/odisha-reporter/media/post_attachments/uploadimage/library/16_9/16_9_0/India_1703223088.jpg)
India
ଜାନୁଆରୀ ୨୬ ଅର୍ଥାତ ଦେଶର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନ। ଭାରତ ପକ୍ଷରୁ ତାଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି। ସେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ଜଣାପଡ଼ିଛି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ।
ଏହାପୂର୍ବରୁ ଭାରତ ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁ ବାଇଡେନ ଭାରତର ଅନୁରୋଧକୁ ରକ୍ଷା କରି ପାରି ନଥିଲେ। ତେଣୁ ମାକରନଙ୍କୁ ଭାରତ ସରକାର ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି।
ଜୁଲାଇ ମାସରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇ ବାଷ୍ଟିଲ୍ଲେ ଦିବସରେ ଯୋଗ ଦେଇଥିଲେ। ବାଷ୍ଟିଲେ ଦିବସ ହେଉଛି ଫ୍ରାନ୍ସର ଜାତୀୟ ଦିବସ। ପ୍ୟାରିସ ଠାରେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଫ୍ରାନ୍ସ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ଏବେ ଭାରତ ସରକାର ମାକରନଙ୍କୁ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି।
ସେପ୍ଟେମ୍ବର ମାସରେ ମାକରନ ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀ ଆସିଥିଲେ। ଏହି ସମୟରେ ସେ ମୋଦିଙ୍କ ସହ ଆଲୋଚନା କରିଥିଲେ। ଉଭୟ ନେତା ଏକାଠି ଲଞ୍ଚ କରିବା ସହ ପରସ୍ପର ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିଲେ।
ପୂର୍ବବର୍ଷ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତା ଇଲ ସିସି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
