Advertisment

ସୁଦାନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଅପରେସନ କାବେରି

ହାପୂର୍ବରୁ ଭାରତ ସରକାର ସ୍ୱତନ୍ତ୍ର ଅପରେସନ ଦ୍ୱାରା ୟୁକ୍ରେନ ଓ ଆଫଗାନିସ୍ତାନରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଣିଥିଲେ।

author-image
Hemant Lenka
Sudan

Sudan

ହିଂସା କ୍ଷତିଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ଅପରେସନ କାବେରି। ଅପରେସନ କାବେରି ଦ୍ୱାରା ସୁଦାରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଅଣାଯିବ ବୋଲି ଆଜି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଟ୍ୱିଟ କରି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ ଅପରେସନ କାବେରି ଆରମ୍ଭ ହୋଇଛି ଓ ପ୍ରାୟ ୫୦୦ ଭାରତୀୟ ସୁଦାନ ପୋର୍ଟରେ ପହଞ୍ଚି ସାରିଛନ୍ତି। ଆହୁରି ଅନେକ ପୋର୍ଟ ଅଭିମୁଖେ ଆସୁଛନ୍ତି। ଆମ ଶିପ ଓ ବିମାନ ସେମାନଙ୍କୁ ଖୁବଶୀଘ୍ର ସେଠାରୁ ଭାରତ ଆଣିବ। 

ଏହାପୂର୍ବରୁ ଭାରତ ସରକାର ସ୍ୱତନ୍ତ୍ର ଅପରେସନ ଦ୍ୱାରା ୟୁକ୍ରେନ ଓ ଆଫଗାନିସ୍ତାନରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଣିଥିଲେ। ଏବେ ପୁଣିଥରେ ଆଉ ଗୋଟିଏ ଦେଶରୁ ଭାରତୀୟଙ୍କୁ ଆଣିବା ପାଇଁ ଅପରେସନ କାବେରି ଆରମ୍ଭ ହୋଇଛି।

Advertisment

ଦିନକ ତଳେ ବୈଦେଶିକ ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କହିଥିଲା ଯେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଦୁଇଟି ସି-୧୩୦ ବିମାନ ଓ ନୌସେନା ଜାହାଜ ସୁମେଦ୍ଧା ପ୍ରସ୍ତୁତ ହୋଇ ରହିଛି। ଏହି ବିବୃତି ପରେ ହିଁ ଅପରେସନ କାବେରି ଆରମ୍ଭ ହୋଇଛି। ସରକାରୀ ତଥ୍ୟ ଅନୁସାରେ ଏବେ ହିଂସା ଦ୍ୱାରା ପ୍ରଭାବିତ ହୋଇଥିବା ସୁଦାନରେ ୪ ହଜାର ଭାରତୀୟ ଫସି ରହିଛନ୍ତି।

ଭାରତୀୟଙ୍କୁ ଉଦ୍ଧାର କରିବା ପୂର୍ବରୁ ଗ୍ରାଉଣ୍ଡରେ ଆଶିଂକ ସହାୟତା ପାଇଁ ଏସ୍‌ ଜୈଶଙ୍କର ସାଉଦି ଆରବ ଓ ୟୁଏଇର ବୈଦେଶିକ ମନ୍ତ୍ରଣାଳୟ ସହ କଥା ହୋଇଥିଲେ। ଉଭୟ ଦେଶ ସହାୟତା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସୁଦାନରେ ବର୍ତ୍ତମାନ ଆର୍ମି ଓ ଅର୍ଦ୍ଧସାମାରିକ ରାପିଡ ସର୍ପୋଟ ଫୋର୍ସ(ଆଏସଏଫ) ମଧ୍ୟରେ କ୍ଷମତା ଦଖଲ ପାଇଁ ଲଢ଼େଇ ଚାଲିଛି। ନୂଆ ବେସାମାରିକ ସରକାର ଗଠନ ପାଇଁ ପ୍ରସ୍ତାବ ଆସିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିଯୋଗୁ ପୂରା ଦେଶରେ ହିଂସାତ୍ମକ ପରିବେଶ ସୃଷ୍ଟି ହୋଇଛି।

India Sudan