Advertisment

ଦେଶରେ ପୁଣି ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ବର୍ତ୍ତମାନ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୫୭,୫୪୨କୁ ବୃଦ୍ଧି ପାଇଛି।

Corona

Corona

Advertisment

ଦେଶରେ ଗତ ୨୪ ଘଣ୍ଟାରେ ୧୦,୦୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ ବର୍ତ୍ତମାନ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୫୭,୫୪୨କୁ ବୃଦ୍ଧି ପାଇଛି।

Advertisment

ସେହିପରି କରୋନାରେ ଆଉ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୧,୧୧୪କୁ ବୃଦ୍ଧି ପାଇଛି। ଦେଶରେ ଏବେ କରୋନାର ଦୈନିକ ସଂକ୍ରମଣ ହାର ୫.୬୧% ରହିଛି।

ଲଗାତାର ୪ ଦିନ ହେଲାଣି ଦେଶରେ ଦୈନିକ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଉ ୧୦/୧୨ ଦିନ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ବୃଦ୍ଧି ଘଟିବ। ତା’ପରେ ଏହା ଧୀରେ ଧୀରେ କମିବ। ଏବେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ହସ୍‌ପିଟାଲରେ ଭର୍ତ୍ତି ହେଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି।

Advertisment

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ବର୍ତ୍ତମାନ ରାଜ୍ୟରେ ଚିକିତ୍ସାଧୀନ ଥିବା କରୋନା ରୋଗୀ ସଂଖ୍ୟା ୧୫୦୫କୁ ବୃଦ୍ଧି ପାଇଛି। ସେହିଭଳି ଏପ୍ରିଲ ୫ ତାରିଖରୁ ଏଯାବତ ରାଜ୍ୟରେ ୩ ଜଣଙ୍କ ଜୀବନ ନେଇଛି କରୋନା।

Coronavirus Covid19 Corona Cases In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe