Advertisment

ପାକିସ୍ତାନରେ ଭାରତର କାଉଣ୍ଟର ଆଟାକ, ଦୋହଲିଲା ରାଜଧାନୀ ଇସଲାମାବାଦ

ପାକିସ୍ତାନ ସେନା ଭାରତର ମୁକାବିଲା କରିବାରେ ବିଫଳ ହେବାକୁ ଏବେ ଆତଙ୍କବାଦୀଙ୍କୁ ହମଲା କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଜମ୍ମୁ-କଶ୍ମୀରର ବିଭିନ୍ନ ସେନା ପ୍ରତିଷ୍ଠାନରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ସମସ୍ତ ଆତଙ୍କବାଦୀ ସଂଗଠନକୁ ନିର୍ଦ୍ଦେଶ ଦେଇଛି।

Terror

Terror

Advertisment

ଭାରତ ଉପରେ ମିସାଇଲ, ଡ୍ରୋନ ଓ ଯୁଦ୍ଧ ବିମାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ପାକିସ୍ତାନକୁ ମିଳିଛି ଦୃଢ଼ ଜବାବ। ମିସାଇଲ, ଡ୍ରୋନ ହମଲାରେ ବିଫଳ ହୋଇଥିବା ପାକିସ୍ତାନକୁ ଏବେ ଭାରତର ପାଲଟା ଆକ୍ରମଣର ସାମ୍ନା କରିବାକୁ ପଡ଼ିଛି। ପାକିସ୍ତାନର ବିଭିନ୍ନ ସହରରେ ପାଲଟା ଆକ୍ରମଣ କରିଛି ଭାରତୀୟ ସେନା।

Advertisment

ଲାହୋର ଠାରୁ ଆରମ୍ଭ କରି ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଭାରତୀୟ ସେନା ତାଣ୍ଡବ ରଚିଛନ୍ତି। ଭାରତୀୟ ସେନାର ଘନଘନ ଆକ୍ରମଣରେ ପୂରା ଇସଲାମାବାଦ ଠାରୁ ଆରମ୍ଭ କରି ସିଆଲକୋଟ ଦୋହଲି ଉଠିଛି। ସକାଳେ ଭାରତ ରାୱଲପିଣ୍ଡିରେ ମଧ୍ୟ ଆକ୍ରମଣ କରିଥିଲା।

ଭାରତ ଡ୍ରୋନ ଦ୍ୱାରା ଆକ୍ରମଣ କରି ପାକିସ୍ତାନକୁ ଉଚିତ ଜବାବ ଦେଇଛି। ଭାରତର ଡ୍ରୋନ ଆକ୍ରମଣରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଲାଗିଥିବା ଆବାସକସ ଛିନଛତ୍ର ହୋଇଯାଇଛି। ଏହି ସିଷ୍ଟମ ଦ୍ୱାରା ପାକିସ୍ତାନ ଆକାଶ ପଥରେ ହେଉଥିବା ଆକ୍ରମଣକୁ ଚିହ୍ନଟ କରିଥାଏ। ସେହିପରି ଏହା ନିଜ ଦେଶର ପାଇଲଟଙ୍କୁ ବିଭିନ୍ନ ଦିଗ ନିର୍ଦ୍ଦେଶ କରିଥାଏ। କିନ୍ତୁ ଭାରତ ଆବାସକସକୁ ଧ୍ୱଂସ କରି ପାକିସ୍ତାନର ମେରୁଦଣ୍ଡକୁ ଗୋଟିଏ ପ୍ରକାରର ଭାଙ୍ଗି ଦେଇଛି।

Advertisment

ପାକିସ୍ତାନ ସେନା ଭାରତର ମୁକାବିଲା କରିବାରେ ବିଫଳ ହେବାକୁ ଏବେ ଆତଙ୍କବାଦୀଙ୍କୁ ହମଲା କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଜମ୍ମୁ-କଶ୍ମୀରର ବିଭିନ୍ନ ସେନା ପ୍ରତିଷ୍ଠାନରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ସମସ୍ତ ଆତଙ୍କବାଦୀ ସଂଗଠନକୁ ନିର୍ଦ୍ଦେଶ ଦେଇଛି। ଜମ୍ମୁ-କଶ୍ମୀରରେ ଥିବା ଆତଙ୍କୀ ସେଲକୁ ଆଇଏସଆଇ ଆକ୍ଟିଭ କରିଛି। ଆଇଏସଆଇର ଏପରି ନିର୍ଦ୍ଦେଶ ପରେ ଅନନ୍ତନାଗର ଖୁଣ୍ଡରୋ ଠାରେ ୬ଟି ବିସ୍ଫୋରଣ ଶବ୍ଦ ଶୁଣା ଯାଇଛି। ଏଠାରେ ଭାରତୀୟ ସେନାର ଗୁଳିଗୋଳା ଡିପୋ ରହିଛି।

ପାକିସ୍ତାନର ଡ୍ରୋନ, ମିସାଇଲ ଓ ଯୁଦ୍ଧ ବିମାନକୁ ମାତ ଦେବା ପାଇଁ ଭାରତ ପକ୍ଷରୁ ୪ଟି ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଆକ୍ଟିଭ କରାଯାଇଛି। ଜମ୍ମୁ-କଶ୍ମୀର ଠାରୁ ପଞ୍ଜାବ ଓ ରାଜସ୍ଥାନ ଯାଏ ଏହି ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ରହିଛି। S-400, L-70, ZSU-23 ଓ ସିଲ୍‌କା ଦ୍ୱାରା ପାକିସ୍ତାନ ମିସାଇଲ ଓ ଡ୍ରୋନକୁ ଆକାଶ ପଥରେ ମଧ୍ୟ ନଷ୍ଟ କରାଯାଉଛି।

ସ୍ଥିତିକୁ ଦେଖି ଶ୍ରୀନଗର ଏୟାରପୋର୍ଟରେ ହାଇ ଆଲର୍ଟ ଜାରି କରାଯାଇଛି। ଏଠାରେ ଡ୍ରୋନ ଆଟାକ୍‌ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ବିମାନ ବନ୍ଦର ପାଖପାଖି ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜମ୍ମୁ କଶ୍ମୀରର ଉରି ଓ ବାରମୁଲ୍ଲାରେ ବ୍ଲାକ୍ ଆଉଟ୍ କରାଯାଇଛି। ଜମ୍ମୁ-କଶ୍ମୀରରେ ଥିବା ସମସ୍ତ ସେନା ପ୍ରତିଷ୍ଠାନର ଆଲୁଅ ବନ୍ଦ ରଖିବାକୁ ନିର୍ଦ୍ଦେଶ ମିଳିଛି। ରାଜସ୍ଥାନର ବିକାନେର୍ ଓ ଜୈସଲମେର ସହର ବ୍ଲାକ୍ ଆଉଟ୍ କରାଯିବା ସହ ସହରର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପଞ୍ଜାବର ଅମୃତସର, ମୋହାଲି, ଚଣ୍ଡିଗଡ଼ ଓ ଜଳନ୍ଧର ସହର ବି ସଂପୂର୍ଣ୍ଣ ବ୍ଲାକ୍ ଆଉଟ୍ ହୋଇଛି। ପାକିସ୍ତାନର ଡ୍ରୋନ୍ ଆଟାକ ପରେ ବ୍ଲାକ୍ ଆଉଟ୍ କରାଯାଇଛି। ପ୍ରାୟ ୧ ଘଣ୍ଟା ହେଲାଣି ପାକିସ୍ତାନ ପକ୍ଷରୁ କ୍ରମାଗତ ଭାବେ ଭାରତୀୟ ସେନା ଓ ଏୟାର ବେସ୍‌କୁ ଟାର୍ଗେଟ କରି ଆକ୍ରମଣ କରାଯାଉଛି।

Terror Attack India Pakistan War Pahalgam Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe