Advertisment

କାନାଡା ନାଗରିକଙ୍କ ପାଇଁ ସମସ୍ତ ଇ-ଭିସା ସେବା ଆରମ୍ଭ କଲା ଭାରତ

କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ ସରକାର ଇ-ଭିସା ସେବା ସ୍ଥଗିତ ରଖିଥିଲେ।

India & Canada PM

India & Canada PM

Advertisment

କାନାଡା ନାଗରିକଙ୍କ ପାଇଁ ପୁନଃ ଆରମ୍ଭ ହେଲା ଭାରତ ଇ-ଭିସା ସେବା। ପ୍ରାୟ ଦୁଇମାସର ବିରତି ପରେ ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ ସରକାର ଇ-ଭିସା ସେବା ସ୍ଥଗିତ ରଖିଥିଲେ।

Advertisment

ଏହି ଘୋଷଣା ପରେ କାନାଡା ନାଗରିକଙ୍କ ପାଇଁ ସମସ୍ତ ପ୍ରକାର ଇ-ଭିସା ସେବା ଉପଲବ୍ଧ କରାଯାଇଛି। ପୂର୍ବରୁ ବ୍ୟବସାୟ ଏବଂ ଡାକ୍ତରୀ ଭିସା ସମେତ ଚାରିଟି ସେବା ପାଇଁ ଗତ ମାସ ଅନୁମତି ମିଳିଥିଲା। ଆଜି ପର୍ଯ୍ୟଟନ ଇ-ଭିସା ସେବାକୁ ପୁନଃ ଆରମ୍ଭ କରାଯାଇଛି।  

ପ୍ରକାଶ ଥାଉ କି, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡା ଓ ଭାରତ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। କରାଣ ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ଯଦି ସତ୍ୟତା ଅଛି ତେବେ ପ୍ରମାଣ ଦେବାକୁ ମଧ୍ୟ କହିଥିଲା ଭାରତ।

Advertisment

କିନ୍ତୁ କାନାଡା କୌଣସି ପ୍ରମାଣ ନ ଦେଇ ପ୍ରଥମେ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିଥିଲା। ଏହାପରେ ନିଜ ଆଭିମୁଖ୍ୟ ପୋଷଣ କରିଥିଲା ଭାରତ। କାନାଡାକୁ ତାଙ୍କ କୂଟନୈତିଜ୍ଞଙ୍କୁ ଫେରାଇ ନେବାକୁ କହିବା ସହ ନାଗରିକଙ୍କ ପାଇଁ ଇ-ଭିସା ସେବା ସ୍ଥଗିତ ରଖିଥିଲା। 

India Canada Conflict E-Visa Services For Canadians E-Visa Service
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe