Advertisment

ଆମେରିକା କୋର୍ଟର ସମନ: ଭାରତ କହିଲା ଅନାବଶ୍ୟକ

ସମନରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର’ ମୁଖ୍ୟ ସାମନ୍ତ ଗୋଏଲ, ର’ ଏଜେଣ୍ଟ ବିକ୍ରମ ଯାଦବ ଓ ଭାରତର ବ୍ୟବସାୟୀ ନିଖିଲ ଗୁପ୍ତାଙ୍କ ନାଁ ରହିଛି। ୨୧ ଦିନ ମଧ୍ୟରେ ସମନର ଜବାବ ଦେବାକୁ କୁହାଯାଇଛି।

author-image
Hemant Lenka
Pannu

Pannu

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଦାଏର କରିଥିବା ଦେୱାନୀ ମାମଲାରେ ଆମେରିକାର ଗୋଟିଏ କୋର୍ଟ ଭାରତକୁ ସମନ କରିଛନ୍ତି। ଏଥିରେ ପନ୍ନୁ ତା’କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଭାରତ ପକ୍ଷରୁ କରାଯାଇଥିବା ଅଭିଯୋଗ କରିଥିଲା। ତେବେ କୋର୍ଟଙ୍କ ଏପରି ସମନକୁ ଭାରତ ସରକାର ସଂପୂର୍ଣ୍ଣ ଭାବେ ଅନୁଚିତ ବା ଅନାବଶ୍ୟକ ବୋଲି କହିଛନ୍ତି।

Advertisment

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ବିକ୍ରମ ମିସ୍ରୀଙ୍କୁ US District Court for Southern District of New York କରିଥିବା ସମନ ଉପରେ ପ୍ରଶ୍ନ କରାଯାଇଥିଲା। ସମନରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର’ ମୁଖ୍ୟ ସାମନ୍ତ ଗୋଏଲ, ର’ ଏଜେଣ୍ଟ ବିକ୍ରମ ଯାଦବ ଓ ଭାରତର ବ୍ୟବସାୟୀ ନିଖିଲ ଗୁପ୍ତାଙ୍କ ନାଁ ରହିଛି। ୨୧ ଦିନ ମଧ୍ୟରେ ସମନର ଜବାବ ଦେବାକୁ କୁହାଯାଇଛି।

ତେବେ ବୈଦେଶିକ ସଚିବ କହିଛନ୍ତି, “ଯେତେବେଳେ ପ୍ରଥମଥର ଏହି ପ୍ରସଙ୍ଗ ଆମ ଦୃଷ୍ଟି ଆକର୍ଷଣ କାରାଯାଇଥିଲା ସେତେବେଳେ ଆମେ କାର୍ଯ୍ୟାନୁଷ୍ଠାନ ନେଇଥିଲୁ। ଏହି ପ୍ରସଙ୍ଗରେ ଗୋଟିଏ ଉଚ୍ଚସ୍ତରୀୟ କମିଟି କାର୍ଯ୍ୟ କରୁଛି। ଏହା ଗୋଟିଏ ସଂପୂର୍ଣ୍ଣ ଅନାବଶ୍ୟକ ମାମଲା।

Advertisment

ଏହି ମାମଲା ଦାଏର କରିଥିବା ବ୍ୟକ୍ତିକୁ ମୁଁ ଆପଣମାନଙ୍କ ଦ୍ୱାରା ଜଣାଇ ଦେବାକୁ ଚାହୁଁଛି ଯେ ତା’ର ପୂର୍ବ କଥା ସବୁ ଭଲ ଭାବେ ଜଣା। ସେ ଗୋଟିଏ ବେଆଇନ ସଂଗଠନର ସସଦ୍ୟ।”

ପନ୍ନୁ ହେଉଛି ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ଶିଖ ଫର ଜଷ୍ଟିସର ମୁଖ୍ୟ। ଏହି ସଂଗଠନ ଭାରତ ବିରୋଧୀ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଭାରତରେ ଏହାକୁ ବ୍ୟାନ କରାଯାଇଛି ଓ ପନ୍ନୁକୁ ୨୦୨୦ରେ ନୂଆଦିଲ୍ଲୀ ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇ ସାରିଛି।

ନଭେମ୍ବର ମାସରେ ଗୋଟିଏ ରିପୋର୍ଟ ପ୍ରକାଶ ପାଇଥିଲା ଯେ ପନ୍ନୁକୁ ହତ୍ୟା କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ରକୁ ଆମେରିକା ପଣ୍ଡ କରିଦେଇଛି। ପରବର୍ତ୍ତୀ ଅବସ୍ଥାରେ ଜୋ ବାଇଡେନ ପ୍ରଶାସନ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଥିଲେ। ପନ୍ନୁ ଭାରତ ଛାଡ଼ି ଆମେରିକାରେ ଆଶ୍ରୟ ନେଇଛି। ତା’ ପାଖରେ ଉଭୟ ଆମେରିକା ଓ କାନାଡାର ନାଗରିକତ୍ୱ ରହିଛି।

ଏବେ ସେହି ମାମଲାକୁ କେନ୍ଦ୍ର କରି ଭାରତ ସରକାରଙ୍କ ପାଖକୁ ଆମେରିକାର ଗୋଟିଏ କୋର୍ଟ ସମନ କରିଛନ୍ତି।

USA Khalistan