Advertisment

ଏଥର ଦୁର୍ବଳ ମୌସୁମୀ, କମ୍‌ ବର୍ଷା

ଏମିତି କିଛି ଆକଳନ କରିଛି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ ।

ଅଦ୍ୟତନ ହୋଇଛି
rain

rain

Advertisment

ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ପରିମାଣ କମିବ। ସ୍ୱାଭାବିକଠାରୁ କମ ବର୍ଷା ହେବ। ଏମିତି କିଛି ଆକଳନ କରିଛି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ । ଚଳିତ ବର୍ଷ ଏଲନିନୋ ଉପୁଜିବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ହ୍ରାସ ପାଇବ। ସାଧାରଣତଃ ଏଲନିନୋ ସୃଷ୍ଟି ହେଲେ ଏହା ମୌସୁମୀକୁ ପ୍ରଭାବିତ କରିଥାଏ। ଫଳରେ ଏସିଆର ଜଳବାୟୁ ଉଷ୍ମ ରହିଥାଏ।

Advertisment

ସ୍କାଏମେଟର ପରିଚାଳନା ନିର୍ଦ୍ଦେଶକ ଜତିନ୍ ସିଂହ ଏକ ବିବୃତ୍ତିରେ କହିଛନ୍ତି ଯେ, ସାଧାରଣତଃ ଏହି ଏଲନିନୋ ମୌସୁମୀକୁ ଦୁର୍ବଳ କରିଦେଇଥାଏ। ଫଳରେ ମୌସୁମୀ ଆଗମନରେ ଅନିୟମିତତା ସୃଷ୍ଟି ହୋଇ ବୃଷ୍ଟିପାତ କମ ହୋଇଥାଏ। ତେଣୁ ଚଳିତ ବର୍ଷ ୯୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି।

ସାଧାରଣତଃ ମୌସୁମୀ ଜୁନ୍ ମାସରୁ ଆରମ୍ଭ ହେଉଥିବା ବେଳେ ଗତ ୫୦ ବର୍ଷରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହେବାର ରେକର୍ଡ଼ ରହିଛି। ବାର୍ଷିକ ମୌସୁମୀ ଆଗମନ ସମ୍ପର୍କିତ ସବିଶେଷ ଆକଳନ ଖୁବଶୀଘ୍ର ଭାରତୀୟ ପାଣିପାଗ ବିଗଭାଗ ପକ୍ଷରୁ ପ୍ରକାଶ ପାଇବ ।

Advertisment

ଭାରତର ଅଧିକାଂଶ ଚାଷ ଜମି ଅଣଜଳସଚିତ ବର୍ଗର। ଯେଉଁଠି ଚାଷ ପାଇଁ ଜଳର ସୁବିଧା ନଥାଏ। ତେଣୁ ଏ ସବୁ ସ୍ଥାନର ଲୋକେ ବର୍ଷା ଉପରେ ନିର୍ଭରଶୀଳ।

ଖରିଫ ଋତୁରେ ଦେଶରେ ଧାନ, ମକା, ବେତ, କପା ଏବଂ ସୋୟାବିନ୍ ଫସଲ ହୋଇଥାଏ। ଏ ସବୁ ଚାଷ ପାଇଁ ପାଣି ଅଧିକ ଆବଶ୍ୟକ ପଡ଼ିଥାଏ। ଏହି ଖରିଫ ଫସଲରୁ ଚାଷୀ ବର୍ଷଯାକର ଚଳିବା ପାଇଁ ଦୁଇ ପଇସା ଲାଭ କରିଥାଏ। ହେଲେ ଏଥର ବର୍ଷାର ପାରିମାଣ କମିଲେ ଚାଷ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହା ଚାଷୀକୂଳ ପାଇଁ ଚିନ୍ତାର କାରଣ ପାଲଟିପାରେ। ତେବେ ଉତ୍ତର ଏବଂ ମଧ୍ୟଭାଗରେ ବର୍ଷା ଅଭାବ ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ ଆଶା କରିଛି।

Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe