Advertisment

Russia-Ukraine War : ‘ମୋଦି-ପୁଟିନ ଆଲୋଚନା’କୁ ନେଇ ବଡ଼ ଦାବି କଲେ ନାଟୋ ମୁଖ୍ୟ, ଭାରତ ଦେଲା ଏମିତି ଜବାବ

ଗୁରୁବାର ସିଏନଏନକୁ ନାଟୋ ମୁଖ୍ୟ କହିଥିଲେ ଯେ ଭାରତ ଉପରେ ରାଷ୍ଟ୍ରପତି ଟ୍ରମ୍ପ ଟାରିଫ ଲାଗୁ କରିବାର ବଡ଼ ପ୍ରଭାବ ରୁଷ ଉପରେ ପଡ଼ିଛି। ଭାରତ ଟାରିଫ ଦ୍ୱାରା ପ୍ରଭାବିତ ହୋଇଥିବାରୁ ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଫୋନ କରି ୟୁକ୍ରେନକୁ ନେଇ ତାଙ୍କ ରଣନୀତି ସମ୍ପର୍କରେ ତଥ୍ୟ ଦେବାକୁ କହିଥିଲେ।

Nato

ନାଟୋ ମୁଖ୍ୟ ଓ ପୁଟିନ-ମୋଦି (ଫାଇଲ ଫଟୋ)

Advertisment

ନାଟୋ(NATO Summit)ର ସାଧାରଣ ମହାସଚିବ ମାର୍କ ଋଟ୍ଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନାକୁ ନେଇ କରିଥିବା ଦାବିକୁ ଦୃଢ଼ ଭାବେ ଖଣ୍ଡନ କରିଛି ନୂଆଦିଲ୍ଲୀ।

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଠାରୁ ତେଲ କିଣୁଥିବା ଭାରତ ଉପରେ ଜୋରିମାନା ଲଗାଇବାରୁ ପ୍ରଧାନମନ୍ତ୍ରୀ ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଫୋନ କରିଥିଲେ। ଏହି ସମୟରେ ମୋଦି ୟୁକ୍ରେନକୁ ନେଇ ପୁଟିନଙ୍କ ରଣନୀତି ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ ଓ ଆଗକୁ କ’ଣ କରାଯିବ ବୋଲି ପ୍ରଶ୍ନ କରିଥିଲେ ବୋଲି ନାଟୋ ମୁଖ୍ୟ ଦାବି କରିଥିଲେ। ତେବେ ନାଟୋ ମୁଖ୍ୟଙ୍କ ଏପରି ଦାବିକୁ ଭାରତ(India) ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି। 

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ନାଟୋ ନେତୃବୃନ୍ଦ ଏପରି ବୟାନବାଜୀ କରିବା ବେଳେ ଅଧିକ ଦାୟିତ୍ୱବାନ ହେବେ ବୋଲି ଆମ ଆଶା। ଯେଉଁ ବିଷୟରେ ଆଲୋଚନା ହୋଇ ନାହିଁ, ତା’କୁ ନେଇ କୌଣସି ଆକଳନ ଭରା ବୟାନ ଦେବା ଆଦୌ ଗ୍ରହଣୀୟ ନୁହେଁ। ନାଟୋର ସାଧାରଣ ମହାସଚିବ ମାର୍କ ଋଟ୍ଟେଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷ(Russia) ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ହୋଇଥିବା ତଥାକଥିତ ଫୋନ ଆଲୋଚନା ସମ୍ପର୍କରେ ଦିଆଯାଇଥିବା ବୟାନକୁ ଆମେ ଦେଖିବାକୁ ପାଇଛୁ।

Advertisment

ଏହି ବୟାନରେ ତଥ୍ୟଗତ ତ୍ରୁଟି ରହିଛି ଓ ଏହା ସଂପୂର୍ଣ୍ଣ ଭତ୍ତିହୀନ। ପ୍ରଧାନମନ୍ତ୍ରୀ ମୋଦି କୌଣସି କ୍ଷେତ୍ରରେ ପୁଟିନଙ୍କ ସହ ଦାବି କରାଯାଇଥିବା ଶୈଳୀରେ କଥା ହୋଇ ନାହାନ୍ତି। ସେଭଳି କୌଣସି ଆଲୋଚନା ହୋଇନି। ନାଟୋ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ନେତୃବୃନ୍ଦ ବୟାନ ଦେବା ବେଳେ ଅଧିକ ଯତ୍ନବାନ ହେବେ ବୋଲି ଆମର ଆଶା।”

ଗୁରୁବାର ସିଏନଏନକୁ ନାଟୋ ମୁଖ୍ୟ କହିଥିଲେ ଯେ ଭାରତ ଉପରେ ରାଷ୍ଟ୍ରପତି ଟ୍ରମ୍ପ ଟାରିଫ ଲାଗୁ କରିବାର ବଡ଼ ପ୍ରଭାବ ରୁଷ ଉପରେ ପଡ଼ିଛି। ଭାରତ ଟାରିଫ ଦ୍ୱାରା ପ୍ରଭାବିତ ହୋଇଥିବାରୁ ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଫୋନ କରି ୟୁକ୍ରେନ(Ukraine)କୁ ନେଇ ତାଙ୍କ ରଣନୀତି ସମ୍ପର୍କରେ ତଥ୍ୟ ଦେବାକୁ କହିଥିଲେ। କିନ୍ତୁ ଏହାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି। 

India Russia Ukraine NATO Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe