Advertisment

ବଢ଼ୁଛି ସଂକ୍ରମଣ: ଦିନକରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନକରେ କରୋନା ଗୁଜରାଟ ଓ ଗୋଆରେ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି।

Corona

Corona

Advertisment

ପୁଣିଥରେ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ। ଧୀରେଧୀରେ ଦେଶର ଦୈନିକ ସଂକ୍ରମଣ ମାମଲା ବଢ଼ିବା ଆରମ୍ଭ ହେଲାଣି। ସ୍ଥିତି ଏପରି ହୋଇଛି ଯେ ଚଳିତ ବର୍ଷ ପ୍ରଥମଥର ପାଇଁ ଦୈନିକ ସଂକ୍ରମଣ ୩ ହଜାର ଡେଇଁଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩୦୯୫ ଜଣଙ୍କ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ୨୦୨୩ରେ ସବୁଠାରୁ ଅଧିକ ଦୈନିକ ସଂକ୍ରମଣ। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫,୨୦୮ରେ ପହଞ୍ଚିଛି।

ବିଗତ କିଛି ଦିନ ହେଲାଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି। ଗୋଟିଏ ପଟେ ଏଚ୩ଏନ୨ ଇନଫ୍ଲୁଏଞ୍ଜା ମାମଲା ବଢ଼ୁଥିବା ବେଳେ କରୋନା ଗ୍ରାଫ ମଧ୍ୟ ଉପର ମୁହାଁ ହୋଇଛି। ବୁଧବାର ସମଗ୍ର ଦେଶରୁ ୨,୧୫୧ ଜଣ କରୋନେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦେଶର ମୋଟ ସକ୍ରିୟ ରୋଗୀଙ୍କ ହାର ୦.୦୩% ରହିଥିବା ବେଳେ ଆରୋଗ୍ୟ ହାର ୯୮.୭୮% ରହିଛି।

Advertisment

୨୪ ଘଣ୍ଟାରେ ୧୩୯୦ ଜଣ ଲୋକ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪,୪୧,୬୯,୭୧୧ର ଛୁଇଁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନକରେ କରୋନା ଗୁଜରାଟ ଓ ଗୋଆରେ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି।

ଗୁରୁବାର ଦିଲ୍ଲୀରେ ୨୯୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଠାରେ ପଜିଟିଭିଟି ରେଟ ୧୨.୪୮% ରହିଛି। ବୁଧବାର ଏଠାରେ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅଗଷ୍ଟ ୩୧ ପରେ ପ୍ରଥମଥର ପାଇଁ ରାଜ୍ୟରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ମଧ୍ୟ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଥିପାଇଁ ସରକାର ସମସ୍ତ କରୋନା ସମ୍ମୁଖ ଯୋଦ୍ଧା, ସରକାରୀ ଓ ଘରୋଇ ହସ୍ପିଟାଲଙ୍କୁ ଆଲର୍ଟ ମୋଡରେ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଜିଟିଭି ଚିହ୍ନଟ ହେଉଥିବା ଲୋକଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଇବାକୁ କହିଛନ୍ତି। କେବଳ ଦିଲ୍ଲୀ କିମ୍ବା ଉତ୍ତର ପ୍ରଦେଶ ନୁହେଁ, ଗୁଜରାଟ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଛି।

Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe