Advertisment

ଆଉ ୫,୩୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଟିପିଆର ୩.୩୯%

ନିବାର ମାତ୍ର ୬୫୯ ଡୋଜ୍‌ର ଟିକାକରଣ ହୋଇଛି। ଏହାକୁ ମିଶାଇ ଦେଶରେ ୨୨୦.୬୬ କୋଟି ଡୋଜ୍‌ର ଟିକାକରଣ ଶେଷ ହେଲାଣି।

Corona

Corona

Advertisment

ପୁଣିଥରେ ଦେଶରେ ୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୫,୩୫୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୨,୮୧୪ରେ ପହଞ୍ଚିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଟେଷ୍ଟ ପଜିଟିଭିଟି ରେଟ ଅର୍ଥାତ ଟିପିଆର ୩.୩୯% ରହିଛି।

Advertisment

ଶନିବାର ମାତ୍ର ୬୫୯ ଡୋଜ୍‌ର ଟିକାକରଣ ହୋଇଛି। ଏହାକୁ ମିଶାଇ ଦେଶରେ ୨୨୦.୬୬ କୋଟି ଡୋଜ୍‌ର ଟିକାକରଣ ଶେଷ ହେଲାଣି। ୯୫.୨୧ କୋଟିର ସେକେଣ୍ଡ ଡୋଜ୍‌ର ଟିକାକରଣ ହୋଇଥିବା ବେଳେ ବୁଷ୍ଟର ଡୋଜ୍‌ ୨୨.୮୭ କୋଟି ଲୋକ ନେଇଛନ୍ତି। ଦିନକରେ ୩,୭୨୬ ଜଣଙ୍କ ଲୋକ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% ରହିଥିବା ବେଳେ ଏଯାଏ ମୋଟ ୪,୪୧,୯୨,୮୩୭ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। କରୋନା ଶନିବାର ପୁଣି ୧୦ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫,୩୦,୯୬୫ରେ ପହଞ୍ଚିଛି।

Advertisment

ଅନ୍ୟପକ୍ଷରେ ସଂକ୍ରମଣ ବଢ଼ୁଥିବାରୁ ଏକାଧିକ ରାଜ୍ୟ ପୁରୁଣା କଟକଣା ଲଗାଇଛନ୍ତି। ପୁଡୁଚେରୀ ଓ ହରିଆଣାରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଉତ୍ତର ପ୍ରଦେଶ ସରକାର ହସ୍ପିଟାଲରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ହୋଇ ନିର୍ଦ୍ଦେଶ ଦେଇଛନ୍ତି।

Corona Cases In India Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe