Advertisment

ମୋଦିଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ, କାଉଣ୍ଟର କଲା ଭାରତ

ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଥିଲା, ରହିଛି ଓ ରହିବ।

PM Modi

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବିରୋଧ କରିଥିବା ଚାଇନାକୁ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ଅରୁଣାଚଳ ପ୍ରଦେଶକୁ ନିଜର କହୁଥିବା ଚାଇନା ପାଇଛି ଉଚିତ ଜବାବ।

Advertisment

ଚାଇନାର ବିରୋଧକୁ ଦୃଢ଼ ଭାବେ ଭାରତ ଅଗ୍ରାହ୍ୟ କରିଛି। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଥିଲା, ରହିଛି ଓ ରହିବ। ଚାଇନା ଅନେକ ଥର ଭାରତର ଏପରି ଆଭିମୁଖ୍ୟ ସମ୍ପର୍କରେ ଭଲ ଭାବେ ଜାଣି ସାରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ କହିଛନ୍ତି।

ସେ କହିଛନ୍ତି, “ଅରୁଣାଚଳ ପ୍ରଦେଶକୁ ଭାରତୀୟ ନେତାଙ୍କ ଏପରି ଗସ୍ତ କିମ୍ବା ରାଜ୍ୟରେ ଭାରତର ବିକାଶମୂଳକ ପ୍ରକଳ୍ପକୁ ଏପରି ଢଙ୍ଗରେ ବିରୋଧ କରିବାର କୌଣସି କାରଣ ହିଁ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବିରୋଧ କରି ଚାଇନା ପକ୍ଷରୁ ଦିଆଯାଇଥିବା ବୟାନକୁ ଆମେ ଦୃଢ଼ ଭାବେ ଖଣ୍ଡନ କରୁଛୁ।”

Advertisment

ଗତ ସପ୍ତାହରେ ମୋଦି ଅରୁଣାଚଳ ପ୍ରଦେଶ ଗସ୍ତ କରିବା ସହ ସେଠାରେ ବିଶ୍ୱର ଦୀର୍ଘତମ ବାଇ ଲେନ ଟନେଲ ଉଦଘାଟନ କରିଥିଲେ। ମୋଦିଙ୍କ ଏପରି ଗସ୍ତକୁ ଚାଇନା ବିରୋଧ କରିଥିଲା। ଏଥିସହ କୂଟନୀତିକସ୍ତରରେ ଏହାର ପ୍ରତିବାଦ କରିଥିଲା। ଅରୁଣାଚଳକୁ ଭାରତୀୟ ନେତାଙ୍କ ଗସ୍ତ ସୀମା ବିବାଦକୁ ଅଧିକ ତୀବ୍ର କରିବ ବୋଲି ଚାଇନା କହିଥିଲା।

ଏହାର ଜବାବ ଦେଇ ଜୈସୱାଲ କହିଛନ୍ତି, “’ଏପରି ଗସ୍ତକୁ ଚାଇନାର ବିରୋଧ ବାସ୍ତବତାକୁ ବଦଳାଇ ପାରିବ ନାହିଁ। ଅରୁଣାଚଳ ପ୍ରଦେଶ ସବୁବେଳେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଥିଲା, ରହିଛି ଓ ରହିବ। ଭାରତୀୟ ନେତାମାନେ ଦେଶର ବିଭିନ୍ନ ପ୍ରାନ୍ତକୁ ଯିବା ଭଳି ଅରୁଣାଚଳକୁ ମଧ୍ୟ ଯାଉଛନ୍ତି। ଏହାକୁ ବିରୋଧ କରିବାର କୌଣସି କାରଣ ହିଁ ନାହିଁ।”

Arunachal Pradesh China India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe