Advertisment

ଦେଶରେ ଦୈନିକ କରୋନା ସଂକ୍ରମଣ ୧୧ ହଜାର ଡେଇଁଲା

କରୋନାରେ ଆଉ ୨୯ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୦୬୪କୁ ବୃଦ୍ଧି ପାଇଛି।

Corona

Corona

Advertisment

ଦେଶରେ ଦୈନିକ କରୋନା ସଂକ୍ରମଣ ୧୧ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୧,୧୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଗତ ୨୩୬ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ଦୈନିକ କରୋନା ସଂକ୍ରମଣ।

Advertisment

୧୧,୧୦୯ଟି ନୂଆ କେସ ସହିତ ଦେଶରେ ଏବେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯,୬୨୨ରେ ପହଞ୍ଚିଛି। ସେହିପରି କରୋନାରେ ଆଉ ୨୯ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୦୬୪କୁ ବୃଦ୍ଧି ପାଇଛି।

ଶୁକ୍ରବାର ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଏହି ୨୯ ମୃତକଙ୍କ ମଧ୍ୟରେ ଦିଲ୍ଲୀ ଓ ରାଜସ୍ଥାନରୁ ୩ ଜଣ ଲେଖାଏ ଅଛନ୍ତି। ଛତିଶଗଡ଼ ଓ ପଞ୍ଜାବରୁ ୨ ଜଣ ଲେଖାଏ ଥିବା ବେଳେ ହିମାଚଳ ପ୍ରଦେଶ, କର୍ଣ୍ଣାଟକା, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପୁଡ଼ୁଚେରୀ, ତାମିଲନାଡୁ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରୁ ଜଣେ ଲେଖାଏ ଅଛନ୍ତି। କେରଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ଏବେ ଦେଶରେ ଦୈନିକ କରୋନା ସଂକ୍ରମଣ ହାର ୫.୦୧% ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୪.୨୯% ରହିଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, କରୋନା ଭାଇରସର ନୂଆ ଭେରିଏଣ୍ଟ XBB.1.16 ସଂକ୍ରମଣ ବଢ଼ୁଛି। ତେବେ ଏଥିରେ ଭୟଭୀତ ହେବାର କିଛି ନାହିଁ ବୋଲି ସେମାନେ କହିଛନ୍ତି। ଲୋକଙ୍କୁ କେବଳ ସତର୍କ ରହିବାକୁ ପଡ଼ିବ ଓ ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ଆଦି ବ୍ୟବହାର କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

Coronavirus Corona Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe