ପାକ୍‌ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କଲେ, ଆତଙ୍କବାଦ ପ୍ରସଙ୍ଗରେ ପ୍ରବଳ ବର୍ଷିଲେ ଜୟଶଙ୍କର

ସ୍ୱାଗତ କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିବା ଏସ୍‌ସିଓ ବୈଠକରେ ଜୟଶଙ୍କର ପାକିସ୍ତାନ ନାଁ ନ ନେଇ ଆତଙ୍କବାଦ ପ୍ରସଙ୍ଗରେ ପ୍ରବଳ ବର୍ଷିଛନ୍ତି। ଏହି ସମୟରେ ବିଲାୱଲ ମଧ୍ୟ ଉପସ୍ଥିତ ରହିଥିଲେ। ଜୟଶଙ୍କର ଆତଙ୍କବାଦର ଭୟଙ୍କର ରୂପ ସହ ସୀମା ପାର ଆତଙ୍କବାଦ ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି।

ପାକ୍‌ ବୈଦେଶିକ ମନ୍ତ୍ରୀଙ୍କ ସହ ଜୟଶଙ୍କର

  • Published: Friday, 05 May 2023
  • , Updated: 05 May 2023, 12:14 PM IST

ଭାରତର ଗୋଆରେ ଆୟୋଜିତ ଏସ୍‌ସିଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠରେ ଯୋଗଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି। ଆଜି ତାଙ୍କୁ ଏହି ବୈଠକକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରୋଟକଲ ଅନୁଯାୟୀ ହାତ ଯୋଡ଼ି ସ୍ୱାଗତ କରିଥିଲେ।

ତେବେ ସ୍ୱାଗତ କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିବା ଏସ୍‌ସିଓ ବୈଠକରେ ଜୟଶଙ୍କର ପାକିସ୍ତାନ ନାଁ ନ ନେଇ ଆତଙ୍କବାଦ ପ୍ରସଙ୍ଗରେ ପ୍ରବଳ ବର୍ଷିଛନ୍ତି। ଏହି ସମୟରେ ବିଲାୱଲ ମଧ୍ୟ ଉପସ୍ଥିତ ରହିଥିଲେ। ଜୟଶଙ୍କର ଆତଙ୍କବାଦର ଭୟଙ୍କର ରୂପ ସହ ସୀମା ପାର ଆତଙ୍କବାଦ ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, “ଯେତେବେଳେ ପୂରା ବିଶ୍ୱ କୋଭିଡ ଓ ଏହାର ଭୟଙ୍କର ରୂପ ସହ ଲଢ଼ୁଥିଲା ସେତେବେଳେ ମଧ୍ୟ ଆତଙ୍କବାଦର କଳାର ରୂପ ଜାରି ରହିଥିଲା। ଆତଙ୍କବାଦର କରାଳରୂପ ଉପରୁ ନଜର ହଟାଇବା ଅର୍ଥ ଅର୍ଥ ଆମ ସୁରକ୍ଷା ବ୍ୟବସ୍ଥା ସହ ବୁଝାମଣା କରିବା ସହ ସମାନ। ଏହା ଆମ ସୁରକ୍ଷା ବ୍ୟବସ୍ଥା ପ୍ରତି ଆଦୌ ଠିକ ନୁହେଁ। 

ଆମର ବିଶ୍ୱାସ ଯେ ଆତଙ୍କବାଦ ପାଇଁ କୌଣସି କଥା ଯର୍ଥାଥ ନୁହେଁ। ଏହାକୁ ସବୁ ସ୍ତର ଓ ସବୁ ଉପାୟରେ ବନ୍ଦ କରାଯିବା ଦରାକାର। ସୀମା ପାର ଆତଙ୍କବାଦ ଉପରେ ମଧ୍ୟ ରୋକ ଲାଗିବା ଉଚିତ। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯେଉଁ ସବୁ ମାଧ୍ୟମରେ ଆର୍ଥିକ ସହାୟତା କରାଯାଉଛି, ସେଗୁଡ଼ିକ ସିଜ କରାଯାଉ। କୌଣସି ପ୍ରକାରର ପାତରଅନ୍ତର ନ କରି ସେଗୁଡ଼ିକ ବ୍ଲକ ହେଉ। ଆତଙ୍କବାଦ ବିରୋଧୀ ଲଢ଼େଇ ହିଁ ଏସ୍‌ସିଓର ମୂଳ ଲକ୍ଷ୍ୟ ବୋଲି ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ବୁଝିବା ଦରକାର।”

ଏସ୍‌ସିଓର ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକକୁ ପ୍ରଥମଥର ଅଧ୍ୟକ୍ଷତା କରି ଜୟଶଙ୍କର କହିଛନ୍ତି, “ଆମ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏସ୍‌ସିଓର ୧୦୦ରୁ ଅଧିକ ବୈଠକ ଓ କାର୍ଯ୍ୟକ୍ରମ ଆମେ ସଫଳତାର ସହ ଶେଷ କରିଛୁ। ଏହା ମଧ୍ୟରେ ୧୫ଟି ମନ୍ତ୍ରୀ ସ୍ତରୀୟ ବୈଠକ ମଧ୍ୟ ରହିଛି।

ଭାରତ ସବୁବେଳେ ପାରସ୍ପରିକ ସହଯୋଗରେ ଏସସିଓ ରାଷ୍ଟ୍ରର ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛି। ଏଥିସହ ସ୍ଥିରତା ଓ ଶାନ୍ତି ଉପରେ ମଧ୍ୟ ଫୋକସ କରୁଛି।” ଏସ୍‌ସିଓର ଅଫିସିଆଲ ଭାଷା ଇଂରାଜୀ ରହିବା ଉଚିତ ବୋଲି ମଧ୍ୟ ଭାରତ ପ୍ରସ୍ତାବ ଦେଇଛି।

ଆଜି ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ କରୁଥିବା ବେଳେ ଚାଇନାର ବୈଦେଶିକ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ।

୨୦୦୧ ସଙ୍ଘାଇ ବୈଠକ ବେଳେ ଏସ୍‌ସିଓ ଗଠନ ହୋଇଥିଲା। ରୁଷ, ଚାଇନା, କିର୍ଗିଜିସ୍ତାନ, କାଜାଖସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ସଭାପତିତ୍ୱରେ ଏହା ଗଠନ ହୋଇଥିଲା। ୨୦୧୭ରେ ଭାରତ ଓ ପାକିସ୍ତାନ ଏସସିଓର ସ୍ଥାୟୀ ସଦସ୍ୟ ହୋଇଥିଲେ।

ଏହାପୂର୍ବରୁ ୨୦୦୫ରେ ଭାରତ ଏସ୍‌ସିଓର ପର୍ଯ୍ୟବେକ୍ଷକ ରାଷ୍ଟ୍ର ହୋଇଥିଲା। ଫଳରେ ମନ୍ତ୍ରୀ ସ୍ତରୀୟ ବୈଠକରେ ଭାରତ ଯୋଗ ଦେଉଥିଲା। ୟୁରୋସିଆନ ରିଜନର ସୁରକ୍ଷା ଓ ଅର୍ଥନୀତିକ ସହଭାଗିତାକୁ ଗୁରୁତ୍ୱ ଦେଇ ଏହି ବୈଠକ ଅନୁଷ୍ଠିତ ହେଉଥିଲା।

Related story