Advertisment

ଆଇଏମ୍‌ଏଫର ଆକଳନ: ଚୀନ୍‌, ଯୁକ୍ତରାଷ୍ଟ୍ର ଆମେରିକାର ଜିଡିପିକୁ ପଛରେ ପକାଇପାରେ ଭାରତ

ଆଇଏମ୍‌ଏଫ୍‌ର ୱାର୍ଲଡ୍‌ ଆଉଟଲୁକ୍‌ ରିପୋର୍ଟରେ ଅନୁସାରେ, ଭାରତୀୟ ଅର୍ଥନୀତି କିମ୍ବା ଭାରତର ଜିଡିପି ଚଳିତ ଆର୍ଥିକ ବର୍ଷରେ ୫.୯% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

author-image
Niharika Rout
ଅଦ୍ୟତନ ହୋଇଛି
GDP

GDP

ଚୀନ୍‌, ଯୁକ୍ତରାଷ୍ଟ୍ର ଆମେରିକା ପରି ବିକାଶଶୀଳ ଦେଶଙ୍କ ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇପାରେ ଭାରତ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଦେଖାଇପାରେ ଏପରି ଚମତ୍କାର। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ଏହାର ଇକୋନୋମିକ୍‌ ଆଉଟ୍‌ଲୁକ୍‌ ରିପୋର୍ଟରେ ଏଭଳି କିଛି ଆକଳନ କରିଥିବାରୁ ଏହାକୁ ଦେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।

Advertisment

ଆଇଏମ୍‌ଏଫ୍‌ର ୱାର୍ଲଡ୍‌ ଆଉଟଲୁକ୍‌ ରିପୋର୍ଟରେ ଅନୁସାରେ, ଭାରତୀୟ ଅର୍ଥନୀତି କିମ୍ବା ଭାରତର ଜିଡିପି ଚଳିତ ଆର୍ଥିକ ବର୍ଷରେ ୫.୯% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବଡ଼ ବଡ଼ ଦେଶ ଯେପରିକି ଆମେରିକା, ଚୀନ, ବ୍ରିଟେନ, ଫ୍ରାନ୍ସ, ସାଉଦି ଆରବ ଓ କାନାଡାକୁ ପଛରେ ପକାଇ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

ବଡ଼ ବଡ଼ ଦେଶକୁ ପଛରେ ପକାଇ ବିଶ୍ୱର ଜିଡିପି ଆକଳନ ୨୦୨୩ (World's GDP Forecast 2023) ତାଲିକାରେ ଭାରତ ଆଗରେ ରହିଛି। ୫.୯% ଅଭିବୃଦ୍ଧି ସହ ତାଲିକାର ପ୍ରଥମ ସ୍ଥାନରେ ଭାରତ ରହିଛି। ତେଣୁ ଏଥିରୁ ଜଣାପଡ଼ୁଛି, ଭାରତର ଅର୍ଥନୀତିରେ ଅଭିବୃଦ୍ଧି ହୋଇଛି।

Advertisment

ଆଇଏମ୍‌ଏଫ୍‌ର ଷାଣ୍ମାସିକ ରିପୋର୍ଟ ଅନୁସାରେ, ଭାରତର ଖୁଚୁରା ମୁଦ୍ରାସ୍ଫୀତି ପୂର୍ବ ବର୍ଷ ୬.୭% ଥିବାବେଳେ ଏହା ହ୍ରାସ ପାଇ ୨୦୨୩-୨୪ରେ ୪.୯% ପହଞ୍ଚିବ ବୋଲି ଆଶା କରାଯାଉଛି।

ଆଇଏମ୍‌ଏଫ୍‌ର ଆକଳନ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଚାଇନାର ଡିଜିପି ୫.୨% ରହିବ। ସେହିପରି ଇଣ୍ଡୋନେସିଆର ଜିଡିପି ୫% ରହିବା ନେଇ ଆକଳନ କରାଯାଉଥିବା ବେଳେ ତୁର୍କୀର ୩.୬%, ମେକ୍ସିକୋର ୧.୮% ରହିବ। ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ୧.୬% ବଢ଼ିବ ବୋଲି ଆକଳନ କରାଯାଇଥିଲା, ଯାହାକି ଆଇଏମଏଫର ପୂର୍ବ ଆକଳନ ତୁଳନାରେ ୦.୨% ଅଧିକ। ତେବେ ବ୍ରିଟିଶ ଅର୍ଥନୀତି ଚଳିତ ବର୍ଷ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ବୋଲି ଆଇଏମ୍‌ଏଫ କୌଣସି ଆକଳନ କରିନି। ଦେଶର ଜିଡିପି -୦.୩% ରହିବ ବୋଲି ଆକଳନ କରାଯାଇଛି। ସେହିଭଳି ସାଉଦି ଆରବରେ ରାଜସ୍ୱ କମୁଥିବାରୁ ୨୦୨୩ରେ ଦ୍ୱିତୀୟ ନିଅଣ୍ଟ ଦେଖାଦେବ ବୋଲି କୁହାଯାଇଛି। ଏହି ଦେଶର ଜିଡିପି ଚଳିତ ବର୍ଷ ୩.୧% ରହିବ ବୋଲି କହିଛି ଆଇଏମଏଫ।

India GDP