Advertisment

Responsible Nations Index: ଦାୟିତ୍ୱବାନ ଦେଶ ତାଲିକା: ଆମେରିକା ଓ ଚାଇନା ଠାରୁ ଉପରେ ଭାରତ

ପାରମ୍ପରିକ ଭାବେ ବିଭିନ୍ନ ବିଶ୍ୱସ୍ତରୀୟ ରାଙ୍କିଙ୍ଗ ତାଲିକ ରାଷ୍ଟ୍ରଗୁଡ଼ିକର ଅର୍ଥନୀତିକ ଆକାର, ସାମରିକ କ୍ଷମତା କିମ୍ବା ଜିଓପଲଟିକାଲ ପ୍ରଭାବକୁ ଆଧାର କରି ଜାରି କରାଯାଏ। କିନ୍ତୁ ଆରଏନଆଇ ପ୍ରଥମଥର ପାଇଁ ଦାୟିତ୍ୱବାନ ରାଷ୍ଟ୍ରଗୁଡ଼ିକ ଉପରେ ଫୋକସ କରିଛି।

RNI

ଆରଏନଆଇ

Advertisment

ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କରେ ଭାରତ ୧୬ତମ ସ୍ଥାନରେ ରହିଛି। ତାଲିକାରେ ମୋଟ ୧୫୪ଟି ଦେଶ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଭାରତ(India) ୧୬ତମ ସ୍ଥାନରେ ଅଛି। ବିଭିନ୍ନ ଦେଶ ନିଜର କ୍ଷମତାକୁ ନିଜ ଦେଶର ଲୋକ, ପରିବେଶ ଓ ବିଶ୍ୱ ପ୍ରତି କେମିତି ବ୍ୟବହାର କରୁଛନ୍ତି, ତା’କୁ ଆକଳନ କରି ଏହି ତାଲିକା ଜାରି କରାଯାଇଛି। 

Advertisment

ସୋମବାର ଦାୟିତ୍ୱବାନ ରାଷ୍ଟ୍ରର ତାଲିକା ଜାରି କରାଯାଇଥିବା ବେଳେ ୧ନଂ ସ୍ଥାନରେ ସିଙ୍ଗାପୁର ରହିଛି। ଦ୍ୱିତୀୟ ସ୍ୱିରଜଲ୍ୟାଣ୍ଡ ଓ ତୃତୀୟ ସ୍ଥାନ ଦଖଲ କରିଛି ଡେନମାର୍କ। ୱାର୍ଲ୍ଡ ଇଣ୍ଟେଲେକଚ୍ୟୁଆଲ ଫାଉଣ୍ଡେସନ ପକ୍ଷରୁ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ବା ଆରଏନଆଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୩ ବର୍ଷର ଏକାଡେମିକ ଓ ନୀତିଗତ ସମୀକ୍ଷା ପରେ ଏପରି ତାଲିକା ପ୍ରକାଶ ପାଇଛି। 

ପାରମ୍ପରିକ ଭାବେ ବିଭିନ୍ନ ବିଶ୍ୱସ୍ତରୀୟ ରାଙ୍କିଙ୍ଗ ତାଲିକ ରାଷ୍ଟ୍ରଗୁଡ଼ିକର ଅର୍ଥନୀତିକ ଆକାର, ସାମରିକ କ୍ଷମତା କିମ୍ବା ଜିଓପଲଟିକାଲ ପ୍ରଭାବକୁ ଆଧାର କରି ଜାରି କରାଯାଏ। କିନ୍ତୁ ଆରଏନଆଇ ପ୍ରଥମଥର ପାଇଁ ଦାୟିତ୍ୱବାନ ରାଷ୍ଟ୍ରଗୁଡ଼ିକ ଉପରେ ଫୋକସ କରିଛି। 

Advertisment

ବିଶ୍ୱ ମଞ୍ଚରେ ଦେଶଗୁଡ଼ିକର ମୂଲ୍ୟାଙ୍କନର ପରିଭାଷା ବଦଳାଇବା ହିଁ ଏପରି ସୂଚକାଙ୍କ ଜାରି କରିବାର ଉଦ୍ଦେଶ୍ୟ। ଆରଏନଆଇର କହିବା କଥା ଯେ ଉତ୍ତରଦାୟିତ୍ୱ ବିନା କ୍ଷମତା କେବେ ହେଲେ ବି ସ୍ଥାୟୀ ସମୃଦ୍ଧି ଆଣିପାରିବ ନାହିଁ। କ୍ଷମତାର ପ୍ରୟୋଗ କେମିତି ନିରପେକ୍ଷ, ନୈତିକତା ଓ ସ୍ଥିରତାର ସହ କରାଯାଉଛି, ତା’ ଉପରେ ହିଁ ରାଷ୍ଟ୍ରୀୟ ପ୍ରଗତିର ଆକଳନ କରାଯିବା ଦରକାର।

୫୮ଟି ଦିଗକୁ ବିଚାରକୁ ନେଇ ଚୂଡ଼ାନ୍ତ ସ୍କୋର ଓ ରାଙ୍କିଙ୍ଗ ଜାରି କରାଯାଇଛି। ବିଶ୍ୱବ୍ୟାଙ୍କ, ମିଳିତ ଜାତିସଂଘର ଏଜେନ୍ସି, ଆଇଏମଏଫ, ହୁ, ଫାଓ, ଆଇଏଲଓ ଓ ବିଶ୍ୱ ନ୍ୟାୟ ପ୍ରକଳ୍ପ ପାଖରେ ୨୦୨୩ ଯାଏ ଉପଲବ୍ଧ ଥିବା ତଥ୍ୟକୁ ଆଧାର କରି ଏପରି ସୂଚକାଙ୍କ ପ୍ରସ୍ତୁତ ହୋଇଛି। 

ଆରଏନଆଇର ୨୦୨୬ ରାଙ୍କିଙ୍ଗ ଅନୁସାରେ ସିଙ୍ଗାପୁର, ସ୍ୱିଜରଲ୍ୟାଣ୍ଡ ଓ ଡେନମାର୍କ ପରେ ସାଇପ୍ରସ ୪ର୍ଥ ଓ ସ୍ୱିଡେନ ୫ମ ସ୍ଥାନରେ ରହିଛନ୍ତି। ବେଲଜିୟମ, ଜର୍ଜିଆ, ଚେଜଚିଆ, ଅଷ୍ଟ୍ରିଆ ଓ କ୍ରୋଏସିଆ ଭଳି ଦେଶ ଟପ ୧୦ରେ ରହିଛନ୍ତି। ଜର୍ମାନୀ ୧୧ତମ ସ୍ଥାନରେ ରହିଥିବା ବେଳେ ୧୨ତମ ସ୍ଥାନରେ ପର୍ତ୍ତୁଗାଲ, ୧୩ତମ ସ୍ଥାନରେ ବୁଲଗେରିଆ, ୧୪ତମ ସ୍ଥାନରେ ଆୟର୍ଲ୍ୟାଣ୍ଡ ଓ ୧୫ତମ ସ୍ଥାନରେ ନରୱେ ରହିଛି।

ଭାରତ ୧୬ତମ ସ୍ଥାନରେ ରହିଥିବା ୧୭ରେ ଇଟାଲୀ, ୧୮ରେ ଫ୍ରାନ୍ସ, ୧୯ରେ ଆଲବାନିଆ ଓ ୨୦ରେ ପୋଲାଣ୍ଡ ରହିଛନ୍ତି। ଭାରତ ତଳେ ଆମେରିକା ଓ ଚାଇନା ଭଳି ଦେଶ ରହିଛନ୍ତି।

ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କର ୬୬ତମ ସ୍ଥାନରେ ଆମେରିକା(USA) ଓ ୬୮ତମ ସ୍ଥାନରେ ଚାଇନା(China) ରହିଛନ୍ତି। ଏମାନଙ୍କ ଠାରୁ ଆହୁରି ତଳେ ରହିଛି ରୁଷ। ସଂସ୍ଥା ପକ୍ଷରୁ ରୁଷକୁ ୯୬ତମ ସ୍ଥାନରେ ରଖାଯାଇଛି। ୧୫୪ ଟି ଦେଶ ମଧ୍ୟରୁ ଉତ୍ତର କୋରିଆ ୧୪୬ ତମ ସ୍ଥାନରେ ରହିଛି। 

USA China India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe