Advertisment

ଭାରତ ଓ ଚୀନ୍ ମଧ୍ୟରେ ହୋଇପାରେ ଯୁଦ୍ଧ

ଏହି ରିପୋର୍ଟକୁ ଚିନ୍ତାର ବିଷୟ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

ଅଦ୍ୟତନ ହୋଇଛି
India and China

India and China

Advertisment

ଆହୁରି ବଢ଼ିବ ଭାରତ ଓ ଚୀନ୍ ମଧ୍ୟରେ ଥିବା ତିକ୍ତତା। ପରେ ଏହା ଯୁଦ୍ଧର ରୂପ ନେବ। କେବଳ ସେତିକି ନୁହେଁ ପାକିସ୍ତାନ ମଧ୍ୟରେ ବି ସଂଘର୍ଷ ବଢ଼ିବା ସମ୍ଭାବନା ରହିଛି। ଆମେରିକାର ଗୁଇନ୍ଦା ସଂସ୍ଥା ଜାରି କରିଥିବା ତା’ର ବାର୍ଷିକ ରିପୋର୍ଟରୁ ଏଭଳି କିଛି ଖୁଲାସା କରିଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।

Advertisment

ଏଲଏସି ନିକଟରେ ଏବେ ଉଭୟ ଚୀନ ଓ ଭାରତ ସେନା ସଂଖ୍ୟା ବଢାଇବାରେ ଲାଗିଛନ୍ତି। ଦୁଇ ପରମାଣୁ ଶକ୍ତି ସମ୍ପର୍ଣ୍ଣ ରାଷ୍ଟ୍ର ପରସ୍ପରକୁ ଟକ୍କର ଦେବାକୁ କଡା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଆମେରିକାର ଗୁଇନ୍ଦା ସଂସ୍ଥା ଜାରି କରିଥିବା  ବାର୍ଷିକ ରିପୋର୍ଟରେ କହିଛି ଯେ, ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ବଢୁଥିବା ସ୍ଥିତିରେ ଆମେରିକାର ନାଗରିକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିପାରେ। ଉଭୟ ଦେଶ ଆମେରିକାର ହସ୍ତକ୍ଷେପ ଲୋଡିପାରନ୍ତି ବୋଲି ଗୁଇନ୍ଦା ବିଭାଗ ତାର ରିପୋର୍ଟରେ କହିଛି।

ୟୁଏସ୍ ଇଣ୍ଟେଲିଜେନ୍ସର ବାର୍ଷିକ ରିପୋର୍ଟ ଆଧାରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ସେନା ପାକିସ୍ତାନ ଏବଂ ଚୀନକୁ ଯବାବ ଦେବ। ସୀମାରେ ଭାରତ-ଚୀନ ମଧ୍ୟରେ ବଢୁଥିବା ତିକ୍ତତା ଆଗକୁ ଯାଇ ଯୁଦ୍ଧରେ ପରିଣତ ହୋଇପାରେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। 

Advertisment

୨୦୨୦ରୁ ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେବି ଥମି ନାହିଁ। ଏଲଏସିରେ ଉଭୟ ପକ୍ଷରୁ ସେନା ମୁତୟନକୁ ବଢ଼ା ଯାଉଛି। ଉଭୟ ଦେଶର ସେନାଙ୍କ ମଧ୍ୟରେ ବାରମ୍ବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ଚୀନ୍ ଓ ଭାରତ ଏହି ସମସ୍ୟାର ସମାଧାନ ପାଇଁ ଲଗାତର ଦ୍ୱୀପାକ୍ଷୀକ ସୀମା ବାର୍ତ୍ତା କରୁଥିଲେ ମଧ୍ୟ କିଛି ସମସ୍ୟାର ସମାଧାନ ହେବା ଆଉ କିଛିର ହୋଇପାରି ନାହିଁ।  ଏ ସବୁକୁ ଦୃଷ୍ଟିରେ ରଖି ଆଗକୁ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଆଶଙ୍କା ଦେଖାଦେଇପାରେ ବୋଳି ଆକଳନ କରିଛି ଆମେରିକା ଗୁଇନ୍ଦା ବିଭାଗ।

ଅନ୍ୟପଟେ ଏହି ରିପୋର୍ଟକୁ ଚିନ୍ତାର ବିଷୟ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସେ କହିଛନ୍ତି, ଭାରତ ବିପକ୍ଷରେ ପାକିସ୍ତାନ ସବୁବେଳେ ଆତଙ୍କବାଦୀଙ୍କୁ ସମର୍ଥନ କରିଆସିଛି। ଅନେକ ଥର ଅସ୍ତ୍ରବିରତୀ ଉଲଂଘନ କରିଛି। ତେଣୁ ଅନୁମାନ କରାଯାଉଛି କି, ଆଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତୀୟ ସେନା ଠିକ୍ ସମୟରେ ଜବାବ ଦେବ।

China America India LOC & LAC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe