Advertisment

ଆକାଶରୁ ବର୍ଷୁଛି ନିଆଁ, ୫୦ ଡେଇଁଲା ପାରଦ

ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜସ୍ଥାନର ଚୁରୁ। ଏଠାକାର ତାପମାତ୍ରା ସର୍ବକାଳୀନ ରେକର୍ଡ ଭାଙ୍ଗିଛି।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

ଜଳୁଛି ଉତ୍ତର ଭାରତ। ରାଜସ୍ଥାନ, ଦିଲ୍ଲୀରୁ ଆରମ୍ଭ କରି ପଞ୍ଜାବ ଯାଏଁ ଆକାଶରୁ ବର୍ଷୁଛି ନିଆଁ। ରେକର୍ଡ ଭାଙ୍ଗିଛି ଖରା। ପାଣିପାଗ ବିଭାଗ ଅନୁସାରେ, ଆସନ୍ତା କିଛି ଦିନ ମଧ୍ୟରେ ତାତିରୁ ତ୍ରାହି ମିଳିବ ନାହିଁ। ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜସ୍ଥାନ ଚୁରୁ ସହର। ଏଠାକାର ତାପମାତ୍ରା ୫୦.୫ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଦିଲ୍ଲୀରେ ପାରଦ ୪୯ ଡେଇଁଛି।

Advertisment

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ହିରଆଣାର ସିର୍‌ସାରେ ତାପମାତ୍ରା ୫୦.୩ ଡିଗ୍ରୀ ଛୁଇଁଛି। ମୁଙ୍ଗେଶପୁରରେ ୪୯.୯ ଡିଗ୍ରୀ ସେଲସିୟସ ଏବଂ ଦିଲ୍ଲୀର ନରେଲା, ନଜାଫଗଡରେ ୪୯.୮ ଡିଗ୍ରୀ, ରାଜସ୍ଥାନର ଗଙ୍ଗାନଗରରେ ୪୯.୪ ଡିଗ୍ରୀ, ରାଜସ୍ଥାନର ପିଲାନି ଏବଂ ଫାଲୋଡି ଏବଂ ଉତ୍ତରପ୍ରଦେଶର ଝାନ୍‌ସୀରେ ୪୯ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଆସନ୍ତା କିଛି ଦିନ ମଧ୍ୟରେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ହରିଆଣା, ଚଣ୍ଡିଗଡ ଏବଂ ଦିଲ୍ଲୀରର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଚାରିଆଡେ ଲୁ ବହୁଥିବା ଯୋଗୁ ଲୋକଙ୍କ ଅବସ୍ଥା ଆହୁରି ବିଗିଡବାରେ ଲାଗିଛି। ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଦିନ ହେଉ ଅବା ରାତି ଗରମର ଥାର୍ଡ ଡିଗ୍ରୀ ଜାରି ରହିଛି।

Advertisment

ସେପଟେ ପ୍ରବଳ ଖରା ଓ ଗରମ ଯୋଗୁ ହରିଆଣା ସରକାର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ଗ୍ରୀଷ୍ମ ଛୁଟିକୁ ବୃଦ୍ଧି କରିଛନ୍ତି। ପ୍ରଚଣ୍ଡ ଉତ୍ତାପ ଯୋଗୁଁ ବିଦ୍ୟୁତର ଚାହିଦା ବଢ଼ି ଚାଲିଛି ଏବଂ ଅନେକ ସ୍ଥାନରେ ବିଦ୍ୟୁତ ଓ ଜଳର ଅଭାବ ଦେଖାଦେଇଛି।

Heat Wave Rajasthan Hottest City Churu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe