Advertisment

ଭାରତର ଅଭେଦ୍ୟ ସୁରକ୍ଷା କବଚ, ଫୁସକି ଗଲା ପାକିସ୍ତାନ ମିସାଇଲ

ଦୀର୍ଘ ବର୍ଷ ଧରି ଭାରତ ନିଜର ଏୟାର ଡିଫେନ୍ସକୁ ମଜବୁତ କରିବା ପାଇଁ ଜାରି ରଖିଥିବା ପ୍ରୟାସ ଏବେ ଅସଲି ରଙ୍ଗ ଦେଖାଇଛି।

author-image
Hemant Lenka
Pak

Pak

ଭାରତ ଅପରେସନ ସିନ୍ଦୂର ଦ୍ୱାରା ସ୍ପଷ୍ଟ ରୂପରେ ସନ୍ଦେଶ ଦେଇଛି ଯେ ନୂଆଦିଲ୍ଲୀ କେବଳ ନିଜ ଆକାଶ ପଥର ସୁରକ୍ଷା କରେ ନାହିଁ, ବରଂ ଏହାକୁ ସଂପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରେ। ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଅପରେସନ ସିନ୍ଦୂର ଦ୍ୱାରା ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଭାରତ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିବା ବେଳେ ପାକିସ୍ତାନ ଏହାର ବଦଲା ନେବାକୁ ଆଗେଇ ଆସିଛି।

Advertisment

ସରକାରଙ୍କ ସହ ଜଡ଼ିତ ସୂତ୍ର ଅନୁସାରେ, ପାକିସ୍ତାନ ଦ୍ୱାରା ଗୁରୁବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟରେ ଥିବା ଭାରତୀୟ ସେନା ବେସ୍‌କୁ ଟାର୍ଗେଟ କରି ମିସାଇଲ ଓ ଡ୍ରୋନ ମାଡ଼ କରାଯାଇଥିଲା। କିନ୍ତୁ ସେଗୁଡ଼ିକୁ ସଂପୂର୍ଣ୍ଣ ଭାବେ ବିଫଳ କରିଦିଆଯାଇଛି। ସମସ୍ତ ମିସାଇଲକୁ ଇଣ୍ଟସ୍ପେଟ କରାଯାଇଛି କିମ୍ବା ଆକାଶ ପଥରେ ହିଁ ସେଗୁଡ଼ିକୁ ନଷ୍ଟ କରିଦିଆଯାଇଛି। ଗୋଟିଏ ବି ପାକ୍‌ ମିସାଇଲ କିମ୍ବା ଡ୍ରୋନ ତା’ର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନାହାନ୍ତି।

ଭାରତୀୟ ଏୟାର ଡିଫେନ୍ସ ସିଷ୍ଟର ଯୋଗୁ ଏହା ସମ୍ଭବ ହୋଇଛି। ଦୀର୍ଘ ବର୍ଷ ଧରି ଭାରତ ନିଜର ଏୟାର ଡିଫେନ୍ସକୁ ମଜବୁତ କରିବା ପାଇଁ ଜାରି ରଖିଥିବା ପ୍ରୟାସ ଏବେ ଅସଲି ରଙ୍ଗ ଦେଖାଇଛି। ଏଥିସହ ଭାରତୀୟ ସେନାର ପରାକ୍ରମ ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମରେ ଥିବା ଦୁର୍ବଳତାକୁ ମଧ୍ୟ ପଦାରେ ପକାଇଛି।

Advertisment

ଶତ୍ରୁ ପକ୍ଷର ମିସାଇଲ୍‌ ଫେଲ୍‌, ଭାରତର ସୁରକ୍ଷା କବଚ ଅଭେଦ୍ୟ

ଭାରତର ସୁରକ୍ଷା ବ୍ୟବସ୍ଥା ଏବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପୂରା ସଂଗଠିତ। ଅପରେସନ ସିନ୍ଦୂରରେ ଭାରତ ଇଣ୍ଟିଗ୍ରେଟେଡ କାଉଣ୍ଟର ୟୁଏଏସ ଗ୍ରୀଡ, ଏସ-୪୦୦, ବରାକ-୮ ମିସାଇଲ, ଆକାଶ ମିସାଇଲ ଓ ଡିଆରଡିଓର ଆଣ୍ଟି ଡ୍ରୋନ ଟେକନିକକୁ ମିଳିତ ଭାବେ ବ୍ୟବହାର କରାଯାଇଛି। ଏହି ସବୁ ଜ୍ଞାନକୌଶଳ ଏପରି ଏକ ସୁରକ୍ଷା ଢାଲ ତିଆରି କରିଥିଲା, ଯାହାକୁ ପାକିସ୍ତାନର ମିସାଇଲ କିମ୍ବା ଡ୍ରୋନ ଭେଦ କରିବାକୁ ସକ୍ଷମ ହୋଇନି।

ଦ୍ରୁତ ପ୍ରତିକାର ଓ ସଠିକ ହମଲା

ଭାରତ କେବଳ ପାକିସ୍ତାନ ଆକ୍ରମଣରୁ ନିଜକୁ ରକ୍ଷା କରି ନାହିଁ, ବରଂ ଦ୍ରୁତ ଓ ସଠିକ ଢଙ୍ଗରେ ହମଲାର ଜବାବ ମଧ୍ୟ ଦେଇଛି। ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ଲାହୋରରେ ଲାଗିଥିବା ଚାଇନା ନିର୍ମିତ ଏଚକ୍ୟୁ-୯ ଏୟାର ଡିଫେନ୍ସ ୟୁନିଟକୁ ନଷ୍ଟ କରିଛି ଓ ରାଡାର ସିଷ୍ଟମକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ରାଫେଲ ଯୁଦ୍ଧ ବିମାନରୁ ସ୍କାଲ୍‌ପ ଓ ହାମର ମିସାଇଲ ମାଡ଼ କରି ପାକିସ୍ତାନ ସୈନ୍ୟର କ୍ଷମତାକୁ ଚ୍ୟାଲେଞ୍ଜ ଦେଇଛି।

ଆତ୍ମନିର୍ଭର ଭାରତ ଜ୍ଞାନକୌଶଳର ଦମଦାର ପ୍ରଦର୍ଶନ

ଭାରତର ସୈନ୍ୟ ପ୍ରସ୍ତୁତ ରାତାରାତି ହୋଇନାହିଁ। ଏହା ଦୀର୍ଘ ବର୍ଷ ଧରି ସରକାରୀ ସ୍ତରରେ ଚାଲିଥିବା ଉଦ୍ୟମ ଯୋଗୁ ସମ୍ଭବ ହୋଇଛି। ଭାରତୀୟ ସେନାର ଅପରେସନରେ ଭାରତରେ ତିଆରି ଆତ୍ମଘାତୀ ଡ୍ରୋନକୁ ପ୍ରଥମଥର ପାଇଁ ସାମିଲ କରାଯାଇଥିଲା। ୨୦୨୧ରେ ଏଥିପାଇଁ ଅର୍ଡର ଦିଆଯାଇଥିଲା ଓ ୨୦୨୪ରେ ଏହାକୁ ଭାରତୀୟ ସେନାରେ ସାମିଲ କରାଯାଇଥିଲା। ଏବେ ଆତ୍ମଘାତୀ ଡ୍ରୋନ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ପୂରା ସ୍ତବ୍ଧ କରି ଦେଇଛି। ଏହା ସହ ଇସ୍ରାଏଲ ଜ୍ଞାନକୌଶଳ ଓ ଭାରତରେ ନିର୍ମାଣ ହେଉଥିବା ହାର୍ପି ଡ୍ରୋନ ମଧ୍ୟ କରାଚି ଓ ଲାହୋରରେ ଲାଗିଥିବା ଏୟାର ଡିଫେନ୍ସ ସିଷ୍ଟମକୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ସକ୍ଷମ ହୋଇଛି।

ଭାରତର ରକ୍ଷା କବଚ

୧- ଏସ ୪୦୦: ୨୦୧୮ରେ ୩୫ ହଜାର କୋଟି ଟଙ୍କା ବଳରେ ୫ଟି ଏସ୍‌-୪୦୦ ପାଇଁ ଭାରତ ରୁଷ ସହ ଚୁକ୍ତି କରିଥିଲା। ଏହାକୁ ଭାରତର ସୁଦର୍ଶନ ଚକ୍ର କୁହାଯାଏ। ୫ଟିରୁ ଭାରତକୁ ଏଯାଏ ୩ଟି ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ମିଳିଛି। ଏହାକୁ ପାକିସ୍ତାନ ଓ ଚାଇନା ସୀମାରେ ଖଞ୍ଜା ଯାଇଛି। ବାକି ଦୁଇଟି ୨୦୨୬ ସୁଦ୍ଧା ଭାରତକୁ ମିଳିବ।

୨- ବରାକ-୮: ମଧ୍ୟମ ଦୂରଗାମୀ ସ୍ଥଳ ପଥରୁ ଆକାଶ ପଥକୁ ମାଡ଼ ହୋଇପାରୁ ଥିବା ମିସାଇଲ ହେଉଛି ବରାକ-୮। ୨୦୧୭ରେ ଇସ୍ରାଏଲ ସହିତ ଏଥିପାଇଁ ୨.୫ ବିଲିୟନ ଡଲାରର ଚୁକ୍ତି ହୋଇଥିଲା। ଏବେ ଏହା ଭଠିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭାରତର ସୁରକ୍ଷା କରୁଛି।

୩- ସ୍ୱଦେଶୀ ଆକାଶ ମିସାଇଲ: ଡିଆରଡିଓ ଦ୍ୱାରା ବିକଶିତ ମିସାଇଲ ହେଉଛି ଆକାଶ। ଏହା ସୁରକ୍ଷା ପ୍ରଣାରଳୀର ମହତ୍ତ୍ୱପୂର୍ଣ୍ଣ ଅଂଶ।

୪- ଡ୍ରୋନ ନିରୋଧ ଟେକନିକ: ଏମସିଡିଏସ୍‌ ୨୦୨୪ରୁ ଭାରତୀୟ ସେନାରେ ସାମିଲ ହୋଇଛି। ଏହାକୁ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ଡିଆରଡିଓ ତିଆରି କରିଛି। ଏହା ଶତ୍ରୁ ପକ୍ଷର ଡ୍ରୋନକୁ ଜାମ କରିଥାଏ ଓ ଏହାକୁ ନଷ୍ଟ କରିବାରେ ସକ୍ଷମ।

ବାୟୁ ପ୍ରତିରକ୍ଷା ପ୍ରଣାଳୀ କେମିତି କାମ କରେ?

ଆକାଶରେ ସୀମା ଭିତରେ ଆସୁଥିବା ଡ୍ରୋନ୍, ମିସାଇଲ ଓ ହେଲିକପ୍ଟରକୁ ଏହା ଠାକ କରେ

ଲକ୍ଷ୍ୟ ବା ଟାର୍ଗେଟ ଆସୁଥିବା ବସ୍ତୁ ବିଷୟରେ କମାଣ୍ଡ୍ ସେଣ୍ଟରକୁ ଖବର ଦିଏ

କମାଣ୍ଡ୍ ପୋଷ୍ଟରେ ଥିବା ଅଧିକାରୀ ତୁରନ୍ତ ଉପଯୁକ୍ତ ମିସାଇଲ ଓ ଲଞ୍ଚ୍ ଭେଇକିଲକୁ ଚିହ୍ନଟ କରନ୍ତି

ମିସାଇଲକୁ ଠିକ୍ ଦିଗରେ ଯିବାରେ ରାଡାର ତଥ୍ୟ ଦେଇଥାଏ

ରାଡାରର ତଥ୍ୟ ଭିତ୍ତିରେ ମିସାଇଲ୍ ପ୍ରତି ଆକ୍ରମଣ କରେ

ଏନଗେଜମେଣ୍ଟ ରାଡାର

୧୨ଟି କ୍ଷେପଣାସ୍ତ୍ର ବା ମିସାଇଲ୍ ନିୟନ୍ତ୍ରଣ କରିପାରେ

ଲଞ୍ଚର୍

୪ଟି ମିସାଇଲ୍ ଧାରଣ କରିପାରେ

ଦୁଇଟି ମିସାଇଲକୁ ମିଶାଇ ବି ମାଡ଼ କରାଯାଏ

ଗୋଟିଏ ଦୀର୍ଘଗାମୀ ଓ ଗୋଟିଏ ସ୍ପଳ୍ପଗାମୀ କ୍ଷେପଣାସ୍ତ୍ର ମିଶାଯାଇପାରେ

S-400ରେ ଦୁଇଟି ମିସାଇଲକୁ ମିଶାଇ 80ଟି ଟାର୍ଗେଟକୁ ଲକ୍ଷ୍ୟ କରିପାରେ

ଭାରତର ବାୟୁ ପ୍ରତିରକ୍ଷା ଅସ୍ତ୍ର

S-400 ଭୂପୃଷ୍ଠରୁ ଆକାଶକୁ ଯାଉଥିବା କ୍ଷେପଣାସ୍ତ୍ର

୩୮୦ କିମି ଦୂର ଯାଏ ଯାଇପାରେ

40 ହଜାର କୋଟିରେ ଋଷିଆରୁ ୩ଟି ଅଣାଯାଇଛି, ଆଉ ଦୁଇଟି ଆସିବ

Barak-8-MR-SAM

ଲକ୍ଷ୍ୟ ଭେଦ କ୍ଷମତା ୭୦ କିମି

୩୦ ହଜାର କୋଟିରେ ଇସ୍ରାଏଲ ଦ୍ୱାରା ମିଳିତ ଭାବେ ତିଆରି

ଅନେକ କ୍ଷେପଣାସ୍ତ୍ର ବାୟୁ, ନୌ ଓ ସ୍ଥଳ ସେନାରେ ସାମିଲ

ଆକାଶ ମିସାଇଲ

ଲକ୍ଷ୍ୟଭେଦ କ୍ଷମତା ୨୫ରୁ ୩୦ କିମି

ବାୟୁସେନାରେ ୧୫ଟି ଆକାଶ ମିସାଇଲ ରହିଛି।

ସ୍ପାଇଡର

ଲକ୍ଷ୍ୟଭେଦ କ୍ଷମତା ୧୫ କିମି

ତୁରନ୍ତ ଏୟାରକ୍ରାଫ୍ଟ ଧ୍ୱଂସ କରୁଥିବା ଇସ୍ରାଏଲୀ ଯାନ

କାନ୍ଧରେ ରଖି ନିକ୍ଷେପ କରାଯାଉଥିବା ରୁଷର ଇଗଲା-6 କ୍ଷେପଣାସ୍ତ୍ର

ହାର୍ପି ଡ୍ରୋନ୍

ଇସ୍ରାଏଲ ନିର୍ମିତ ହାର୍ପି ଡ୍ରୋନ୍ ପାକିସ୍ତାନ ବାୟୁ ପ୍ରତିରକ୍ଷା ପ୍ରତିଷ୍ଠାନ ନଷ୍ଟ କରିଥିଲା

ମାନବବିହନୀ ଏହି ଡ୍ରୋନ୍ ଲକ୍ଷ୍ୟ ସ୍ଥଳକୁ ନଷ୍ଟ କଲା ପରେ ନିଜେ ନଷ୍ଟ ହୋଇଯାଏ

ଏହା ୨୦୦ କିମି ଲକ୍ଷ୍ୟଭେଦ କରିପାରେ

Terror Attack Jammu Kashmir Pahalgam Operation Sindoor