Advertisment

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଓ ଏନଏସଏଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ

ଭାରତ ସରକାରଙ୍କ ନିମନ୍ତ୍ରଣପତ୍ରକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଅସିଫ ଗ୍ରହଣ ମଧ୍ୟ କରିଥିବା ଜଣାପଡ଼ିଛି।

Pakistan defence minister

Pakistan defence minister

Advertisment

ଏପ୍ରିଲ ମାସରେ ଭାରତରେ ଆୟୋଜିତ ହେବ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ(ଏସସିଓ) ସମ୍ମିଳନୀ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତ ସରକାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଅସିଫ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍‌ଏ)ଙ୍କୁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି। ଭାରତ ସରକାରଙ୍କ ନିମନ୍ତ୍ରଣପତ୍ରକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଅସିଫ ଗ୍ରହଣ ମଧ୍ୟ କରିଥିବା ଜଣାପଡ଼ିଛି।

Advertisment

ଭାରତ ବର୍ତ୍ତମାନ ଏସସିଓର ଅଧ୍ୟକ୍ଷତା କରୁଛି। ତେଣୁ ଦେଶରେ ଏସ୍‌ସିଓର ଏକାଧିକ ବୈଠକ ଆୟୋଜନ କରାଯାଉଛି ଓ ଆଗକୁ ମଧ୍ୟ ଅନୁଷ୍ଠିତ ହେବ। ଚାଇନା, ଭାରତ, କାଜଖସ୍ତାନ, କିରଗିସ୍ତାନ, ରୁଷ, ପାକିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନକୁ ନେଇ ଏସ୍‌ସିଓ ଗଠିତ। ଭାରତ ଯେହେତୁ ଏସ୍‌ସିଓର ଅଧ୍ୟକ୍ଷତା କରୁଛି, ଏହିକ୍ରମରେ ଭାରତ ସରକାର ଏସସିଓର ସବୁ ଦେଶର ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ବୈଠକ ପାଇଁ ନମନ୍ତ୍ରଣ କରୁଛନ୍ତି।

ମେ’ ମାସରେ ଏସ୍‌ସିଓ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କୁ ନେଇ ଗୋଟିଏ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଯୋଗଦେବାକୁ ଭାରତ ସରକାର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି।

Advertisment

ଏହାପୂର୍ବରୁ ପାକିସ୍ତାନର ପ୍ରଧାନ ବିଚାରପତି ଜଷ୍ଟିସ ଉମର ଅତ ବନ୍ଦିଆଲଙ୍କୁ ମଧ୍ୟ ଭାରତ ସରରକାର ନୂଆଦିଲ୍ଲୀକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସେ ଏସ୍‌ସିଓର ପ୍ରଧାନ ବିଚାରପତିମାନଙ୍କ ବୈଠକରେ ଯୋଗ ଦେଇ ନଥିଲେ। ତାଙ୍କ ବଦଳରେ ଜଷ୍ଟିସ ମୁନୀବ ଅଖତର ଭିଡିଓ ଲିଙ୍କ ଦ୍ୱାରା ସମ୍ମିଳନୀରେ ସାମିଲ ହୋଇଥିଲେ।

Pakistan India SCO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe