Terrorist
ପହଲଗାମ ନରସଂହାର ପରେ ଭାରତୀୟ ସେନା ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରିଛନ୍ତି। ଏହି ଅପରେସନ ଜରିଆରେ ଭାରତୀୟ ସେନା ୧୦୦ ଦିନ ମଧ୍ୟରେ ୧୨ କୁଖ୍ୟାତ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି। ନିହତ ୧୨ ଜଣଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ପାକିସ୍ତାନ ଆତଙ୍କୀ। ବାକି ହେଉଛନ୍ତି ସ୍ଥାନୀୟ ଆତଙ୍କବାଦୀ ଯେଉଁମାନେ ଜମ୍ମୁ-କଶ୍ମୀରରେ ହୋଇଥିବା ବଡ଼ବଡ଼ ହମଲାରେ ସାମିଲ ଥିଲେ।
ଏହା ବ୍ୟତୀତ ଭାରତୀୟ ସେନା ମେ’ ୭ ତାରିଖରେ ପାକିସ୍ତାନରେ କରିଥିବା ଅପରେସନ ସିନ୍ଦୂରରେ ୧୦୦ରୁ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ମେ’ ମାସ ଠାରୁ ବିଭିନ୍ନ ଏଜେନ୍ସିକୁ ନେଇ ଆତଙ୍କବାଦୀ ନିରୋଧ ଅପରେସନ ଆରମ୍ଭ ହୋଇଛି। ଏହା ମଧ୍ୟରୁ ସବୁଠାରୁ ବଡ଼ ଥିଲା ଅପରେସନ ମହାଦେବ। ଏହି ଅପରେସନ ଜରିଆରେ ପହଲଗାମ ନରସଂହାରରେ ସାମିଲ ଥିବା ୩ ଆତଙ୍କବାଦୀଙ୍କୁ ଖତମ କରାଯାଇଥିଲା।
ଜୁଲାଇ ୨୮ରେ ଲସ୍କର-ଇ-ତାଏବାର ଆତଙ୍କବାଦୀ ସୁଲେମାନ, ଆଫଗାନ ଓ ଜିବ୍ରାନ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ ପ୍ରାଣ ହରାଇଥିଲେ। ଶ୍ରୀନଗରର ଡାଚିଗାମ ଅଞ୍ଚଳରେ ଆର୍ମି, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୁଲିସ୍ ମିଳିତ ଭାବେ ଅପରେସନ ମହାଦେବ ଜରିଆରେ ୩ କୁଖ୍ୟାତ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଥିଲେ।
ଏହାର ପରଦିନ ଅପରେସନ ଶିବ ଶକ୍ତି ଆରମ୍ଭ ହୋଇଥିଲା। ଏହି ଅପରେସନରେ ଆଉ ୩ ଜଣ ଆତଙ୍କୀ ନିହତ ହୋଇଥିଲେ। ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ଯଦି ଆପଣ ଅପରେସନର ସଂଖ୍ୟା ପଚାରିବେ, ତା’ହେଲେ ଏହା କହିବା ବଡ଼ କଷ୍ଟକର। କାରଣ ସମସ୍ତ ୟୁନିଟ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ନିରୋଧ ଅପରେସନକୁ ଜାରି ରଖିଛନ୍ତି।”
ପହଲଗାମ ଆକ୍ରମଣର ପ୍ରଥମ ସପ୍ତାହ ପରେ ୪ଟି ବଡ଼ଧରଣର ଆତଙ୍କବାଦ ନିରୋଧ ଅପରେସନ ଆରମ୍ଭ ହୋଇଥିଲା। ଦକ୍ଷିଣ କଶ୍ମୀର ବିଶେଷ କରି ଶୋପିଆନ ଓ ପୁଲୱାମାରେ ଅପରେସନକୁ ଅଧିକ ତ୍ୱରାନ୍ୱିତ କରାଯାଇଥିଲା। ମେ’ ମାସର ମଧ୍ୟ ଭାଗରେ ଆଉ ଦୁଇଟି ଅପରେସନ ଆରମ୍ଭ ହୋଇଥିଲା।
ଶୋପିଆନର କେଲ୍ଲେର ଜଙ୍ଗଲରେ ହୋଇଥିବା ଅପରେସନରେ ୩ ଲସ୍କର ଆତଙ୍କବାଦୀ ନିହତ ହୋଇଥିଲେ। ମେ’ ୧୫ରେ ତ୍ରାଲର ନାଦେର ଅଞ୍ଚଳରେ ହୋଇଥିବା ଅପରେସନ ଆଉ ୩ ଆତଙ୍କୀଙ୍କ ଜୀବନ ଯାଇଥିଲା।
ଗୁଇନ୍ଦା ଏଜେନ୍ସିର ତଥ୍ୟ ଅନୁସାରେ, ପହଲଗାମ ନରସଂହାର ପୂର୍ବରୁ ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେରେ ୪୨ଟି ଲଞ୍ଚ ପ୍ୟାଡର ୧୧୦ରୁ ୧୩୦ ଆତଙ୍କବାଦୀ ଆକ୍ଟିଭ ହୋଇଥିଲେ। ପ୍ରାୟ ୭୦ରୁ ୭୫ ଦିନ ଆତଙ୍କବାଦୀ କଶ୍ମୀରରେ ସକ୍ରିୟ ରହିଛନ୍ତି। ସେହିପରି ୬୦ରୁ ୬୫ ଜଣ ଆତଙ୍କବାଦୀ ଜମ୍ମୁ, ରଜୌରୀ ଓ ପୁଞ୍ଚରେ ସକ୍ରିୟ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Terrorist__1754033465.jpg)