Advertisment

ଭାରତକୁ ମିଳିଲା ଦ୍ୱିତୀୟ ଆଣବିକ ବୁଡ଼ା ଜାହାଜ INS Arighaat

ସ୍ୱଦେଶ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା INS Arighaatରେ ଅନେକ ପ୍ରକାରର ନୂତନ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି।

ଅଦ୍ୟତନ ହୋଇଛି
INS Arighat

INS Arighat

Advertisment

ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। ଭାରତକୁ ମିଳିଛି ଦ୍ୱିତୀୟ ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ା ଜାହାଜ। ଆଜି ଭାରତୀୟ ନୌସେନାରେ ବିଧିବଦ୍ଧ ଭାବେ ସାମିଲ ହୋଇଛି INS ଅରିହାଟ। ଏହାକୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ସାମିଲ କରାଯାଇଛି। ସ୍ୱଦେଶ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା INS Arighaatରେ ଅନେକ ପ୍ରକାରର ନୂତନ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ INS Arighatକୁ ଭାରତୀୟ ନୌସେନାରେ ସାମିଲ କରାଇଛନ୍ତି। 

Advertisment

ଆଣବିକ ଇନ୍ଧନରେ ଚାଲୁଥିବା ଓ ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଏହି ବୁଡ଼ାଜାହାଜ ଅରିହନ୍ତ ଶ୍ରେଣୀର ଏକ ଅତ୍ୟାଧୁନିକ SSBN ଅଟେ। ଏହା ବିଶାଖାପଟନମରେ ଅବସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ତିଆରି ହୋଇଛି। ଏହାର ଓଜନ ପ୍ରାୟ ୬୦୦ ଟନ। ଲମ୍ବ ପ୍ରାୟ ୧୧୩ ମିଟର। INS Arighaatର ବିମ୍ ୧୧ ମିଟର ଓ ଡ୍ରାଫ୍ଟ ହେଉଛି ୯.୫ ମିଟର।

ଏହା ପାଣି ତଳେ ୯୮୦ରୁ ୧୪୦୦ ଫୁଟ ଗଭୀରକୁ ଯାଇପାରିବ। ଏହାର ରେଞ୍ଜ ଅସୀମିତ। ଏହାର ଅର୍ଥ, ଯଦି ରକ୍ଷଣାବେକ୍ଷଣ ଠିକ ରହିଛି, ତେବେ ଏହା ଅସୀମିତ ସମୟ ପାଇଁ ସମୁଦ୍ର ଭିତରେ ସେବା ଯୋଗାଇ ପାରିବ।

Advertisment

INS Arighaatରେ 12 K15 SLBM ଖଞ୍ଜା ଯାଇଛି। ବୁଡ଼ାଜାହାଜରୁ ଉତକ୍ଷେପଣ ହେବାକୁ ଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସୀମା ୭୫୦ କିମି। ଏଥିରେ ଚାରୋଟି K4 କ୍ଷେପଣାସ୍ତ୍ର ମଧ୍ୟ ଅଛି, ଯାହାର ରେଞ୍ଜ ୩୫୦୦ କିମି। ଏହା ବ୍ୟତୀତ ବୁଡ଼ାଜାହାଜରେ ୨୧ ଇଞ୍ଚର ୬ଟି ଟର୍ପେଡୋ ଖଞ୍ଜା ହୋଇଛି।

ବୁଡ଼ାଜାହାଜ ଭିତରେ ଏକ ଆଣବିକ ରିଆକ୍ଟର ସ୍ଥାପିତ ହୋଇଛି, ଯାହା ଆଣବିକ ଇନ୍ଧନ ଜରିଆରେ ବୁଡ଼ାଜାହାଜକୁ ଜଳର ଉପରି ଭାଗରେ ଘଣ୍ଟା ପ୍ରତି ୨୮ କିମି ବେଗରେ ଓ ଗଭୀର ଜଳରେ ଘଣ୍ଟା ପ୍ରତି ୪୪ କିମି ବେଗରେ ଚଳାଚଳ କରିବ।

Indian Navy INS Arighat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe