Advertisment

India-US Trade Deal: ଚାଇନା, ପାକିସ୍ତାନ, ବାଂଲାଦେଶ ତୁଳନାରେ ଭାରତକୁ ବଡ଼ ଟାରିଫ ଫାଇଦା

ରୁଷ ତେଲ ଆମଦାନୀ ସହ ଜଡ଼ିତ ଜୋରିମାନା ଶୁଳ୍କକୁ ଆମେରିକା ହଟାଇ ଦେଇଛି। ଏବେ ଭାରତ ଉପରେ କେବଳ ସଂଶୋଧିତ ପାରସ୍ପରିକ ବା ରେସିପ୍ରୋକାଲ ଟାରିଫ ଲାଗୁ ହେବ। ନୂଆ ଟାରିଫ ନୀତି ପରେ ଏସିଆର ବିଭିନ୍ନ ରପ୍ତାନୀକାରୀ ଅର୍ଥନୀତିକ ଦେଶଗୁଡ଼ିକ ମଧ୍ୟରେ ଭାରତର ପଲ୍ଲା ଭାରୀ ହୋଇ ଯାଇଛି।

Tariff

ଜିନପିଙ୍ଗ, ଟ୍ରମ୍ପ, ମୋଦି ଓ ଶେହବାଜ

Advertisment

ଭାରତ-ଆମେରିକା ବାଣିଜ୍ୟ ଡିଲ ପରେ ନୂଆଦିଲ୍ଲୀକୁ ମିଳିଛି ବଫ ଫାଇଦା। ରୁଷ ଠାରୁ ତେଲ କିଣିବା ପାଇଁ ଓ ପାରସ୍ପରିକ ଟାରିଫ ନୀତି ଅନୁସାରେ ଆମେରିକା(US) ପକ୍ଷରୁ ଭାରତୀୟ ଦ୍ରବ୍ୟ ଗୁଡ଼ିକ ଉପରେ ଲାଗୁ ହେଉଥିଲା ୫୦% ଶୁଳ୍କ। କିନ୍ତୁ ଟ୍ରେଡ ଡିଲ ପରେ ଏହା ୧୮%କୁ ଖସି ଆସିଛି।

Advertisment

ଦୀର୍ଘ ଦିନ ଧରି ଭାରତ( India) ଓ ଆମେରିକା ମଧ୍ୟ ବାଣିଜ୍ୟ ଡିଲକୁ ନେଇ ଚାଲିଥିବା ଆଲୋଚନା ସଫଳ ହୋଇଥିବା ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଡିଲ ପରେ ଆମେରିକା ଜୋରିମାନା ଉଚ୍ଛେଦ କରିବା ସହ ମୋଟ ଉପରେ ଟାରିଫକୁ ୧୮%କୁ ଖସାଇ ଦେଇଛି। 

ରୟଟର୍ସକୁ ହ୍ୱାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ରୁଷ ତେଲ ଆମଦାନୀ ସହ ଜଡ଼ିତ ଜୋରିମାନା ଶୁଳ୍କକୁ ଆମେରିକା ହଟାଇ ଦେଇଛି। ଏବେ ଭାରତ ଉପରେ କେବଳ ସଂଶୋଧିତ ପାରସ୍ପରିକ ବା ରେସିପ୍ରୋକାଲ ଟାରିଫ ଲାଗୁ ହେବ। ନୂଆ ଟାରିଫ ନୀତି ପରେ ଏସିଆର ବିଭିନ୍ନ ରପ୍ତାନୀକାରୀ ଅର୍ଥନୀତିକ ଦେଶଗୁଡ଼ିକ ମଧ୍ୟରେ ଭାରତର ପଲ୍ଲା ଭାରୀ ହୋଇ ଯାଇଛି। ଇଣ୍ଡୋନେସିଆ, ବାଂଲାଦେଶ, ଭିଏତନାମ, ଚାଇନା ଓ ପାକିସ୍ତାନ ତୁଳନାରେ ଭାରତୀୟ ଦ୍ରବ୍ୟଗୁଡ଼ିକ ଉପରେ କମ ଟାରିଫ ଲାଗୁ କରିବ ଆମେରିକା। 

Advertisment

ଭାରତୀୟ ଦ୍ରବ୍ୟ ଉପରେ ଆମେରିକା ୧୮% ଟାରିଫ ଲାଗୁ କରିବାକୁ ଯାଉଥିବା ବେଳେ ଚାଇନା ଉପରେ ୩୭%, ବ୍ରାଜିଲ ଉପରେ ୫୦%, ଦକ୍ଷିଣ ଆଫ୍ରିକା ଉପରେ ୫୦%, ମିଆଁମାର ଉପରେ ୪୦% ଓ ଲାଓସ ଉପରେ ୪୦% ଟାରିଫ ଲାଗୁ ହେବ। ସେହିପରି ଭାରତ ସହ ଦକ୍ଷିଣପୂର୍ବ ଏସିଆ ଦେଶଗୁଡ଼ିକର ତୁଳନା କଲେ ବାଂଲାଦେଶ ଉପରେ ୨୦%, ଭିଏତନାମ ଉପରେ ୨୦%, ମାଲେସିୟା ଉପରେ ୧୯%, କାମ୍ବୋଡିଆ ଉପରେ ୧୯%, ଥାଇଲ୍ୟାଣ୍ଡ ଉପରେ ୧୯% ଓ ପାକିସ୍ତାନ ଉପରେ ୧୯% ଟାରିଫ ନିୟମକୁ ଆମେରିକା ବଳବତ୍ତର ରଖିଛି। 

କିନ୍ତୁ ଭାରତ ଠାରୁ ଏକାଧିକ ରାଷ୍ଟ୍ର ଗୁଡ଼ିକ ଉପରେ ଆମେରିକା କମ ମାତ୍ରାରେ ଟାରିଫ ଲାଗୁ କରୁଛି। ସେମାନେ ହେଲେ ୟୁରୋପୀୟ ୟୁନିୟନ ୧୫%, ଜାପାନ ୧୫%, ଦକ୍ଷିଣ କୋରିଆ ୧୫%, ସ୍ୱିଜରଲ୍ୟାଣ୍ଡ ୧୫% ଓ ବ୍ରିଟେନ ୧୫%। ଏହି ତୁଳନାତ୍ମକ ଚିତ୍ରକୁ ଦେଖିଲେ ସ୍ପଷ୍ଟ ହୋଇଛି ଯେ ଆମେରିକା ବେଶ ଗୁରୁତ୍ୱର ଭାବେ ଭାରତକୁ ବିବେଚନା କରୁଛି। 

US India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe