Advertisment

ଅପରେସନ ସିନ୍ଦୂର ପରେ ତୁର୍କୀକୁ ଆଉ ଏକ ଝଟକା ଦେଲା ଭାରତ

ତୁର୍କୀକୁ ଭାରତ ଭୂକମ୍ପ ବେଳେ ସହାୟତା କରିଥିଲେ ହେଁ ଅଙ୍କାରା ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ଖୋଲା ସମର୍ଥନ ଦେଇଥିଲା।

Airline

Airline

Advertisment

ଭାରତର ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ସହାୟତା କରିଥିବା ତୁର୍କୀକୁ ଆଉ ଏକ ଝଟକା ଦେଇଛି ନୂଆଦିଲ୍ଲୀ। ଭାରତର ୮ଟି ପ୍ରମୁଖ ବିମାନ ବନ୍ଦରରେ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦେଉଥିବା ତୁର୍କୀ କମ୍ପାନୀର ସୁରକ୍ଷା ଜନିତ ଅନୁମତିପତ୍ରକୁ ଭାରତ ସରକାର ରଦ୍ଦ କରିଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ସେଲେବି ଗ୍ରାଉଣ୍ଡ ଇଣ୍ଡିଆ ପ୍ରାଇଭେଟ ଲିଃର ସୁରକ୍ଷା କ୍ଲିୟରାନ୍ସକୁ ତତ୍କାଳ ଭାବେ ରଦ୍ଦ କରାଯାଉଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Advertisment

ତୁର୍କୀର କୌଣସି କମ୍ପାନୀ ବିରୋଧରେ ଏହା ଭାରତର ସବୁଠାରୁ ବଡ଼ ପଦକ୍ଷେପ। କିଛି ବର୍ଷ ହେଲାଣି ଭାରତ ସରକାର ତୁର୍କୀର ପାରମ୍ପରିକ ପ୍ରତିଦ୍ୱନ୍ଦୀ ରାଷ୍ଟ୍ର ଯଥା ଗ୍ରୀସ, ଆର୍ମେନିଆ, ସାଇପ୍ରସ, ସାଉଦି ଓ ୟୁଏଇ ସହ ବନ୍ଧୁତା ସ୍ଥାପନ କରିବାକୁ ଲାଗି ପଡ଼ିଛନ୍ତି। ତୁର୍କୀକୁ ଭାରତ ଭୂକମ୍ପ ବେଳେ ସହାୟତା କରିଥିଲେ ହେଁ ଅଙ୍କାରା ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ଖୋଲା ସମର୍ଥନ ଦେଇଥିଲା।

ପାକିସ୍ତାନ ସହ ଅଜେରବୈଜାନ ଭଳି ତୁର୍କୀ ମଧ୍ୟ ବାଣିଜ୍ୟ, ବ୍ୟାଙ୍କିଂ ଓ ପର୍ଯ୍ୟଟନ ଶିଳ୍ପ ସହ ସମ୍ପର୍କ ସ୍ଥାପନ କରିଛି। ସାମରିକ କ୍ଷେତ୍ରରେ ମଧ୍ୟ ୩ ଦେଶ ପରସ୍ପର ଉପରେ ନିର୍ଭରଶୀଳ। ପୂର୍ବରୁ ପାକିସ୍ତାନକୁ ସହଯୋଗ କରି ଆସୁଥିବା ତୁର୍କୀ ଏଥର ସିଧାସଳଖ ଭାରତ ବିରୋଧରେ ରଣନୀତି କରିଥିଲା। ଭାରତୀୟ ସେନା ପ୍ରତିଷ୍ଠାନ ଓ ଜନବସତି ଉପରେ ପାକିସ୍ତାନ କରିଥିବା ଡ୍ରୋନ ମାଡ଼ରେ ତୁର୍କୀ ସିଧାସଳଖ ସହାୟତା କରିଥିଲା।

Advertisment

ତୁର୍କୀର ଡ୍ରୋନ ଭାରତ ବିରୋଧୀ ଆକ୍ରମଣରେ ବ୍ୟବହାର ହୋଇଥିଲା। ଅପରେସନ ସିନ୍ଦୂର ପରେ ଓ ପୂର୍ବରୁ ତୁର୍କୀର ଯୁଦ୍ଧ ଜାହାଜ କରାଚି ଆସିଥିଲା। ସେହିପରି ତୁର୍କୀ ଏୟାର ‍ଫୋର୍ସର ସି-୧୩୦ ମଧ୍ୟ ପାକିସ୍ତାନରେ ପହଞ୍ଚି ସମସ୍ତ ପ୍ରକାରର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା।

ତୁର୍କୀର ପାକିସ୍ତାନ ପ୍ରେମ ଜଣାପଡ଼ିବା ପରେ ଭାରତରେ ବୟକଟ ତୁର୍କୀ ଟ୍ରେଣ୍ଡ କରୁଛି। ତୁର୍କୀ ସହ ସମସ୍ତ ପ୍ରକାରର ବ୍ୟବସାୟିକ ଓ ପର୍ଯ୍ୟଟକ ସମ୍ପର୍କ ଚ୍ଛିନ୍ନ କରିବାକୁ ଦାବି ମଧ୍ୟ ଜୋର ଧରିଛି। ସେହିପରି ଜେଏନୟୁ ଠାରୁ ଜାମିଆ ମିଲିଆ ଇସଲାମିଆ ଭଳି ଭାରତର ପ୍ରମୁଖ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ତୁର୍କୀର ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ କରିଥିବା ଚୁକ୍ତିକୁ ବାତିଲ କରିଛନ୍ତି। ଏବେ ଭାରତ ସରକାର ତୁର୍କୀ କମ୍ପାନୀର ସୁରକ୍ଷା କ୍ଲିୟରାନ୍ସ ରଦ୍ଦ କରିଦେଇଛନ୍ତି।

ସେଲେବି ଆଭିଏସନ ଦୁଇଟି ପୃଥକ ସଂସ୍ଥା। ସେଲେବି ଏୟାରପୋର୍ଟ ସର୍ଭିସେସ ଇଣ୍ଡିଆ ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ଅପରେସନର ପରିଚାଳନା କରେ। ସେହିପରି ସେଲେବି ଦିଲ୍ଲୀ କାର୍ଗୋ ଟର୍ମିନାଲ ମ୍ୟାନେଜମେଣ୍ଟ ଇଣ୍ଡିଆ ଦିଲ୍ଲୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ କାର୍ଗୋ ସେବା କଥା ବୁଝିଥାଏ।

ଏୟାରପୋର୍ଟ କେମିତି ସୁରକ୍ଷିତ ଓ ଦକ୍ଷତାର ସହ କାମ କରିବ ସେ ସଂକ୍ରାନ୍ତ କାମ ସେଲେବି ଏୟାରପୋର୍ଟ ସର୍ଭିସେସ ଇଣ୍ଡିଆ ଉପରେ ନ୍ୟସ୍ତ ରହିଥିଲା। ବିମାନ ଗୁଡ଼ିକକୁ ଗ୍ରାଉଣ୍ଡରେ ନିର୍ଦ୍ଦେଶ ଦେବା, ଲୋଡ କଣ୍ଟ୍ରୋଲ ଓ ଫ୍ଲାଇଟ ଅପରେସନ ଆଦି କାମ ଏହା ମଧ୍ୟରେ ରହିଛି।

Pakistan India Turkey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe