Advertisment

ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗୁରୁଦ୍ୱାର ପ୍ରବେଶ ବାରଣ, ପ୍ରଶ୍ନ କଲା ଭାରତ

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡ଼ା ଭାରତକୁ ଦୋଷାରୋପ କରିବା ମଧ୍ୟରେ ବ୍ରିଟେନରେ ଭାରତୀୟ ହାଇ କମିଶନରଙ୍କୁ ଏପରି ବ୍ୟବହାରକୁ କଡ଼ା ନିନ୍ଦା।

ଅଦ୍ୟତନ ହୋଇଛି
 Vikram Doraiswami

Vikram Doraiswami

Advertisment

ସ୍କଟଲ୍ୟାଣ୍ଡରେ ଭାରତୀୟ ଉଚ୍ଚ ଆୟୁକ୍ତ(ହାଇ କମିଶନର୍)ଙ୍କୁ ପ୍ରବେଶ ଅନୁମତି ନ ଦେବାକୁ ନେଇ ଉପୁଜିଛି ବିବାଦ। ବ୍ରିଟେନରେ ଥିବା ଭାରତୀୟ ହାଇ କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କୁ ଖାଲିସ୍ତାନୀ ଉଗ୍ରବାଦୀମାନେ ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରରେ ପ୍ରବେଶ କରାଇ ଦେଉନଥିବାର ଏକ ଭିଡିଓ ଭାଇରାଲ୍ ହେଉଛି। ଯାହାକୁ ତୀବ୍ର ବିରୋଧ କରିଛି ଭାରତ।

Advertisment

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡ଼ା ଭାରତକୁ ଦୋଷାରୋପ କରିବା ମଧ୍ୟରେ ବ୍ରିଟେନରେ ଭାରତୀୟ ହାଇ କମିଶନରଙ୍କୁ ଏପରି ବ୍ୟବହାର କରାଯିବାକୁ ବିରୋଧ କରାଯାଉଛି। ଏହି ଭିଡିଓ ଭାଇରାଲ ହେବା ପରେ ବ୍ରିଟେନରେ ଏହି ପ୍ରସଙ୍ଗ ଉଠାଇଛି ଭାରତ। ବ୍ରିଟିଶ ବୈଦେଶିକ ମନ୍ତ୍ରଣାଳୟ ଏବଂ ପୁଲିସ ନିକଟରେ ଭାରତ ଏହି ପ୍ରସଙ୍ଗ ଉଠାଇଛି। ଏପରି ବ୍ୟବହାରକୁ ଆମ ଦେଶରେ ମଧ୍ୟ ବିରୋଧ କରାଯାଉଛି। ଘଟଣାକୁ ବିଜେପି ନେତା ମନଜିନ୍ଦର ସିଂହ ସିର୍ସା ଦୃଢ଼ ନିନ୍ଦା କରିଛନ୍ତି।

Advertisment

ସିର୍ସା କହିଛନ୍ତି, 'କୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ବ୍ୟକ୍ତି ଗୁରୁଦ୍ୱାରକୁ ପ୍ରବେଶ କରିପାରିବେ। ଆମର ଧର୍ମ ହିଂସାର ଶିକ୍ଷା ଦିଏ ନାହିଁ, ବରଂ ଆମେ ହିଁ ମାନବିକତାକୁ ସୁରକ୍ଷା ଦେଉଛୁ। ସ୍କଟଲ୍ୟାଣ୍ଡରେ ଭାରତୀୟ ହାଇ କମିଶନରଙ୍କ ସହ ଯାହା ଘଟିଛି ତାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଗୁରୁଦ୍ୱାର ହେଉଛି ଭଗବାନଙ୍କ ଘର। ଏଠାରେ କୌଣସି ପ୍ରକାରର ଭେଦଭାବ ନାହିଁ। ସେଥିପାଇଁ ଏଠାରେ ଚାରୋଟି ଫାଟକ ରହିଛି। 

ସ୍କଟଲ୍ୟାଣ୍ଡ୍ ଗୁରୁଦ୍ୱାରକୁ ଭାରତୀୟ ଉଚ୍ଚ ଆୟୁକ୍ତଙ୍କୁ ପ୍ରବେଶ କରାଇ ଦେଉନଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଶୋସାଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଅନୁଯାୟୀ, ଖଲିସ୍ତାନର ଜଣେ ସମର୍ଥକ ଡୋରାଇସ୍ୱାମୀଙ୍କୁ ଅଲବର୍ଟ ଡ୍ରାଇଭରେ ଗ୍ଲାସଗୋ ଗୁରୁଦ୍ୱାର ପ୍ରବେଶ କରିବାକୁ ବାରଣ କରୁଥିବା ଦେଖିବାକୁ ମିଳୁଛି। ଦୋରାଇସ୍ୱାମୀ ସେମାନଙ୍କ ସହ ଯୁକ୍ତିତର୍କ ନକରି ସେଠାରୁ ଚାଲିଯାଉଥିବା ଦେଖିବାକୁ ମିଳିଥିଲା। 

India Canada Row Scotland Gurudwara Khalistan Vikram Doraiswami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe