Advertisment

ପୁଣି ଡରାଇଲାଣି କରୋନା, ଦିନକରେ ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩ ମୃତ

କେବଳ କେରଳରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
COVID-19

COVID-19

Advertisment

ପୁଣି ଡରାଇଲାଣି ମହାମାରୀ କରୋନା। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲାଣି ସଂକ୍ରମଣ ମାମଲା। କରୋନାର ନୂଆ ଭାରିଏଣ୍ଟ ଜେଏନ୍‌.୧ ଧୀରେ ଧୀରେ ଚାରିଆଡେ କାୟା ମେଲାଉଛ। ଗତ ୨୪ ଘଣ୍ଟାରେ ସାରା ଦେଶରେ ୩୫୮ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କେବଳ କେରଳରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Advertisment

ସେହିପରି ଦିନକରେ କରୋନାରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କେରଳର ବୋଲି ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ କେରଳରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର ହୋଇଛି। ଏବେ କେରଳରେ ୨ ହଜାର ୪୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ସଂଖ୍ୟା ୨,୬୬୯ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ନୂଆଦିଲ୍ଲୀ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡ୍ଡୁଚେରୀ, ପଞ୍ଜାବ, ତାମିଲନାଡୁ ଓ ତେଲେଙ୍ଗାନାରେ ନୂଆ ସକ୍ରିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୨୦୦୦ ଥିବାରୁ କେରଳର ସ୍ଥିତି ଚିନ୍ତାଜନକ ରହିଛି।

Advertisment

ସେପଟେ ଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିଲେ ବି ଭୟଭୀତ ନ ହୋଇ ସାବଧାନତା ଅବଲମ୍ବନ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି। ପରୀକ୍ଷା ସଂଖ୍ୟା ବୃଦ୍ଧି କରି କୋଭିଡ୍‌-୧୯ର ବିସ୍ତାର ଉପରେ ତୀକ୍ଷ୍ନ ଦୃଷ୍ଟି ରଖିବାକୁ ରାଜ୍ୟ ସରକାରମାନେ ବି ଆଦେଶ ଦେଇଛନ୍ତି।

କୋଭିଡ୍‌-୧୯ ସବ୍‌ଭାରିଏଣ୍ଟ ଜେଏନ୍‌.୧ ପ୍ରଜାତି ଚଳିତ ମାସ ପ୍ରାରମ୍ଭରେ ପ୍ରଥମେ କେରଳର ଜଣେ ୭୯ ବର୍ଷୀୟ ବୃଦ୍ଧାଙ୍କଠାରେ ଚିହ୍ନଟ ହୋଇଥିଲା। ତା’ପରଠାରୁ କେରଳରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Covid19 Corona Cases In India JN.1
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe