Advertisment

ଚାଇନାର ଅରୁଣାଚଳ ଦାବିକୁ ଭିତ୍ତିହୀନ କହିଲା ଭାରତ

ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଆଭ୍ୟନ୍ତରୀଣ ଅଂଶ। ଏହି ତଥ୍ୟକୁ ଚାଇନାର ବାରମ୍ବାର ଅମୂଳକ ଦାବି ବଦଳାଇ ପାରିବ ନାହିଁ।

ଅଦ୍ୟତନ ହୋଇଛି
China

China

Advertisment

ଭାରତର ଅରୁଣାଚଳ ପ୍ରଦେଶକୁ ନେଇ ଚାଇନା ବାରମ୍ବାର କରୁଥିବା ଦାବି ଉପରେ ଆଜି ନୂଆଦିଲ୍ଲୀ ଜବାବ ରଖିଛି। ଚାଇନାର ଦାବିକୁ ଭାରତ ସରକାର ଭିତ୍ତିହୀନ ବୋଲି କହିଛନ୍ତି।

Advertisment

ଭାରତର ଆଭିମୁଖ୍ୟ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ କହିଛନ୍ତି, ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଆଭ୍ୟନ୍ତରୀଣ ଅଂଶ। ଏହି ତଥ୍ୟକୁ ଚାଇନାର ବାରମ୍ବାର ଅମୂଳକ ଦାବି ବଦଳାଇ ପାରିବ ନାହିଁ।

ଆମର ଆଭିମୁଖ୍ୟ ପୂର୍ବରୁ ଯାହା ଥିଲା, ଏବେ ବି ସେଇଆ ଅଛି। ଚାଇନାର ଭିତ୍ତିହୀନ ଦାବିକୁ ବାରମ୍ବାର ଦୋହରାଇ ପାରେ। ହେଲେ ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ ହେବାର ନାହିଁ। ଅରୁଣାଚଳ ପ୍ରଦେଶ ଭାରତର ଥିଲା, ଅଛି ଓ ସବୁବେଳେ ରହିବ। ଏହାର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଜୈସୱାଲ କହିଛନ୍ତି।

Advertisment

ଚଳିତ ସପ୍ତାହରେ ଚାଇନା ପୂର୍ବଭଳି ପୁଣି ଥରେ ଭାରତର ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଭାବେ ଦାବି କରିଥିଲା। ଅରୁଣାଚଳର ନାଁ ବଦଳାଇ ଚାଇନା ଏହାକୁ ଝାଙ୍ଗନାନ କହୁଛି।

ଏହି ଅଞ୍ଚଳ ସବୁବେଳେ ଚାଇନାର ବୋଲି ଦେଶର ବୈଦେଶିକ ମନ୍ତ୍ରଣାଳୟାର ମୁଖପାତ୍ର ଲିନ କହିଥିଲେ। ଚାଇନାର ଏପରି ଦାବି ପରେ ଭାରତ ପକ୍ଷରୁ ଏହାର ଜବାବ ଦିଆଯାଇଛି।

Arunachal Pradesh China India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe