Advertisment

ଏଚ୩ଏନ୨ ଭାଇରସ ଯୋଗୁ ପ୍ରଥମଥର ଭାରତରେ ଗଲା ୨ ଜଣଙ୍କ ଜୀବନ

ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

author-image
Hemant Lenka
Influenza Deaths

Influenza Deaths

ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭାଇରସରେ ପ୍ରାୟ ୯୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏଚ୧ଏନ୧ ଭାଇରସ ମଧ୍ୟ ୮ ଜଣଙ୍କ ଶରୀରରୁ ଠାବ ହୋଇଛି। ବିଗତ କିଛି ମାସ ହେଲାଣି ଦେଶରେ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସଂକ୍ରମଣ ଏଚ୩ଏନ୨ ଭାଇରସ ଦ୍ୱାରା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।

ଏହି ଭାଇରସ ହଂକଂହଂକଂ ଫ୍ଲୁ ଭାବେ ମଧ୍ୟ ଜଣାଶୁଣା। ଇନଫ୍ଲୁଏଞ୍ଜା ଏ ସବଟାଇପ ହେଉଛି ଏଚ୩ଏନ୨ ଭାଇରସ। ଅନ୍ୟ ସବ ଟାଇପ ଅପେକ୍ଷା ଏଚ୩ଏନ୨ ଭାଇରସ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ ମତରେ ବିଗତ ୨ରୁ ୩ ମାସ ହେଲାଣି ଏଚ୩ଏନ୨ ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ଲୋକମାନେ ଫ୍ଲୁ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି।

Advertisment

ଏହା ସେମାନଙ୍କ ଶରୀରରେ ଗୋଟିଏ ସପ୍ତାହରୁ ଅଧିକ ଦିନ ରହୁଛି। ଏହି ରୋଗର ଲକ୍ଷଣ ହେଲା, କାଶ, ଥଣ୍ଡା ଓ ଜ୍ୱର। କିଛି ଲୋକ ମଧ୍ୟ ଏଥିଯୋଗୁ ଅନ୍ୟ ରୋଗରେ ପଡ଼ୁଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ଦେଶରୁ ଏଚ୩ଏନ୨ ଓ ଏନ୧ଏନ୧ ଭାଇରସ ଜନିତ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି।

ଉଭୟ ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଶରୀରରେ କୋଭିଡ ଭଳି ଲକ୍ଷଣ ସବୁ ଦେଖାଦେଉଛି। ବିଗତ ଦୁଇ ମାସ ହେଲାଣି ସମସ୍ତଙ୍କୁ ଏହି ଲକ୍ଷଣ ସବୁ ଦେଖା ଯାଉଛି। ଦୀର୍ଘଦିନ ଧରି ଜ୍ୱର ଓ କାଶ ଲାଗି ରହୁଛି। ମହାମାରୀ କରୋନା ସହ ୨ ବର୍ଷ ଲଢ଼ିଥିବା ଲୋକମାନେ ଏବେ ପୁଣି ଥଣ୍ଡା, କାଶ ଓ ଜ୍ୱରକୁ ଦେଖି ଆତଙ୍କିତ ହେବାରେ ଲାଗିଛନ୍ତି।

ବିଶେଷଜ୍ଞଙ୍କ ମତରେ ଏହି ଭାଇରସର ସଂକ୍ରମଣ କ୍ଷମତା ଅଧିକ। ସଂକ୍ରମିତ ଲୋକଙ୍କ କାଶ, ଛିଙ୍କ ଓ କ୍ଲୋଜ କଣ୍ଟାକ୍ଟରୁ ଏହା ବ୍ୟାପିଥାଏ। ତେଣୁ ସମସ୍ତେ କୋଭିଡ ସମୟରେ ଯେମିତି ନିୟମିତ ହାତ ଧୋଉଥିଲେ ଓ ମାସ୍କ ପରିଧାନ କରୁଥିଲେ, ଏବେ ମଧ୍ୟ ସମାନ ନୀତି ଅପାଣାଇବା ଦରକାର ବୋଲି ସେମାନେ କହିଛନ୍ତି।

ବୟସ୍କ ଓ ଛୋଟ ପିଲାଙ୍କ ପ୍ରତି ଏହି ଭାଇରସର ବିପଦ ଅଧିକ ରହିଛି। ଏହାବାଦ ବହୁବିଧି ରୋଗ ଓ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କୁ ମଧ୍ୟ ଏହି ଭାଇରସ ସଂକ୍ରମିତ କରିବାର ଯଥେଷ୍ଟ ଆଶଙ୍କା ରହିଛି।

୧-ଲକ୍ଷଣ ଥିଲେ ହାତକୁ ଭଲ ଭାବେ ସାବୁନ ଓ ପାଣି ଦ୍ୱାରା ଭଲ ଭାବେ ଧୁଅନ୍ତ।

୨-ମାସ୍କ ପିନ୍ଧନ୍ତୁ ଓ ଗହଳୀ ସ୍ଥାନକୁ ଯାଆନ୍ତୁ ନାହିଁ।

୩-କାଶ ଓ ଛିଙ୍କ ବେଳେ ମୁହଁକୁ ଘୋଡ଼ାଇ ରଖନ୍ତୁ।

୪-ପ୍ରଚୁର ପରିମାଣ ପାଣି ଓ ଜୁସ ପିଅନ୍ତୁ। ଆଖି ଓ ନାକକୁ ବାରମ୍ବାର ଛୁଅନ୍ତୁ ନାହିଁ।

୫-ଜ୍ୱର ଓ ଘୋଳାବିନ୍ଧା ପାଇଁ ପାରାସିଟାମଲ ଖାଆନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାରର ଆଣ୍ଟିବାୟୋଟିକ ଖାଆନ୍ତୁ ନାହିଁ।

୬-ସର୍ବସାଧାରଣରେ ଛେପ ପକାନ୍ତୁ ନାହିଁ କିମ୍ବା କାହା ସହ ହାତ ମିଳାନ୍ତୁ ନାହିଁ।

ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ଆଣ୍ଟିବାୟୋଟିକ ବ୍ୟବହାର କରିବାକୁ ବାରଣ କରିଛି। ଏଥିସହ ଡାକ୍ତରମାନଙ୍କୁ କେବଳ ଲକ୍ଷଣ ଥିବା ଲୋକଙ୍କୁ ମେଡିସିନ ଖାଇବାକୁ ପରାମର୍ଶ ଦିଅନ୍ତୁ। ସେମାନଙ୍କୁ ମଧ୍ୟ ଆଣ୍ଟିବାୟୋଟିକ ଦିଅନ୍ତୁ ନାହିଁ ବୋଲି କୁହାଯାଇଛି।

Covid19 Coronavirus