Advertisment

ବଢ଼ିଲା କରୋନା ସଂକ୍ରମଣ: ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ ହଜାର ଛୁଇଁଲା

ଦେଶରେ ଜେଏନ.୧ ଭାରିଏଣ୍ଟ ଚିହ୍ନଟ ହେବା ଖବର ମିଳିବା ପରଠାରୁ ସଂକ୍ରମଣ ବୃଦ୍ଧି ପାଉଛି। ସଂକ୍ରମଣ ବୃଦ୍ଧି ପାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

author-image
Hemant Lenka
Corona

Corona

ଭାରତରେ ମହାମାରୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଶୁକ୍ରବାର ସୁଦ୍ଧା ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ ହଜାର ପାଖରେ ପହଞ୍ଚି ଯାଇଛି। ସେହିପରି କେରଳରେ ଜଣେ କରୋନା ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛି।

Advertisment

ଦେଶରେ ଜେଏନ.୧ ଭାରିଏଣ୍ଟ ଚିହ୍ନଟ ହେବା ଖବର ମିଳିବା ପରଠାରୁ ସଂକ୍ରମଣ ବୃଦ୍ଧି ପାଉଛି। ସଂକ୍ରମଣ ବୃଦ୍ଧି ପାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ବିହାରରେ ବେଶ କିଛି ମାସର ବ୍ୟବଧାନ ପରେ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେବେ ୨୯୯୭ ରହିଛି। ଦିନକ ତଳେ ଏହା ୨୬୬୯ ରହିଥିଲା। ସେହିପରି ମହାମାରୀ କରୋନାଜନିତ ମୃତ୍ୟୁସଂଖ୍ୟା ୫,୩୩,୩୨୮ ଛୁଇଁଛି। କାରଣ ୨୪ ଘଣ୍ଟା ମଧ୍ୟରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ମୃତ୍ୟୁହାର ୧.୧୮ ରହିଛି।

Advertisment

ଏହାବାଦ ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଆନ୍ଧ୍ର ପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, କର୍ଣ୍ଣାଟକା, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ଏଯାଏ ୪,୪୪,୭୦,୮୮୭ ଜଣ କରୋନାକୁ ମାତ ଦେଇଥିବା ବେଳେ ଆରୋଗ୍ୟ ହାର ୯୮.୮୧% ରହିଛି। ଦେଶବାସୀ ୨୨୦.୬୭ କୋଟି କରୋନା ଟିକାର ଡୋଜ ନେଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି।

କେରଳରେ ପ୍ରଥମଥର ପାଇଁ ଜେଏନ.୧ ଭାରିଏଣ୍ଟ ଚିହ୍ନଟ ହୋଇଥିଲା। ଏବେ ଏଠାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୦୬କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ରାଜ୍ୟର ୨୬୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବୁଧବାର ସୁଦ୍ଧା ସମଗ୍ର ଦେଶରେ ୨୧ ଜଣଙ୍କ ଶରୀରରୁ ଜେଏନ.୧ ଭାରିଏଣ୍ଟ ଚିହ୍ନଟ ହୋଇଛି।

New Coronavirus Strain Corona Cases In India Coronavirus