Advertisment

ପ୍ରେମ ପାଇଁ ପାକିସ୍ତାନ ଯାଇଥିଲେ, ଏବେ ଭାରତ ଫେରିବେ ଅଞ୍ଜୁ

ପ୍ରେମ ପାଇଁ ଦେଶର ସୀମା ସରହଦ ଡେଇଁ ପାକିସ୍ତାନରେ ନିଜର ନୂଆ ଘର ବସାଇଥିବା ଅଞ୍ଜୁ ପୁଣି ଥରେ ଭାରତ ଫେରିବେ। ତେବେ ଏଥର ମାତ୍ର କିଛି ଦିନ ପାଇଁ ଅତିଥି ହୋଇ ସେ ଭାରତ ଆସୁଥିବା ଜଣାଯାଇଛି।

Anju

Anju

Advertisment

ପ୍ରେମ ପାଇଁ ଦେଶର ସୀମା ସରହଦ ଡେଇଁ ପାକିସ୍ତାନରେ ନିଜର ନୂଆ ଘର ବସାଇଥିବା ଅଞ୍ଜୁ ପୁଣି ଥରେ ଭାରତ ଫେରିବେ। ତେବେ ଏଥର ମାତ୍ର କିଛି ଦିନ ପାଇଁ ଅତିଥି ହୋଇ ସେ ଭାରତ ଆସୁଥିବା ଜଣାଯାଇଛି। ଏହାପରେ ସେ ପୁଣି ଥରେ ନିଜ ଶାଶୁ ଘର ପାକିସ୍ତାନ ଚାଲିଯିବେ ବୋଲି ଜଣାଯାଇଛି।

Advertisment

ନିଜ ପିଲାମାନଙ୍କୁ ସାକ୍ଷାତ କରିବାକୁ ଅଞ୍ଜୁ କିଛି ଦିନ ପାଇଁ ଭାରତ ଫେରୁଥିବା ଜଣାଯାଇଛି। ଏଥିପାଇଁ ସେ ପାକିସ୍ତାନ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି ।

ଫେସବୁକ୍‌ରୁ ନସରୁଲ୍ଲା ନାମକ ପାକିସ୍ତାନ ଯୁବକଙ୍କ ପ୍ରେମରେ ପାଗଳ ହୋଇ ଯାଇଥିବା ଅଞ୍ଜୁ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ଗତ ଜୁଲାଇରେ ପାକିସ୍ତାନ ପଳାଇଥିଲେ। ସେଠାରେ ଗତ ଜୁଲାଇ ୨୫ ତାରିଖରେ ସେ ନିଜ ତଥାକଥିତ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ଏଥିପାଇଁ ନିଜ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ପଛାଇ ନ ଥିଲେ। ଫଳରେ ଭାରତର ଅଞ୍ଜୁ ପାକିସ୍ତାନରେ  ଫତିମା ନାଁରେ ପରିଚିତ ହୋଇଥିଲେ। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା।

Advertisment

ଇସଲାମ ଧର୍ମ ଗ୍ରହଣ ପରେ ପାକିସ୍ତାନ ସରକାର ଅଞ୍ଜୁଙ୍କ ଭିସା ଅବଧୀ ଗୋଟିଏ ବର୍ଷ ବଢ଼ାଇଥିଲେ। ଏବେ ଭାରତ ଫେରିବା ପାଇଁ ସେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ନିକଟରେ NOC (No-Objection Certificate) ପାଇଁ ଆବେଦନ କରିଛନ୍ତି ବୋଲି ତାଙ୍କ ସ୍ୱାମୀ ନସରୁଲ୍ଲା ସୂଚନା ଦେଇଛନ୍ତି।

ଅଞ୍ଜୁ ନିଜ ପିଲାଙ୍କଠାରୁ ଦୂରରେ ରହି ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। ତେଣୁ ସେ କିଛି ଦିନ ପାଇଁ ଭାରତ ଫେରିବାକୁ ଆବେଦନ କରିଛନ୍ତି। ଡକ୍ୟୁମେଣ୍ଟ କାମ ଶେଷ ହେବା ପରେ ଅଞ୍ଜୁ ଖୁବ୍‌ ଶୀଘ୍ର ଭାରତ ଯିବେ । ସେଠାରେ ସେ ନିଜ ପିଲାଙ୍କୁ ସାକ୍ଷାତ କରି ପୁଣି ଥରେ ପାକିସ୍ତାନ ଫେରିବେ । ଏବେ ପାକିସ୍ତାନ ହିଁ ଅଞ୍ଜୁଙ୍କ ଘର ବୋଲି ନସରୁଲ୍ଲା ସ୍ପଷ୍ଟ କରିଛନ୍ତି।

୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ। ଉଭୟଙ୍କ ବିବାହକୁ ୧୮ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ସେମାନଙ୍କର ଏକ ୧୬ ବର୍ଷୀୟା ଝିଅ ଓ ୬ ବର୍ଷର ପୁଅ ଅଛନ୍ତି। ମାତ୍ର ୨୦୧୯ ମସିହାରେ ଅଞ୍ଜୁ ଓ ନସରୁଲ୍ଲାଙ୍କ ମଧ୍ୟରେ ଫେସବୁକ୍‌ରେ ବନ୍ଧୁତା ଆରମ୍ଭ ହେବା ପରେ ଅଞ୍ଜୁ ଓ ଅରବିନ୍ଦଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ଅଞ୍ଜୁ ନିଜ ସ୍ୱାମୀ ଓ ଛୁଆଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଥିଲେ। 

Pakistan India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe