Advertisment

ଚାଇନାକୁ କାଉଣ୍ଟର: ଜି-୨୦ରେ ଲଞ୍ଚ ହେଲା ଭାରତ-ମଧ୍ୟପ୍ରାଚ୍ୟ ଓ ୟୁରୋପ କରିଡର

ଉଦ୍ଦେଶ୍ୟ ବ୍ୟବସାୟିକ ଥିଲେ ମଧ୍ୟ ନଜର ଚାଇନା ଉପରେ ରହିଛି। କୁହାଯାଉଛି ଯେ ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପକୁ କାଉଣ୍ଟର କରିବା ପାଇଁ ଏପରି ଏକ କରିଡର ଆରମ୍ଭ କରାଯାଇଛି।

G20

G20

Advertisment

ବ୍ୟବସାୟିକ ସମ୍ପର୍କକୁ ଆହୁରି ଦୃଢ଼ ଓ ସହଜ କରିବା ପାଇଁ ଲଞ୍ଚ ହୋଇଛି ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର। ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଶ୍ୱର ଅନ୍ୟ ନେତାମାନେ ମିଳିତ ଭାବେ ଏହି ବଡ଼ ପ୍ରକଳ୍ପକୁ ଆରମ୍ଭ କରିଛନ୍ତି। ବିଶ୍ୱର ୩ ପ୍ରାନ୍ତ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହି କରିଡରକୁ କାର୍ଯ୍ୟକ୍ଷମ କରାଯିବ।

Advertisment

ତେବେ ଉଦ୍ଦେଶ୍ୟ ବ୍ୟବସାୟିକ ଥିଲେ ମଧ୍ୟ ନଜର ଚାଇନା ଉପରେ ରହିଛି। କୁହାଯାଉଛି ଯେ ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପକୁ କାଉଣ୍ଟର କରିବା ପାଇଁ ଏପରି ଏକ କରିଡର ଆରମ୍ଭ କରାଯାଇଛି।

ଚାଇନା କରିଡର ତିଆରି ନାଁରେ ପାକିସ୍ତାନ, କେନିୟା, ଶ୍ରୀଲଙ୍କା, ଜାମ୍ବିଆ, ଲାଓସ ଓ ମଙ୍ଗୋଲିଆ ଭଳି ଦେଶକୁ ଋଣ ଭାରରେ ବୁଡ଼ାଇ ନିଜର ଫାଇଦା ଉଠାଇ ଚାଲିଛି। ତେଣୁ ଆଜି ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ମଧ୍ୟରେ ନୂଆ କରିଡରକୁ ଲଞ୍ଚ କରାଯାଇଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।

Advertisment

କରିଡର ଲଞ୍ଚ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହା ଯୋଗାଯୋଗ ଓ ନିରନ୍ତର ବିକାଶକୁ ନୂଆ ଦିଗ ଦେଖାଇବ। ଆଗାମୀ ସମୟରେ କରିଡର ଭାରତ, ମଧ୍ୟପ୍ରାଚ୍ୟ ଓ ୟୁରୋପର ଅର୍ଥନୀତିକ ଅଭିବୃଦ୍ଧିର ପ୍ରମୁଖ ମାଧ୍ୟମ ସାଜିବ। ଗୋଟିଏ ଐତିହାସିକ ବୁଝାମଣା ଶେଷ ହୋଇଛି। ଏହା କେବଳ ଭାରତ-ମଧ୍ୟପ୍ରାଚ୍ୟ କିମ୍ବା ୟୁରୋପ ନୁହେଁ, ପୂରା ବିଶ୍ୱକୁ ଫାଇଦା ଦେବ।

ମାନବ ସଭ୍ୟତାର ବିକାଶ ପାଇଁ ଯୋଗାଯୋଗ ଓ ଭିତ୍ତିଭୂମି ମୌଳିକ ଆବଶ୍ୟକତା। ଭାରତ ତା’ର ବିକାଶ ଯାତ୍ରାରେ ଯୋଗାଯୋଗ ଓ ଭିତ୍ତିଭୂମିକୁ ସର୍ବାଧିକ ଗୁରୁତ୍ୱ ଦେଇ ଚାଲିଛି ବୋଲି ମୋଦି କହିଛନ୍ତି।

ଲଞ୍ଚ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, “ବାସ୍ତବରେ ଏହା ଏକ ବଡ଼ ଡିଲ୍‌। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ନିରନ୍ତର, ଉପଯୋଗୀ ଭିତ୍ତିଭୂମି, ଗୁଣବତ୍ତା ଭିତ୍ତିଭୂମି ନିର୍ମାଣ ପାଇଁ ପୁଞ୍ଜିନିବେଶ ଓ ଭଲ ଭବିଷୃତ ଗଠନ ହିଁ ଏକମାତ୍ର ଲକ୍ଷ୍ୟ। ଗତବର୍ଷ ଆମେ ଏହି ଲକ୍ଷ୍ୟ ନେଇ ଏକ ହୋଇଥିଲୁ।” ଏହାବାଦ ୟୁରୋପ କିମିଶନ ସଭାପତି ଉରସୁଲା ଭନ ଡେର ଲେୟନ ମଧ୍ୟ କରିଡର ଲଞ୍ଚକୁ ଐତିହାସିକ କହିଛନ୍ତି।

ମଧ୍ୟପ୍ରାଚ୍ୟ ଯଥା ୟୁଏଇ, ସାଉଦି, ଜୋର୍ଡାନ ଓ ଇସ୍ରାଏଲର ରେଳ ଏବଂ ପୋର୍ଟ ସହ ଯୋଗାଯୋଗ କରିବା ପାଇଁ ଏହି କରିଡର ଅଧୀନରେ ବ୍ୟବସ୍ଥା କରାଯିବ। କରିଡର ଦ୍ୱାରା ଭାରତ ଓ ୟୁରୋପ ମଧ୍ୟରେ ବ୍ୟବସାୟିକ କାରବାର ୪୦% ବୃଦ୍ଧି ପାଇବ।

G20 Summit G20 G20 Meet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe