Advertisment

Middle East War: ରୁଷୀୟ ତେଲ କିଣିବା ପାଇଁ ଭାରତକୁ ଆମେରିକାର ୩୦ ଦିନିଆ ଅନୁମତି

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱ ତୈଳ ମାର୍କେଟ ଉପରେ ଚାପ ପଡ଼ୁଛି। ଯୋଗାଣ ବାଧ୍ୟପ୍ରାପ୍ତ ହୋଇଛି। ଏସବୁ ଭିତରେ ଭାରତକୁ ରୁଷୀୟ ତେଲ କିଣିବାକୁ ଆମେରିକା ମାସକ ପାଇଁ ଅନୁମତି ଦେଇଛି।

author-image
Hemant Lenka
Trump1

ଟ୍ରମ୍ପ ଓ ମୋଦି

Middle East War Updates: ଭାରତ ଆସନ୍ତା ୩୦ ଯାଏ ରୁଷ ଠାରୁ ତେଲ କିଣି ପାରିବ। ସମୁଦ୍ର ପଥରେ ତେଲ ଧରି ଛିଡ଼ା ହୋଇଥିବା ରୁଷୀୟ ଜାହାଜ ଠାରୁ ଭାରତ ଏହା କ୍ରୟ କରିପାରିବ। ଏଥିପାଇଁ କୌଣସି ପ୍ରକାରର କଟକଣା ଲାଗୁ ହେବନି ବୋଲି ଆମେରିକା କହିଛି।

Advertisment

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱ ତୈଳ ମାର୍କେଟ ଉପରେ ଚାପ ପଡ଼ୁଛି। ଯୋଗାଣ ବାଧ୍ୟପ୍ରାପ୍ତ ହୋଇଛି। ଏସବୁ ଭିତରେ ଭାରତକୁ ରୁଷୀୟ ତେଲ କିଣିବାକୁ ଆମେରିକା ମାସକ ପାଇଁ ଅନୁମତି ଦେଇଛି। ଆମେରିକା ଅନୁମିତି ସେହି ରୁଷୀୟ ତୈଳ ଶିପମେଣ୍ଟଗୁଡ଼ିକ ପାଇଁ ଲାଗୁ ହେବ ଯେଉଁଗୁଡ଼ିକ ଆମେରିକାର ନୂଆ କଟକଣା ପୂର୍ବରୁ ଟ୍ୟାଙ୍କରରେ ଲୋଡ ହୋଇ ସାରିଥିବ।

କଟକଣା ଲାଗୁ ହେବା ପରେ ଟ୍ୟାଙ୍କରରେ ଲୋଡ ହୋଇଥିବା ତେଲର କ୍ରେତା ମିଳି ନଥିଲେ। ତେଣୁ ଲୋଡ ଡୋଇଥିବା ରୁଷୀୟ ତେଲକୁ ଭାରତ କ୍ରୟ କରିପାରିବ। ଅଧିକାରୀଙ୍କ କହିବା କଥା ଯେ ଏପରି ପଦକ୍ଷେପ ଦ୍ୱାରା ପଣ୍ୟବାହୀ ଜାହାଜଗୁଡ଼ିକ ଅଫ ଲୋଡ କରିପାରିବେ ଓ ଏହାକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଭାରତକୁ ବିକ୍ରି କରିପାରିବେ। ଯୋଗାଣ ବିଭ୍ରାଟକୁ ଏହା ରୋକିବ ଓ ବିଶ୍ୱ ଶକ୍ତି ବଜାରରୁ ଆହୁରି ମଜବୁତ କରିପାରିବ ବୋଲି ଆମେରିକା ଆଶା ରଖିଛି। 

Advertisment

ଏହି ଖବରକୁ ନିଶ୍ଚିତ କରି ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ ବେସେଣ୍ଟ କହିଛନ୍ତି ଯେ ଭାରତ ହେଉଛି ଆମେରିକାର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ତେଲ କିଣିବାର ଅନ୍ତରୀଣ ଅନୁମତି ଇରାନ ଦ୍ୱାରା ବିଶ୍ୱ ଶକ୍ତି ମାର୍କେଟକୁ କବଜା କରିବା ପାଇଁ ଉଦ୍ୟମର ପ୍ରଭାବକୁ ହ୍ରାସ କରିବ।

ଆମର ଆଶ ନୂଆଦିଲ୍ଲୀ ଆଗକୁ ଆମେରିକା ତୈଳ କିଣିବାକୁ ମଧ୍ୟ ପଦକ୍ଷେପ ନେବ। ବିଶ୍ୱ ବଜାରକୁ ତୈଳ ଯୋଗାଣ ଜାରି ରଖିବା ପାଇଁ ଆମେରିକା ୩୦ ଦିନିଆ କୋହଳ ନୀତି ଆପଣାଉଛି। ଏହି ସମୟରେ ଭାରତୀୟ କମ୍ପାନୀଗୁଡ଼ିକ ରୁଷୀୟ ତେଲ କିଣି ପାରିବେ।

ଏହି ଅସ୍ଥାୟୀ କୋହଳ ନୀତି ସମୁଦ୍ରରେ ପୂର୍ବରୁ ରହିଥିବା ଜାହାଜଗୁଡ଼ିକ ପାଇଁ ହିଁ ଲାଗୁ ହେବ। ଏହା ମସ୍କୋକୁ ଆର୍ଥିକ ସ୍ତରରେ ସେତେଟା ଫାଇଦା ଦେବ ନାହିଁ ବୋଲି ସେ କହିଛନ୍ତି। 

Middle East war updates