Advertisment

ମୋଦିଙ୍କୁ ଚିଠି ଲେଖିଲେ ଜେଲେନସ୍କି, ୟୁକ୍ରେନ ମାଗିଲା ଅଧିକ ମାନବିକ ସହାୟତା

ସେପ୍ଟେମ୍ବର ମାସରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଜେଲେନସ୍କିଙ୍କୁ ଯୋଗ ଦେବା ପାଇଁ ଅନୁମତି ଦେବାକୁ ୟୁକ୍ରେନ ପକ୍ଷରୁ ଅନୁରୋଧ କରାଯାଇଛି।

PM Modi

PM Modi

Advertisment

ଯୁଦ୍ଧ ଦ୍ୱାରା କ୍ଷତିଗ୍ରସ୍ତ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିକୁ ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନେ ଡଜାଫାରଭା ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ପାଖକୁ ପଠାଇଛନ୍ତି। ଏଥିସହ ଇମିନେ ଫୋନ ଯୋଗେ ମୀନାକ୍ଷୀଙ୍କ ସହ କଥା ହେବା ବେଳେ ଅଧିକ ମାନବିକ ସହାୟତା ମାଗିଛନ୍ତି।

Advertisment

ଏହାବାଦ ସେପ୍ଟେମ୍ବର ମାସରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଜେଲେନସ୍କିଙ୍କୁ ଯୋଗ ଦେବା ପାଇଁ ଅନୁମତି ଦେବାକୁ ୟୁକ୍ରେନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଭାରତ ପକ୍ଷରୁ ଏପ୍ରସଙ୍ଗରେ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇନି।

ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଟ୍ୱିଟ କରିଛନ୍ତି ଯେ ମେଡିସିନ ଓ ମେଡିକାଲ ସାମଗ୍ରୀ ସହ ଅଧିକ ସଂଖ୍ୟାରେ ମାନବିକ ସହାୟତା ପାଇଁ ୟୁକ୍ରେନ ଅନୁରୋଧ କରିଛି। ଭାରତ ମଧ୍ୟ ସବୁବେଳେ ୟୁକ୍ରେନକୁ ଆବଶ୍ୟକ ମାନବିକ ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

Advertisment

ୟୁକ୍ରେନ ମନ୍ତ୍ରୀ ଇମିନେ କହିଛନ୍ତି, ଯୁଦ୍ଧ କ୍ଷତି ଗ୍ରସ୍ତ ଦେଶରେ ପାଠ ଅଧାରୁ ଛାଡ଼ି ଦେଇଥିବା ବିଦେଶୀ ମେଡିକାଲ ଶିକ୍ଷାର୍ଥୀଙ୍କୁ ୟୁନିଫାଏଡ ଷ୍ଟେଟ କ୍ୱାଲିଫିକେସନ ପରୀକ୍ଷା ସେମାନଙ୍କ ଦେଶରେ ଦେଇପାରିବେ। ଏହାଦ୍ୱାରା ଯୁଦ୍ଧ ଭୟରେ ଭାରତକୁ ଚାଲି ଆସିଥିବା ହଜାର ହଜର ମେଡିକାଲ ଶିକ୍ଷାର୍ଥୀ ଉପକୃତ ହୋଇପାରିବେ।

ସେହିପରି ଭିତ୍ତିଭୂମିର ପୁନଃ ବିକାଶ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିବ। କିଭ ଚାହୁଁଛି ଯେ ରୁଷ ସହ ଚାଲିଥିବା ଯୁଦ୍ଧରେ ଭାରତ ହସ୍ତକ୍ଷେପ କରି ଏହାକୁ ଶେଷ କରିବା ପାଇଁ ପଦକ୍ଷେପ ନେଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବରିଷ୍ଠ ଅଧିକାରୀମାନେ ୟୁକ୍ରେନ ମଧ୍ୟ ଆସନ୍ତୁ।

ଭାରତର ଅର୍ଥନୀତିକ ସମ୍ପର୍କ କେଉଁ ଦେଶ ସହ ରହିଛି, ସେବିଷୟରେ ୟୁକ୍ରେନ କୌଣସି ପ୍ରକାରର ପରାମର୍ଶ ଦେବାକୁ ଚାହୁଁ ନଥିବା ମନ୍ତ୍ରୀ ଜଣଙ୍କ କହିଛନ୍ତି। ଗତବର୍ଷ ରୁଷ ଆକ୍ରମଣ କରିବା ପରେ ଇମିନେ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ସେ ଭାରତକୁ ପ୍ରଶଂସା କରିବା ସହ ନୂଆଦିଲ୍ଲୀକୁ ବିଶ୍ୱଗୁରୁର ଆଖ୍ୟା ଦେଇଛନ୍ତି।

Russia-Ukraine War PM Modi Ukraine Volodymyr Zelenskyy India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe