Advertisment

ଦେଶକୁ ମିଳିଲା ପ୍ରଥମ ଜଳ ମେଟ୍ରୋ: ଟିକେଟ ଦାମ ୨୦ ଟଙ୍କା

ଏହି ପ୍ରକଳ୍ପ ପାଇଁ ୧,୧୩୬.୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କେରଳ ସରକାର ଓ ଜର୍ମାନର ଫଣ୍ଡିଂ ଏଜେନ୍ସିଂ KFW ପାଣ୍ଠି ଯୋଗାଣ କରିଛନ୍ତି।

Water Metro

Water Metro

Advertisment

ଦେଶକୁ ମିଳିଛି ପ୍ରଥମ ଜଳ ମେଟ୍ରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ କୋଚି ଠାରେ ଏହାକୁ ଉଦଘାଟନ କରିଛନ୍ତି। ପୂର୍ବରୁ ଦେଶରେ କେବେ ହେଲେ ଏପରି ମେଟ୍ରୋ ସେବା ଆରମ୍ଭ କରାଯାଇ ନଥିଲା। ଏହି ଜଳ ମେଟ୍ରୋ ବା ବୋଟ୍ ମେଟ୍ରୋ ସେବା କୋଚିକୁ ସଂଯୋଗ କରୁଥିବା ୧୦ଟି ଦ୍ୱୀପପୁଞ୍ଜ ମଧ୍ୟରେ ସେବା ଯୋଗାଇବ। କୋଚି ଓ ଏହାର ଆଖପାଖ ଦ୍ୱୀପକୁ ଏକଧିକ ଜଳସ୍ରୋତ ଘେରି ରହିଛି।

Advertisment

ସଡ଼କ ପଥ ଅପେକ୍ଷା ଏହି ସବୁ ଦ୍ୱୀପକୁ ଜଳ ପଥରେ ଖୁବ କମ ସମୟରେ ଯାତାୟାତ କରିହେବ। ଏହାକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ଜଳ ମେଟ୍ରୋ ସେବାକୁ ଆଜି ଉଦଘାଟନ କରାଯାଇଛି। ଜଳଯାତ୍ରା ଦ୍ୱାରା ଟ୍ରାଫିକ୍ ସମସ୍ୟା ଦୂର ହେବ।

ଏଥିସହ କମ୍ ସମୟରେ ଲୋକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରି ଜଳ ମେଟ୍ରୋରେ ଯାତ୍ରା କରିପାରିବେ। ଏହି ଜଳ ମେଟ୍ରୋ ସେବା ପାରମ୍ପରିକ ମେଟ୍ରୋ ସେବା ଠାରୁ ଅଧିକ ଭଲ। ବିଶେଷ କରି କୋଚି ସହର ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି କୁହାଯାଉଛି।

Advertisment

କୋଚି ଜଳ ମେଟ୍ରୋର କିଛି ଗୁରୁତ୍ୱପୂର୍ଣ୍ଣ କଥା

୧- କୋଚି ଜଳ ମେଟ୍ରୋ ୧୦ଟି ଦ୍ୱୀପପୁଞ୍ଜକୁ ସଂଯୋଗ କରିବ।

୨- ଏହି ପ୍ରକଳ୍ପ ପାଇଁ ୧,୧୩୬.୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କେରଳ ସରକାର ଓ ଜର୍ମାନର ଫଣ୍ଡିଂ ଏଜେନ୍ସିଂ KFW ପାଣ୍ଠି ଯୋଗାଣ କରିଛନ୍ତି।

୩- କୋଚି ୱାଟର ମେଟ୍ରୋଳରେ ୭୮ଟି ବିଦ୍ୟୁତ ଚାଳିତ ବୋଟ ଓ ୩୮ଟି ଟର୍ମିନାଲ ରହିଛି।

୪- ଏହି ପ୍ରକଳ୍ପ ଅଧୀନରେ ପ୍ରଥମ ଦଫାରେ ହାଇକୋର୍ଟ-ଭୟପିନ ଟର୍ମିନାଲରୁ ଭୟଟ୍ଟିଲା-କାକନାଡ ଟର୍ମିନାଲ ଯାଏ ସେବା ଉପଲବ୍ଧ କରାଯିବ।

୫- ଲୋକମାନେ କୋଚି ୱାନ କାର୍ଡ ବ୍ୟବହାର କରି ଉଭୟ କୋଚି ମେଟ୍ରୋ ଓ ୱାଟର ମେଟ୍ରୋରେ ଯାତ୍ରା କରିପାରିବେ।

୬- ଲୋକମାନେ ଡିଜିଟାଲ ମାଧ୍ୟମରେ ମଧ୍ୟ ଜଳ ମେଟ୍ରୋ ଯାତ୍ରା ପାଇଁ ଟିକେଟ କରିପାରିବେ।

୭- ପ୍ରଥମ ଦଫାରେ କେବଳ ୮ଟି ହାଇବ୍ରିଡ୍ ବୋଟ ସେବା ଯୋଗାଇବ। ୮ଟି ହାଇବ୍ରିଡ୍ ବୋଟକୁ କୋଚିନ୍ ସିପ୍ଆର୍ଡ ଲିମିଟେଡ ଦ୍ୱାରା ବିକଶିତ କରାଯାଇଛି।

୮- ଏହି ମେଟ୍ରୋ ସେବାରେ ଯାତାୟାତ କରିବା ପାଇଁ ଟିକେଟର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇଛି। ଯେଉଁମାନେ ନିୟମିତ ଯିବା ଆସିବା କରିବେ, ସେମାନଙ୍କ ପାଇଁ ସାପ୍ତାହିକ ଓ ମାସିକ ପାସ୍ ବ୍ୟବସ୍ଥାର ସୁବିଧା ରହିବ।

୯- ବୋଟ ଗୁଡ଼ିକରେ ଏସିର ବ୍ୟବସ୍ଥା ରହିବ। ସେହିପରି ବଡ଼ବଡ଼ ଝରକା ଦ୍ୱାରା ଲୋକମାନେ ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ।

୧୦- ଜଳ ମେଟ୍ରୋ ଅତ୍ୟନ୍ତ ଇକୋ ଫ୍ରେଣ୍ତଲୀ, ସଂପୂର୍ଣ୍ଣ ବିଦ୍ୟୁତ ଚାଳିତ ଓ ଦିବ୍ୟାଙ୍ଗ ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

PM Modi Kerala Metro Rail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe