ପାଇଁ ଭାରତ ହେଉଛି ବୃହତ୍ତମ ଅସ୍ତ୍ରଶସ୍ତ୍ର ରପ୍ତାନି ବଜାର।

ସେପଟେ ଅନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ପରିବହନର ପରିମାଣ ମଧ୍ୟ ୫.୧ ପ୍ରତିଶତକୁ ହ୍ରାସ ପାଇଛି। ଅପରପକ୍ଷେ, ୨୦୨୨ ମସିହାରେ ୟୁକ୍ରେନ ଅସ୍ତ୍ରଶସ୍ତ୍ରର ଏକ ପ୍ରମୁଖ ଆମଦାନୀକାରୀ ହୋଇପାରିଥିଲା। ୨୦୧୩-୧୭ରୁ ୨୦୧୮-୨୨ ମଧ୍ୟରେ ୟୁରୋପୀୟ ଦେଶମାନଙ୍କ ଅସ୍ତ୍ରଶସ୍ତ୍ରର ଆମଦାନୀ ୪୭ ବୃଦ୍ଧି ପାଇଥିଲା। ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏହାର ଏକ ବଡ଼ ଭୂମିକା ଗ୍ରହଣ କରିଥିବା ଅନୁମାନ କରାଯାଉଛି।

୧୯୯୧ରେ ସ୍ୱାଧୀନତା ପରଠାରୁ ୨୦୨୧ ପର୍ଯ୍ୟନ୍ତ ୟୁକ୍ରେନ ବହୁତ କମ୍ ଅସ୍ତ୍ର ଆମଦାନୀ କରିଥିଲା। ତେବେ ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଏହାର ଚିତ୍ର ବଦଳିଗଲା। ଯେହେତୁ ଆମେରିକା ଏବଂ ଅନେକ ୟୁରୋପୀୟ ରାଜ୍ୟ ୟୁକ୍ରେନକୁ ବହୁ ପରିମାଣର ସାମରିକ ସହାୟତା ପଠାଇବାକୁ ଲାଗିଲେ।

୨୦୨୨ ମସିହାରେ ୟୁକ୍ରେନକୁ ଅସ୍ତ୍ର ଯୋଗାଉଥିବା ୨୯ଟି ଦେଶ ମଧ୍ୟରୁ ଆମେରିକା ଅଗ୍ରଣୀ ଯୋଗାଣକାରୀ ଭାବରେ ରହିଆସିଛି। ଯାହା ୟୁକ୍ରେନ୍‌ର ଅସ୍ତ୍ରଶସ୍ତ୍ର ଆମଦାନୀର ୩୫ ପ୍ରତିଶତ ଅଟେ।

ରିପୋର୍ଟରେ ଦର୍ଶାଯାଇଛି ଯେ ଜାରି ରହିଥିବା ଭୌଗୋଳିକ ତଥା ସୀମା ତିକ୍ତତା ଅସ୍ତ୍ରଶସ୍ତ୍ର ଆମଦାନୀ ପାଇଁ ଚାହିଦା ସୃଷ୍ଟି କରିଛି। ଯଦିଓ ବିଶ୍ୱ ବଜାରରେ ଭାରତ ଏକ ପ୍ରମୁଖ ବାଣିଜ୍ୟକାରୀ, ତେବେ ସ୍ୱଦେଶୀ ପ୍ରତିରକ୍ଷା ଉପକରଣ ଉତ୍ପାଦନ କରିବା ଆରମ୍ଭ କରିଥିବାରୁ ଗତ କିଛି ବର୍ଷ ମଧ୍ୟରେ ଆମଦାନୀ ପ୍ରକ୍ରିୟା କମିଛି।

ଅନ୍ୟପଟେ SIPRIର ଅନ୍ୟଏକ ରିପୋର୍ଟ ମୁତାବକ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ୩୩ ପ୍ରତିଶତ ହ୍ରାସ ପାଇଛି। ଯେତେବେଳେ କି ଚାଇନାର ଅସ୍ତ୍ରଶସ୍ତ୍ର କ୍ରୟକାରୀଙ୍କ ମଧ୍ୟରେ ପାକ୍ ବଡ଼ ଭୂମିକା ନେଇଛି।

India-china Border Tension Security Agency
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe