Ladakh
ପୁଣିଥରେ ନୂଆ ଭେଳିକି ଦେଖାଇଛି ଚାଇନା। ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ନିଜର କହିଛି ବେଜିଂ। ଚାଇନା ପକ୍ଷରୁ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରାଯାଉଛି। ଏହାର କିଛି ଅଂଶ ଲଦାଖ ମଧ୍ୟରେ ଆସୁଛି। ଚାଇନାର ଏପରି ପଦକ୍ଷେପକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଭାରତ ସରକାର ଏନେଇ କୂଟନୀତିକ ସ୍ତରରେ ଚାଇନା ନିକଟରେ ଅଭିଯୋଗ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଡିସେମ୍ବର ୨୭ରେ ଚାଇନାର ସରକାରୀ ଗଣମାଧ୍ୟମ କହିଥିଲା ଯେ ଉତ୍ତରପଶ୍ଚିମ ଚାଇନାର ଜିନଜିଆଙ୍ଗ ଉଇଗୁର ସ୍ୱଂୟ ଶାସିତ ରିଜନର ସରକାର ଉକ୍ତ ଅଞ୍ଚଳରେ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ହେନ କାଉଣ୍ଟୀ ଓ ହେକାଙ୍ଗ କାଉଣ୍ଟୀ ପ୍ରତିଷ୍ଠା ହେବ। ଚାଇନାର ସେଣ୍ଟ୍ରାଲ କମିଟି ଓ ରାଜ୍ୟ ପରିଷଦ ଏହି ଦୁଇ କାଉଣ୍ଟୀକୁ ଅନୁମତି ଦେଇଛି। ଏହାକୁ ହୋଟାନ ପ୍ରିଫେକଚର ଦ୍ୱାରା ପରିଚାଳନା କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।
ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ତଥାକଥିତ କାଉଣ୍ଟୀର କିଛି ଅଂଶ ଲଦାଖ ଭିତରେ ପଡ଼ୁଛି। ଭାରତ କେବେ ହେଲେ ଏପରି ବେଆଇନ ଚାଇନିଜ ଦଖଲକୁ ଗ୍ରହଣ କରିପାରିବ ନାହିଁ। ହୋଟାନ ପ୍ରିଫେକଚର ଅଫ ଚାଇନାରେ ୨ଟି କାଉଣ୍ଟୀ ଘୋଷଣା ଖବର ଆମ ପାଖରେ ପହଞ୍ଚିଛି। ନୂଆ କାଉଣ୍ଟୀ ଘୋଷଣା କରିଦେଲେ ଯେ ଉକ୍ତ ଅଞ୍ଚଳରେ ଭାରତର ସାର୍ବଭୌମ ଅଧିକାର ଉପରେ ଏହାର କୌଣସି ପ୍ରକାରର ପ୍ରଭାବ ପଡ଼ିବ ନାହିଁ।
କିମ୍ବା ସେହି ଅଞ୍ଚଳକୁ ଚାଇନାର ବଳପୂର୍ବକ ଦଖଲ ପ୍ରକ୍ରିୟାକୁ କେବେ ହେଲେ ଆଇନଗତ ମାନ୍ୟତା ଦେବ ନାହିଁ। ଏ ସମ୍ପର୍କରେ ଭାରତ ପକ୍ଷରୁ କୂଟନୀତିକ ଚ୍ୟାନେଲ ଜରିଆରେ ଚାଇନାକୁ ଅବଗତ କରିଦିଆଯାଇଛି ବୋଲି ସେ କହିଛନ୍ତି।
ବ୍ରହ୍ମପୁତ୍ର ପାଣିକୁ ଅଟକାଇବା ପାଇଁ ଚାଇନା ଗୋଟିଏ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ତିଆରି କରୁଥିବା ଖବର ଉପରେ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମତ ରଖିଛନ୍ତି। ଏ ସମ୍ପର୍କରେ ଭାରତ ନିଜ ମତାମତ ଚାଇନାକୁ ଜଣାଇ ସାରିଥିବା ମୁଖପାତ୍ର ଜୈସୱାଲ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Ladakh_1735907545.jpg)