Advertisment

କତାରରେ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ବିରୋଧରେ ଭାରତର ଆବେଦନ

ପ୍ରାୟ ବର୍ଷେ ଧରି ଜେଲ୍‌ରେ ରଖିବା ପରେ ଗତ ମାସରେ ସେମାନଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।

Jail

Jail

Advertisment

କତାରରେ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିବା ବେଳେ ଭାରତ ସରକାର ଆଜି ଏହା ବିରୋଧରେ ଆବେଦନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।

Advertisment

ଗତ ଅକ୍ଟୋବର ମାସରେ କତାରର ଏକ କୋର୍ଟ ଏହି ଦଣ୍ଡାଦେଶ ଦେଇଥିଲେ। ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା। ତେବେ ଗତ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଭାରତୀୟ ଦୂତାବାସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ପ୍ରାୟ ବର୍ଷେ ଧରି ଜେଲରେ ରଖିବା ପରେ ଗତ ମାସରେ ସେମାନଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଆଜି କହିଛନ୍ତି, କୋର୍ଟ ଦେଇଥିବା ରାୟକୁ ଗୁପ୍ତ ରଖାଯାଇଛି। ସେ ସଂପର୍କିତ ତଥ୍ୟ ଲିଗାଲ ଟିମ୍‌କୁ ଦିଆଯାଇଛି। ଆଇନର ସବୁ ଦିଗକୁ ତର୍ଜମା କରିବା ପରେ ସେମାନଙ୍କୁ ମିଳିଥିବା ମୃତ୍ୟୁଦଣ୍ଡାଦେଶ ବିରୋଧରେ ଏକ ଆବେଦନ କରାଯାଇଛି। ଆମେ କତାର କର୍ତ୍ତୃପକ୍ଷଙ୍କ ଯୋଗାଯୋଗରେ ମଧ୍ୟ ଅଛୁ। ଆମେ ଉକ୍ତ ଅଧିକାରୀମାନଙ୍କ ପରିବାର ଲୋକଙ୍କ ସହିତ ମଧ୍ୟ ଯୋଗେଯୋଗରେ ଅଛୁ।

Advertisment

ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କତାରର ଏକ କଂପାନୀରେ କାମ କରୁଥିଲେ। ସେମାନେ ହେଉଛନ୍ତି- କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକାର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ। ସେମାନେ ବାରମ୍ବାର ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ସବୁ ଖାରଜ ହୋଇଯାଇଥିଲା।

Indian Navy Qatar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe