Advertisment

ଅପରେସନ ସିନ୍ଦୂର: କେବଳ ପାକିସ୍ତାନ ନୁହେଁ, ଚୀନ ଓ ତୁର୍କୀ ବିରୋଧରେ ବି ଲଢ଼ିଥିଲା ଭାରତ

ଗତ ୫ ବର୍ଷର ପରିସଂଖ୍ୟାନ କହୁଛି ଯେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ପାକିସ୍ତାନକୁ ଚୀନ ସହାୟତା କରିଆସୁଛି। ଭାରତର ପଶ୍ଚିମରେ ଥିବା ଏହି ଦେଶ (ପାକିସ୍ତାନ)କୁ ଚୀନ ତା’ର ଯୁଦ୍ଧାସ୍ତ୍ର ପରୀକ୍ଷଣର ଗବେଷଣାଗାର କରି ଦେଇଛି।

 Lieutenant General Rahul R Singh

Lieutenant General Rahul R Singh

Advertisment

ଅପରେସନ ସିନ୍ଦୂର ବେଳେ ଭାରତ ସୀମାରେ ଏକା ସାଙ୍ଗରେ ତିନି ଶତ୍ରୁ ରାଷ୍ଟ୍ରଙ୍କ ସହିତ ଲଢ଼ୁଥିଲା। କେବଳ ପାକିସ୍ତାନ ନୁହେଁ, ଚୀନ ଓ ତୁର୍କୀ ସହିତ ମଧ୍ୟ ମୁକାବିଲା କରିଥିଲା ଭାରତ। ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଡେପୁଟି ଚିଫ ଅଫ ଆର୍ମି ଷ୍ଟାଫ ଲେଫଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ।

Advertisment

ଦିଲ୍ଲୀରେ ଫେଡେରେସନ ଅଫ ଇଣ୍ଡିଆନ ଚ୍ୟାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଫିକି) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେନାର ଲେଫଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ କହିଥିଲେ, ପାକିସ୍ତାନ ସମ୍ମୁଖରେ ଥିଲା। ଚୀନ ଏହାକୁ ଯଥା ସମ୍ଭବ ସହାୟତା ଯୋଗାଉଥିଲା। ତୁର୍କୀ ମଧ୍ୟ ପାକିସ୍ତାନକୁ ସହାୟତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

ସେ କହିଥିଲେ, ଯେତେବେଳେ ଡିଜିଏମ୍‌ଓ-ସ୍ତରୀୟ ବୈଠକ ଚାଲିଥିଲା, ସେତେବେଳେ ଆମେ କେଉଁ ସବୁ ପ୍ରମୁଖ ସ୍ଥାନରେ ସେନାକୁ ମୁତୟନ କରିଥିଲୁ ତାହା ପାକିସ୍ତାନକୁ ଜଣାଥିଲା। ସେମାନେ ବୈଠକ ବେଳେ ଏହି କଥା କହିଥିଲେ। ଆମ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଥିବା କଥା ମଧ୍ୟ ପାକିସ୍ତାନ ଜାଣିଥିବା କହିଥିଲା। ସେଥିପାଇଁ ସେନାକୁ ପଛକୁ ଫେରାଇ ନେବାକୁ ସେମାନେ ଅନୁରୋଧ କରିଥିଲେ। ତେଣୁ ସେମାନେ ଚୀନ ପାଖରୁ ଭାରତୀୟ ସେନାର ଉପସ୍ଥିତି ନେଇ ଲାଇଭ ଇନ୍‌ପୁଟ୍ ନେଉଥିଲେ।

Advertisment

ଲେଫଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ କହିଥିଲେ, ଗତ ୫ ବର୍ଷର ପରିସଂଖ୍ୟାନ କହୁଛି ଯେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ପାକିସ୍ତାନକୁ ଚୀନ ସହାୟତା କରିଆସୁଛି। ଭାରତର ପଶ୍ଚିମରେ ଥିବା ଏହି ଦେଶ (ପାକିସ୍ତାନ)କୁ ଚୀନ ତା’ର ଯୁଦ୍ଧାସ୍ତ୍ର ପରୀକ୍ଷଣର ଗବେଷଣାଗାର କରି ଦେଇଛି। ଗତ ୫ ବର୍ଷରେ ପାକିସ୍ତାନ ସେନା ଯେତେସବୁ ମିଲିଟାରୀ ହାର୍ଡୱାର ବ୍ୟବହାର କରିଛି, ସେଥିରୁ ୮୧% ଚୀନରୁ ଆଣିଛି। ପାକିସ୍ତାନ ମାଧ୍ୟମରେ ଚୀନ ତା’ ଯୁଦ୍ଧାସ୍ତ୍ର ଗୁଡ଼ିକୁ ଅନ୍ୟ ଦେଶମାନଙ୍କ ଉପରେ ବ୍ୟବହାର କରି, ସେଗୁଡ଼ିକର ପରୀକ୍ଷଣ କରୁଛି। ତେଣୁ କୁହାଯାଇପାରେ ଏହା (ପାକିସ୍ତାନ) ସେମାନଙ୍କ ପାଇଁ ଏକ ଲାଇଭ ଲାବୋରୋଟାରୀ। ସେହିପରି ତୁର୍କୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଆଗାମୀ ଦିନରେ ପାକିସ୍ତାନ ଭାରତର ଜନଗହଳି ସ୍ଥାନଗୁଡ଼ିକୁ ଟାର୍ଗେଟ କରିପାରେ। ତେଣୁ ଏ ସବୁ ସ୍ଥାନ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି କହିଛନ୍ତି ଲେଫଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ।

ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ୨୬ ଜଣ ଲୋକ (୨୫ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ବାସିନ୍ଦା)ଙ୍କୁ ହତ୍ୟା କରିବା ପରେ ମେ’ ୭ ତାରିଖରେ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। ଏଥିରେ ପାକିସ୍ତାନର ୯ଟି ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଥିଲା ଭାରତ। ଫଳରେ ଶତାଧିକ ଆତଙ୍କୀ ନିହତ ହୋଇଥିଲେ। ଏହାର ୪ ଦିନ ପରେ ଭାରତ ପରେ ଡ୍ରୋନ୍‌ ଆକ୍ରମଣ କରିଥିଲା ପାକିସ୍ତାନ। ଏହା ସହିତ ଦୁଇ ଦେଶ ମଧ୍ୟ ଆରମ୍ଭ ହୋଇଯାଇଥିଲା ସଂଘର୍ଷ। ମେ’ ୧୦ ତାରିଖରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା।

Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe