Advertisment

Operation Sindoor: ପାକିସ୍ତାନର ଅପରେସନ ସିନ୍ଦୂର ଦାବିକୁ ଜାତିସଂଘରେ ରୋଷ୍ଟ କଲା ଭାରତ

ପାକିସ୍ତାନର ଗୋଟିଏ ଓ ଏକମାତ୍ର ଉଦ୍ଦେଶ୍ୟ ହେଲା ଭାରତ ଓ ଭାରତର ଲୋକଙ୍କ କ୍ଷତି କରିବା। ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ନିଜର ମିଥ୍ୟା ଓ ନିଜେ ବୁଣିଥିବା କଥାକୁ ପ୍ରଚାର କରୁଛି ବୋଲି ଜାତିସଂଘରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ କହିଛନ୍ତି।

Harish

ଭାରତର ହରିଶ

Advertisment

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ପାକିସ୍ତାନର ଧୂଲେଇ କରିଛି ଭାରତ। ପାକିସ୍ତାନର ଗୋଟିଏ ଓ ଏକମାତ୍ର ଉଦ୍ଦେଶ୍ୟ ହେଲା ଭାରତ ଓ ଭାରତର ଲୋକଙ୍କ କ୍ଷତି କରିବା। ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ନିଜର ମିଥ୍ୟା ଓ ନିଜେ ବୁଣିଥିବା କଥାକୁ ପ୍ରଚାର କରୁଛି ବୋଲି ଜାତିସଂଘରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ କହିଛନ୍ତି। 

Advertisment

ସେ କହିଛନ୍ତି, “ପାକିସ୍ତାନ ପ୍ରତିନିଧି ରଖିଥିବା ବୟାନର ମୁଁ ଏବେ ଜବାବ ଦେଉଛି। ସେ ସୁରକ୍ଷା ପରିଷଦର ଜଣେ ନିର୍ବାଚିତ ପ୍ରତିନିଧି। ହେଲେ ପାକିସ୍ତାନର ଗୋଟିଏ ଓ ଏକମାତ୍ର ଏଜେଣ୍ଡା ହେଲା ମୋ ଦେଶ ଓ ମୋ ଲୋକଙ୍କ କ୍ଷତି କରିବା।

ସେ(ପାକିସ୍ତାନ ପ୍ରତିନିଧି) ଗତବର୍ଷ ମେ’ ମାସରେ ହୋଇଥିବା ଅପରେସନ ସିନ୍ଦୂର(Operation Sindoor)କୁ ନେଇ ଗୋଟିଏ ମିଛ ଓ ନିଜସ୍ୱ ଅତିରଞ୍ଜିତ କାହାଣୀ ଉପସ୍ଥାପନ କରିଛନ୍ତି। ମେ’ ୯ ତାରିଖ ଯାଏ ପାକିସ୍ତାନ ପକ୍ଷରୁ ଭାରତ ଉପରେ ଅଧିକରୁ ଅଧିକ ଆକ୍ରମଣର ଧମକ ଦିଆଯାଉଥିଲା। କିନ୍ତୁ ମେ’ ୧୦ରେ ପାକିସ୍ତାନ ସେନା ସିଧାସଳଖ ଆମ ସେନା ଅଧିକାରୀଙ୍କୁ ଫୋନ କରିଥିଲା। ଏହି ସମୟରେ ସେମାନେ ଲଢ଼େଇ ବନ୍ଦ କରିବାକୁ ନେହୁରା ହୋଇଥିଲେ। ଭାରତୀୟ ଅପରେସନରେ ପାକିସ୍ତାନର ଏକାଧିକ ଏୟାରବେସ ଧ୍ୱଂସ ହୋଇଛି। ଧ୍ୱଂସ ହୋଇଥିବା ରନୱେ ଓ ଜଳନ୍ତା ହ୍ୟାଙ୍ଗର୍ସର ଫଟୋ ସର୍ବସାଧାରଣରେ ଉପଲବ୍ଧ ରହିଛି।”

Advertisment

ପାକିସ୍ତାନର ଲିଙ୍କ ଏବେ ବି ଆତଙ୍କବାଦ ସହ ରହିଥିବା କଥା ମିଳିତ ଜାତିସଂଘକୁ ଜଣାଇଛନ୍ତି ହରିଶ। ସେ କହିଛନ୍ତି, “ପାକିସ୍ତାନ ପ୍ରତିନିଧିଙ୍କ ଠାରୁ ଆମେ ନୂଆ କଥା ଶୁଣିଲୁ। ମୁଁ ଏଠାରେ ପୁଣି ଦୋହରାଇବାକୁ ଚାହୁଁଛି ଯେ ପାକିସ୍ତାନ ଯେଉଁଭଳି ଆତଙ୍କବାଦକୁ ସମାନ୍ୟ କରିବାକୁ ଚାହୁଁଛି, ସେଭଳି କେବେ ବି ଆତଙ୍କବାଦ ସାମନ୍ୟ ହେବନାହିଁ।

ପାକିସ୍ତାନ ଆତଙ୍କବାଦକୁ ରାଷ୍ଟ୍ରୀୟ ନୀତି ଭାବେ ଲଗାତର ବ୍ୟବହାର କରିଚାଲିଛି। ଏହାକୁ କେବେ ହେଲେ ବରଦାସ୍ତ କରାଯାଇ ପାରିବ ନାହିଁ। ଏହି ପବିତ୍ର ମଞ୍ଚ କେବେ ହେଲେ ପାକିସ୍ତାନର ଆତଙ୍କବାଦ ପ୍ରୀତିକୁ ପ୍ରୋତ୍ସାହିତ କରିପାରିବ ନାହିଁ।” 

Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe