Advertisment

ରାମଲଲାଙ୍କ ଛବି ଥିବା ଡାକ ଟିକେଟର ଲୋକାର୍ପଣ କଲେ ଭାରତ ଓ ଲାଓସ

ଆଯୋଧ୍ୟାରେ ଥିବା ରାମଲଲାଙ୍କ ଫଟୋ ଥିବା କୌଣସି ଡାକ ଟିକେଟ ପ୍ରଥମଥର ପାଇଁ ଲୋକାର୍ପଣ ହୋଇଛି।

author-image
Hemant Lenka
Stamp

Stamp

ଭାରତ ଓ ଲାଓସ ପକ୍ଷରୁ ପ୍ରଥମଥର ପାଇଁ ରାମଲଲାଙ୍କ ଛବି ଥିବା ଡାକ ଟିକେଟକୁ ଲୋକାର୍ପଣ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବେ ଲାଓସ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

Advertisment

ଆଯୋଧ୍ୟାରେ ଥିବା ରାମଲଲାଙ୍କ ଫଟୋ ଥିବା କୌଣସି ଡାକ ଟିକେଟ ପ୍ରଥମଥର ପାଇଁ ଲୋକାର୍ପଣ ହୋଇଛି। ଷ୍ଟାମ୍ପ ସେଟ୍‌ରେ ୨ଟି ଡାକ ଟିକେଟ ରହିଛି। ଗୋଟିଏରେ ଲାଓସର ପୁରୁତାନ ରାଜଧାନୀ ଲୁଅରଙ୍ଗ ପ୍ରବାଙ୍ଗର ଭଗବାନ ବୁଦ୍ଧ ଓ ଆଉ ଗୋଟିଏରେ ଅଯୋଧ୍ୟାର ଭଗବାନ ରାମଙ୍କ ପ୍ରତିଛବି ରହିଛି।

ଦୁଇ ଦେଶ ମଧ୍ୟରେ ଥିବା ରାମାୟଣ ଓ ବୌଦ୍ଧ ଧର୍ମ ଭଳି ସାଂସ୍କୃତି ଐତିହ୍ୟକୁ ଅଧିକ ରୁଦ୍ଧିମନ୍ତ କରିବାକୁ ଏପରି ଡାକ ଟିକେଟ ଜାରି କରାଯାଇଛି।

Advertisment

ଲାଓସରେ ଆୟୋଜିତ ଏସିଆନ ମେକାନିଜିମ ମିଟିଂରେ ଯୋଗ ଦେବାକୁ ଲାଓସ ଯାଇଥିବା ଜୟଶଙ୍କର ସ୍ୱତନ୍ତ୍ର ଡାକ ଟିକେଟର ଅନାବରଣ ବିଷୟରେ ଘୋଷଣା କରିଛନ୍ତି। ତାଙ୍କ ସହ ଲାଓର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଏସ୍‌ କୋମାସିଥ ଉପସ୍ଥିତ ରହିଥିଲେ। ଲାଓସର ଆତିଥ୍ୟକୁ ମଧ୍ୟ ଜୟଶଙ୍କର ପ୍ରଶଂସା କରିଛନ୍ତି।

Ayodhya Ram Mandir Ayodhya