Advertisment

ଦେଶରେ ବଢ଼ିଲା ବାଘଙ୍କ ସଂଖ୍ୟା, ଏବେ ଅଛନ୍ତି ୩୧୬୭

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକାର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ବାଘଙ୍କ ସଂଖ୍ୟା ସାର୍ବଜନୀନ କରିଛନ୍ତି।

Tiger

Tiger

Advertisment

ଦେଶରେ ବଢ଼ିଛି ବାଘଙ୍କ ସଂଖ୍ୟା। ୨୦୨୨ ବାଘ ଗଣନା ଅନୁଯାୟୀ ଏବେ ଦେଶର ବିଭିନ୍ନ ଜଙ୍ଗଲରେ ମୋଟ ୩୧୬୭ଟି ବାଘ ରହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକାର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ବାଘଙ୍କ ସଂଖ୍ୟା ସାର୍ବଜନୀନ କରିଛନ୍ତି। ଏଥିସହ ସହ ବ୍ୟାଘ୍ର ସଂରକ୍ଷଣ ପାଇଁ ସେ ଅମୃତକାଳର ଭିଜନ ମଧ୍ୟ ରିଲିଜ୍‌ କରିଛନ୍ତି।

Advertisment

ଆଗକୁ ବାଘ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା, ପରିବେଶ, ଜଙ୍ଗଲ ଜମିର ସୁରକ୍ଷା ପାଇଁ ସରକାର ଲକ୍ଷ୍ୟ ରଖିଥିବା ବିଷୟବସ୍ତୁ ଏଥିରେ ରହିଛି। ଏହାବାଦ ପ୍ରଧାନମନ୍ତ୍ରୀ ମୋଦି International Big Cats Allianceକୁ ମଧ୍ୟ ଲଞ୍ଚ କରିଛନ୍ତି। ଆଇବିସିଏର ଲକ୍ଷ୍ୟ ହେଲା ୭ଟି ବଡ଼ ବନ୍ୟଜନ୍ତୁ ଯଥା ବାଘ, ସିଂହ, ଲିଓପାର୍ଡ, ବରଫ ଲିଓପାର୍ଡ, ପୁମା, ଜାଗୁଆର ଓ ଚିତା ବାଘର ସୁରକ୍ଷା କରିବା। ସେମାନଙ୍କ ଶିକାର ବନ୍ଦ କରିବା ସହ ବେଆଇନ ଚାଲାଣକୁ ଅନ୍ତର୍ଜାତୀୟ ସ୍ତରରେ ରୋକିବା ପାଇଁ ଏହାକୁ ଲଞ୍ଚ କରାଯାଇଛି।

ଏହାବାଦ ପ୍ରଧାନମନ୍ତ୍ରୀ ମୋଦି ପ୍ରୋଜେକ୍ଟ ଟାଇଗରର ୫୦ତମ ପୂର୍ତ୍ତି ଅବସରରେ ଗୋଟିଏ ସ୍ମାରକୀ ମୁଦ୍ରାର ଶୁଭାରମ୍ଭ କରିଛନ୍ତି। ଏଥିରେ ବାଘର ମୁହଁ ରହିଛି। ପ୍ରୋଜେକ୍ଟ ଟାଇଗରକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ପରିଚାଳନା କରିଥାଏ। ଏହା ଅଧୀନରେ ଦେଶ ୫୩ଟି ବାଘ ଉଦ୍ୟାନ ରହିଛି। ବିଶ୍ୱର ୮୦% ବାଘ କେବଳ ଭାରତରେ ହିଁ ରହିଛନ୍ତି। ଏବେ ସଂଖ୍ୟା ବୃଦ୍ଧି ଦେଶ ପାଇଁ ଗର୍ବର ବିଷୟ ବୋଲି ମଧ୍ୟ ମୋଦି କହିଛନ୍ତି।

Advertisment

୨୦୦୬ରେ ଦେଶରେ ବାଘଙ୍କ ସଂଖ୍ୟା ୧୪୧୧ ଥିବା ବେଳେ ୨୦୧୦ରେ ଏହା ୧୭୦୬ ଓ ୨୦୧୪ରେ ୨୨୨୬ ଓ ୨୦୧୮ରେ ଏହି ସଂଖ୍ୟା ୨୯୬୭କୁ ଛୁଇଁଥିଲା। ୨୦୨୨ ଗଣନା ଅନୁସାରେ ଦେଶରେ ମୋଟ ୩୧୬୭ଟି ବାଘ ରହିଛନ୍ତି।

ଆଜି ମୋଦି ଏହି ଅବସରରେ କହିଛନ୍ତି, ପ୍ରୋଜେକ୍ଟ ଟାଇଗର ବିଗ୍‌ କ୍ୟାଟ୍ସଙ୍କ ସୁରକ୍ଷା ଓ ସଂରକ୍ଷଣର ବାଟ ଦେଖାଇଛି। ପ୍ରକୃତିର ସୁରକ୍ଷା କରିବା ଭାରତୀୟ ସଂସ୍କୃତିର ଗୋଟିଏ ଅଂଶ। ପ୍ରୋଜେକ୍ଟ ଟାଇଗରର ସଫଳତା କେବଳ ଭାରତ ପାଇଁ ନୁହେଁ, ବରଂ ପୂରା ବିଶ୍ୱ ପାଇଁ ଗର୍ବର ବିଷୟ। ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରା କରିଛି। ଏହି ସମୟରେ ବିଶ୍ୱର ୭୫% ବାଘ ଭାରତରେ ରହିଛନ୍ତି।

ଭାରତ କେବଳ ବାଘଙ୍କ ସୁରକ୍ଷା କରିନି। ଏଥିସହ ଇକୋସିଷ୍ଟମକୁ ମଧ୍ୟ ସହାୟତା କରିଛି। ଭାରତ ବନଜନ୍ତ୍ୟ ସଂରକ୍ଷଣରେ ଅନେକ ସଫଳତା ହାସଲ କରିଛି। ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ ପୂରିବା ଗୋଟିଏ ବଡ଼ ସଫଳତା। ଆଗକୁ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯିବ ବୋଲି ସେ କହିଛନ୍ତି।

India PM Modi Tiger Count
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe