Advertisment

ଜେଲରୁ ଥାଇ ପିଏମଙ୍କୁ ଚିଠି ଲେ‌ଖିଲେ ସିସୋଦିଆ, କହିଲେ ଭାରତକୁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଆବଶ୍ୟକ

ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ରକୁ ନେଇ ପ୍ରସଙ୍ଗ ସରଗରମ ଥିବା ବେଳେ ସିସୋଦିଆ ଜେଲରୁ ଥାଇ ଚିଠିରେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ନିଶାନା କରିଛନ୍ତି।

author-image
Tapas Behera
Manish Sisodia

Manish Sisodia

ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତିହାର ଜେଲରୁ ଥାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଟାକ୍‌ କରିଛନ୍ତି। ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ରକୁ ନେଇ ପ୍ରସଙ୍ଗ ସରଗରମ ଥିବା ବେଳେ ସିସୋଦିଆ ଜେଲରୁ ଥାଇ ଚିଠିରେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ନିଶାନା କରିଛନ୍ତି। ଏହି ଚିଠି ଲେଖି ସେ ମୋଦିଙ୍କର ଏକାଡେମିକ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଚିଠିର ଏକ ନକଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ସେୟାର କରିଛନ୍ତି।

Advertisment

ସିସୋଦିଆ ଚିଠିରେ ଦର୍ଶାଇଛନ୍ତି ଯେ, ଦେଶର ପ୍ରଗତି ପାଇଁ ଭାରତ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଆବଶ୍ୟକ କରୁଛି। ଦିଲ୍ଲୀର ଅବକାରୀ ନିତୀ ଅନିୟମିତା ମାମାଲାରେ ସିସୋଦିଆ ବର୍ତ୍ତମାନ ଜେଲରେ ଅଛନ୍ତି। ଚିଠିରେ ସେ ଦର୍ଶାଇଛନ୍ତିତ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମ୍‌ ପଢିଛନ୍ତି, ଯାହା ଦେଶ ପାଇଁ ବିପଦଜ୍ଜନକ । ମୋଦି ଜୀ ଶିକ୍ଷାର ମହତ୍ତ୍ୱ କ’ଣ ବୁଝିନାହାନ୍ତି। ଦେଶର ପ୍ରଗତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶିକ୍ଷିତ ହେବା ଆବଶ୍ୟକ।

ସିସୋଦିଆ ଆହୁରି ଲେଖିଛନ୍ତି, ଆଜି ଦେଶର ଯୁବକମାନେ ଉଚ୍ଚାଭିଳାଷୀ, ସେ କିଛି କରିବାକୁ ଚାହୁଁଛନ୍ତି ଏବଂ ସେ ସୁଯୋଗ ଖୋଜୁଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି। ଆଜିର ଯୁବବର୍ଗଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କମ୍‌ ପଢିଥିବା ପ୍ରଧାନମନ୍ତ୍ରୀଙ୍କ ପାଖରେ କ୍ଷମତା ଅଛି କି? କିଛି ବର୍ଷ ମଧ୍ୟରେ ଦେଶରେ ୮୦ ହଜାର ସରକାରୀ ବିଦ୍ୟାଳୟ କାହିଁକି ବନ୍ଦ ହେଲା? ଗୋଟିଏ ପଟେ ଦେଶର ଜନସଂଖ୍ୟା ବଢୁଛି, ତେଣୁ ସରକାରୀ ବିଦ୍ୟାଳୟ ସଂଖ୍ୟା ମଧ୍ୟ ବୃଦ୍ଧି ହେବା ଉଚିତ୍‌ ବୋଲି ସେ ଦର୍ଶାଇଛନ୍ତି।

Advertisment
India