Advertisment

ଦେଶରେ ୧୦,୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବର୍ତ୍ତମାନ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୫୩,୭୨୦କୁ ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
Corona

Corona

Advertisment

ଦେଶରେ ଗତ ୨୪ ଘଣ୍ଟାରେ ୧୦,୫୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ବର୍ତ୍ତମାନ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୫୩,୭୨୦କୁ ବୃଦ୍ଧି ପାଇଛି।

Advertisment

ସେହିପରି ଆଉ ୨୭ କରୋନା ଆକ୍ରାନ୍ତଙ୍କ ମୃତ୍ୟ ଘଟିଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୦୯୧କୁ ବୃଦ୍ଧି ପାଇଛି। ଏହି ୨୭ ମୃତକଙ୍କ ମଧ୍ୟରେ ଦିଲ୍ଲୀରୁ ୬ ଜଣ ଥିବା ବେଳେ ମହାରାଷ୍ଟ୍ରରୁ ୪, ରାଜସ୍ଥାନରୁ ୩ ଏବଂ ଛତିଶଗଡ଼, ଗୁଜରାଟ, ହରିଆଣା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରୁ ଜଣେ ଲେଖାଏ ଅଛନ୍ତି। ଆଉ ୬ ମୃତକ କେରଳର।

ଏବେ କରୋନାର ଦୈନିକ ସଂକ୍ରମଣ ହାର ୬.୭୮ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୪.୪୯ ରହିଛି।

Advertisment

ଦେଶରେ କରୋନାରେ ବର୍ତ୍ତମାନ ସୁଦ୍ଧା ୪,୪୮,୦୮,୦୨୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪,୪୨,୨୩,୨୧୧ ଜଣ ସୁସ୍ଥ ହୋଇସାରିଛନ୍ତି। ୫୩,୭୨୦ ଜଣ ଚିକିତ୍ସାଧୀନ ଥିବା ବେଳେ ୫,୩୧,୦୯୧ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ମୃତ୍ୟୁହାର ୧.୧୯ ରହିଛି।

Corona Coronavirus Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe