Advertisment

Middle East War: ଭାରତରେ ତତ୍କାଳ ବଢ଼ିବନି ତୈଳ ଦର, ଅଛି ୨୫ ଦିନର ଷ୍ଟକ୍‌!

ଯୁଦ୍ଧ ଭିତରେ ଭାରତରେ ମଧ୍ୟ ହଠାତ୍‌ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ହେଲେ ଏବେ ଭାରତୀୟ ଗ୍ରାହକଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଭାରତ ସରକାରଙ୍କ ସୂତ୍ରରୁ ଆସିଛି।

Middle-East

ତୈଳ

Advertisment

Middle East War Updates: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ହର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରି ଦେଇଛି। ସେହିପରି ବିଭିନ୍ନ ତୈଳ ବିଶୋଧନାଗାର ଉପରେ ମଧ୍ୟ ଇରାନ ହମଲା କରିଛି। ଏଥିଯୋଗୁ ବିଶ୍ୱ ସପ୍ଲାଏ ଚେନ ପ୍ରଭାବିତ ହୋଇଥିବା ବେଳେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ମଧ୍ୟ ବୃଦ୍ଧି ପାଇଛି। 

Advertisment

ଏସବୁ ଭିତରେ ଭାରତରେ ମଧ୍ୟ ହଠାତ୍‌ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ହେଲେ ଏବେ ଭାରତୀୟ ଗ୍ରାହକଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଭାରତ ସରକାରଙ୍କ ସୂତ୍ରରୁ ଆସିଛି।

ସରକାର ଯୁଦ୍ଧ ଭିତରେ ମଧ୍ୟ ହଠାତ୍‌ ଦେଶରେ ତୈଳ ଦର ବୃଦ୍ଧି କରିବେ ନାହିଁ। ଯୁଦ୍ଧ ସତ୍ତ୍ୱେ ତୈଳ ମହଜୁଦ କରିବା କ୍ଷେତ୍ରରେ ଭାରତ ଭଲ ସ୍ଥିତିରେ ରହିଛି। ଭାରତ ପାଖରେ ପ୍ରାୟ ୨୫ ଦିନ ପାଇଁ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ଓ ବିଶୋଧିତ ତେଲ ମହଜୁଦ ହୋଇ ରହିଥିବା ଭାରତ ସରକାରଙ୍କ ସୂତ୍ରରେ କୁହାଯାଇଛି।  

Advertisment

ଏହି ସୂତ୍ରରେ କୁହାଯାଇଛି ଯେ “ଅଶୋଧିତ ତୈଳ, ଏଲପିଜି ଓ ଏଲଏନଜି କଥା ବିଚାରକୁ ନେଲେ ଆମେ ଅତ୍ୟନ୍ତ ଭଲ ସ୍ଥିତିରେ ରହିଛୁ। ଆମ ପାଖରେ ୨୫ ଦିନ ପାଇଁ ଅଶୋଧିତ ତୈଳ ମହଜୁଦ ହୋଇ ରହିଛି। ୨୫ ଦିନର ପାଇଁ ଆବଶ୍ୟକ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ଲାଇନରେ ଅଛି। ତେଣୁ ଏହାକୁ ନେଇ କୌଣସି ଚିନ୍ତା କରିବାର ନାହିଁ। ତତ୍କାଳ ଦେଶରେ ତୈଳ ଦର ବୃଦ୍ଧି ପାଇବ ନାହିଁ। ଭାରତ ସରକାର ପୂରା ସ୍ଥିତି ଉପରେ ନଜର ରଖିଛନ୍ତି। ବିବାଦ ଭିତରେ ତୈଳ ଆମଦାନୀ ପାଇଁ ବିକଳ୍ପ ବ୍ୟବସ୍ଥାର ମଧ୍ୟ ବିଚାର କରାଯାଉଛି।”

ଗତ ମାସରେ କେନ୍ଦ୍ର ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ରାଜ୍ୟସଭାକୁ କହିଥିଲେ ଯେ “ଭାରତର ରଣନୀତିକ ପେଟ୍ରୋଲିୟମ ଭଣ୍ଡାର ୭୪ ଦିନ ଯାଏ ବିଶ୍ୱସ୍ତରୀୟ ବିଭ୍ରାଟ ଯୋଗୁ ସୃଷ୍ଟି ହେଉଥିବା ଚାହିଦାକୁ ପୂରଣ କରିବାକୁ ସକ୍ଷମ। ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକାରେ ଆମର ଭଣ୍ଡାର ରହିଥିବା ବେଳେ ଖୁବଶୀଘ୍ର ଓଡ଼ିଶାରେ ଏହା ଆରମ୍ଭ କରାଯିବ।” 

ବିଶ୍ୱର ଏକ ପଞ୍ଚମାଂଶ ତୈଳ ରପ୍ତାନୀ ମାର୍ଗ ହର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରି ଦେଇଥିବାରୁ ସମ୍ଭାବ୍ୟ ଶକ୍ତି ସଙ୍କଟକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏସବୁ ଭିତରେ ଭାରତ ସରକାର ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଦେଇଛନ୍ତି। 

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe