Advertisment

ଦିନକରେ ୮ ଶହ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ

ଦେଶରେ ଦିନକୁ ଦିନ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ପୁଣି ନୂଆ ଲହର ଆସିବା ଆଶଙ୍କା ଘନେଇବାରେ ଲାଗିଛି।

Corona

Corona

Advertisment

ସାତ ମାସ ପରେ ରେକର୍ଡ ଭାଙ୍ଗିଲା କରୋନା। ପୁଣି ଦେଶରୁ ଚିହ୍ନଟ ହେଲେ ସର୍ବାଧିକ ଆକ୍ରାନ୍ତି। ଦୀର୍ଘ ୭ ମାସ ପରେ ଦେଶରେ ଦିନକରେ ୮୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୧୦ ଦିନର ରିପୋର୍ଟ ତୁଳନାରେ ସର୍ବାଧିକ। ଏହା ସହିତ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୪,୩୦୯ କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ସୂଚନାଯୋଗ୍ୟ ଏହା ପୂର୍ବରୁ ୧୯ ମେ' ରେ ୮୬୫ ମାମଲା ରୁଜୁ ହୋଇଥିଲା।

Advertisment

ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। କେରଳ, କର୍ଣ୍ଣାଟକ ଓ ବିହାରର ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ବର୍ତ୍ତମାନର ସଂକ୍ରମଣ ବୃଦ୍ଧି ହେବାର ମୁଖ୍ୟ କାରଣ କରୋନାର ନୂଆ ଭାରିଏଣ୍ଟ ଜେଏନ୍‌.୧। ଅଧ୍ୟୟନରେ, ଏହାର ସଂକ୍ରମଣ ହାର ଅଧିକ ବୋଲି କୁହାଯାଉଛି।

Advertisment

ଶୁକ୍ରବାର ସୁଦ୍ଧା ଦେଶର ୯ଟି ରାଜ୍ୟରୁ ୧୭୮ଜଣ କୋଭିଡ୍‌-୧୯ର ନୂଆ ଭାରିଏଣ୍ଟ ଜେଏନ୍‌.୧ ଦ୍ୱାରା ଆକ୍ରାନ୍ତ ହୋଇଥିବା ରିପୋର୍ଟ କରାଯାଇଛି। ଗୋଆରେ ସର୍ବାଧିକ ୪୭ଜଣ ଓ କର୍ଣ୍ଣାଟକ ୪୧ଜଣ ଜେଏନ୍‌.୧ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ତେବେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣି ନୂଆ ଲହର ଆସିବା ଆଶଙ୍କା ଘନେଇବାରେ ଲାଗିଛି।

JN.1 Variant Coronavirus Cases Covid19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe