Advertisment

ଗତ ୨୪ ଘଣ୍ଟାରେ କରୋନା ନେଲା ୨୯ ମୁଣ୍ଡ, ଓଡ଼ିଶାରୁ ଜଣେ ମୃତ

ଦେଶରେ ଗତ ୨୪ ଘଣ୍ଟା ଭିତରେ ୯ ହଜାର ୬୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
COVID-19

COVID-19

Advertisment

ଦେଶରେ କରୋନାରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୯ ହଜାର ୬୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛି।

Advertisment

ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୩୧ ହଜାର ୩୯୮କୁ ବୃଦ୍ଧି ପାଇଛି। କରୋନାରେ ମୃତ ୨୯ ଜଣଙ୍କ ଭିତରୁ ୬ ଜଣ ଦିଲ୍ଲୀରୁ ଥିବା ବେଳେ ୩ ଜଣ ଲେଖାଏଁ ମହାରାଷ୍ଟ୍ର ଓ ରାଜସ୍ଥାନର ରହିଛନ୍ତି। ସେହିପରି ହରିୟାନା ଓ ଉତ୍ତରପ୍ରଦେଶରୁ ଦୁଇଜଣ ଲେଖାଏଁ, ଜଣେ ଲେଖାଏଁ ଓଡ଼ିଶା, ଗୁଜୁରାଟ ଓ ଛତିଶଗଡ଼ରୁ ଅଛନ୍ତି। କେରଳରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ, ଗତ ୨୪ ଘଣ୍ଟା ଭିତରେ ୧୧ ହଜାର ୯୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେଣୁ ଦେଶରେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୪୩ ଲକ୍ଷ ୨୩ ହଜାର ୪୫ ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହେବା ପ୍ରତିଶତ ୯୮.୬୮ ଥିବା ବେଳେ ମୃତକଙ୍କ ପ୍ରତିଶତ ୧.୧୮।

Advertisment

ସୂଚନା ଥାଉକି, ଗତକାଲି ୬ ହଜାର ୬୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପୂର୍ବଦିନ ୭ ହଜାର ୧୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯେତେବେଳେ କି ୨୩ ତାରିଖରେ ସର୍ବାଧିକ ୧୦ ହଜାର ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ତେବେ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ଭିତରେ କରୋନାରେ ୧୦୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଓ ଏହା ଭିତରେ ୬ ଜଣଙ୍କ ମୃତ୍ୟୁ ହେବା ଉଦ୍‌ବେଗ ବଢ଼ାଇଛି। ଦିଲ୍ଲୀରେ ସଂକ୍ରମଣ ହାର ୨୨.୭୪ ପ୍ରତିଶତରେ ପହଞ୍ଚିଛି।

Covid Management Covid19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe