Advertisment

କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂହଙ୍କୁ ଆତଙ୍କବାଦୀ ଘୋଷଣା କଲା ଭାରତ

ଏହି ୩୩ ବର୍ଷୀୟ ଗ୍ୟାଙ୍ଗଷ୍ଟର ଲଖିବୀରକୁ କଡ଼ା ଆତଙ୍କବାଦୀ ବିରୋଧି ଆଇନ UAPA ଆକ୍ଟ୍‌ ଅନୁଯାୟୀ ଡେଜିଗ୍‌ନେଟେଡ୍‌ ଟେରରିଷ୍ଟ୍‌ ଘୋଷଣା କରାଯାଇଛି।

author-image
Madhupriya Mistry
Gangster Lakhbir Singh Landa

Gangster Lakhbir Singh Landa

ଆତଙ୍କବାଦୀ ଘୋଷିତ ହେଲା କାନାଡାର ଗ୍ୟାଙ୍ଗଷ୍ଟର ଲଖବୀର ସିଂହ ଲାଣ୍ଡା। କେନ୍ଦ୍ର ଗୃହମନ୍ତ୍ରାଳୟ ଲଖବୀର ସିଂହକୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ନେଇ ଏକ ବିଜ୍ଞାପ୍ତି ଜାରି କରି ସୂଚନା ଦେଇଛି। ଏହି ୩୩ ବର୍ଷୀୟ ଗ୍ୟାଙ୍ଗଷ୍ଟର ଲଖିବୀରକୁ କଡ଼ା ଆତଙ୍କବାଦୀ ବିରୋଧି ଆଇନ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌’ (ପ୍ରିଭେନ୍‌ସନ୍‌) ଆକ୍ଟ୍‌’ (ୟୁଏପିଏ) ଅନୁଯାୟୀ ଡେଜିଗ୍‌ନେଟେଡ୍‌ ଟେରରିଷ୍ଟ୍‌ ଘୋଷଣା କରାଯାଇଛି।

Advertisment

ପଞ୍ଜାବ ଅନ୍ତର୍ଗତ ତରନ ତାରନ ଜିଲ୍ଲାର ମୂଳ ବାସିନ୍ଦା ଲଖବୀର ଗତ କିଛି ବର୍ଷ ହେବ ଯାଇ କାନାଡାରେ ରହୁଛନ୍ତି। ଭାରତ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରରେ ସେ ସମ୍ପୃକ୍ତ ଥିବା କଥା ଜଣାପଡ଼ିଛି। କେବଳ ସେତିକି ନୁହେଁ ୨୦୨୧ରେ ମହୋଲି ପଞ୍ଜବାର ପୁଲିସ ହେଡ୍‌ କ୍ୱାଟର ଉପରେ ହୋଇଥିବା ରେକଟ ଆକ୍ରମଣରେ ମଧ୍ୟ ଲଖବୀର ସାମିଲ ଥିଲା।

୧୯୮୯ରେ ପଞ୍ଜାବର ତାରନ ତାରାନ ଜିଲ୍ଲାରେ ଜନ୍ମ ହୋଇଥିବା ଲାଣ୍ଡା ୨୦୧୭ରେ କାନାଡାକୁ ଫେରାର ହୋଇଯାଇଥିଲା। ଗୃହ ମନ୍ତ୍ରଣାଳୟ ତାକୁ କୁଖ୍ୟାତ ଖାଲିସ୍ତାନୀ ଗୋଷ୍ଠୀର ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ର ସଦସ୍ୟ ବୋଲି ଚିହ୍ନଟ କରିଛି। କୁହାଯାଉଛି ଯେ, ହରିନ୍ଦର ସିଂହ ଓରଫ ରିଣ୍ଡା ସହ ଲଣ୍ଡାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ରିଣ୍ଡା ହେଉଛି ପାକିସ୍ତାନରେ ରହୁଥିବା ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର। ଯିଏ ବି.କେ.ଆଇ ସହ ହାତ ମିଳାଇଛି। ରିଣ୍ଡାଙ୍କ ପାଖେ ପାଖେ ରହି ଲାଣ୍ଡା କେତେଗୁଡ଼ିଏ ଆତଙ୍କବାଦ ଘଟଣା ସଂରଚନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି।

Advertisment

ଭାରତରେ ଲାଣ୍ଡା ଅନେକ ବଡ଼ ଆକ୍ରମଣ କରିଛି। ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଲାଣ୍ଡା କେବଳ ମୋହାଲିରେ ହୋଇଥିବା ରକେଟ ଆକ୍ରମଣ ପାଇଁ ଦାୟୀ ନୁହେଁ ବରଂ ସୀମା ଆରପଟୁ ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ ବିଭିନ୍ନ ମଡ୍ୟୁଲକୁ ଆଇଇଡି, ଅସ୍ତ୍ରଶସ୍ତ୍ର, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଯୋଗାଣରେ ମଧ୍ୟ ସାମିଲ ଥିଲା।

Terrorist UAPA Act MHA Gangster Lakhbir Singh Landa