Advertisment

Rafale Fighter Jet: ସବୁଠାରୁ ବଡ଼ ଆର୍ମ ଡିଲ କରିବ ଭାରତ: ୩.୨୫ ଲକ୍ଷ କୋଟିରେ କିଣା ହେବ ୧୧୪ ରାଫେଲ

ଭାରତୀୟ ବାୟୁ ସେନାର ବହୁମୁଖୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମ ଜରିଆରେ କିଣାଯିବ ଆଉ ୧୧୪ ଫ୍ରାନ୍ସ ନିର୍ମିତ ରାଫେଲ। ୩.୨୫ ଲକ୍ଷ କୋଟି ଟଙ୍କାରେ ଭାରତ ସରକାର ୧୧୪ ରାଫେଲ ଯୁଦ୍ଧ ବିମାନ କିଣିବାକୁ ଯାଉଛନ୍ତି।

author-image
Hemant Lenka
Rafel

ରାଫେଲ ଯୁଦ୍ଧ ବିମାନ

ଭାରତୀୟ ସଶସ୍ତ୍ର ବଳ ଆହୁରି ମଜବୁତ ହେବ। କାରଣ ଭାରତ ସରକାର ସବୁଠାରୁ ବଡ଼ ଆର୍ମ ଡିଲ ପାଇଁ ନେଇଛନ୍ତି ନିଷ୍ପତ୍ତି। ଭାରତୀୟ ବାୟୁ ସେନାର ବହୁମୁଖୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମ ଜରିଆରେ କିଣାଯିବ ଆଉ ୧୧୪ ଫ୍ରାନ୍ସ ନିର୍ମିତ ରାଫେଲ। ୩.୨୫ ଲକ୍ଷ କୋଟି ଟଙ୍କାରେ ଭାରତ ସରକାର ୧୧୪ ରାଫେଲ ଯୁଦ୍ଧ ବିମାନ(Rafale Fighter Jet) କିଣିବାକୁ ଯାଉଛନ୍ତି।

Advertisment

ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମୋହର ମଧ୍ୟ ମାରିବ। ଖୁବଶୀଘ୍ର ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ ଭାରତ ଗସ୍ତରେ ଆସିବେ। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ଦେଇଥିବା ପ୍ରସ୍ତାବ ଅନୁଯାୟୀ ଭାରତ ସରକାର ରାଫେଲ ପାଇଁ ଚୁକ୍ତି ସ୍ୱାକ୍ଷରିତ କରିବେ।

ଏହି ପ୍ରସ୍ତାବ ଉପରେ ଗୋଟିଏ ଥର ମୋହର ବାଜିବା ପରେ ଏହା କେବଳ ଭାରତ ଇତିହାସରେ ସବୁଠାରୁ ବଡ଼ ଯୁଦ୍ଧାସ୍ତ୍ର ଡିଲର ମାନ୍ୟତା ପାଇବ ନାହିଁ ବରଂ ଭାରତରେ ପ୍ରାୟ ୧୦୦ ଯୁଦ୍ଧ ବିମାନ ନିର୍ମାଣ କରିବାକୁ ଅନୁମତି ମିଳିବ। ଉଚ୍ଚ ଶ୍ରେଣୀର ଲଢ଼ୁଆ ଜେଟର ହସ୍ତାନ୍ତର ଓ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ରଣନୀତିକ ବୁଝାମଣା ପାଇଁ ମଧ୍ୟ ସମ୍ଭାବ୍ୟ ଡିଲରେ ପ୍ରାବଧାନ ରହିଛି। 

Advertisment

ସେହି ଡିଲ ନିଶ୍ଚିତ ହୋଇଗଲେ ରାଫେଲର ସର୍ବାଧିକ ବ୍ୟବହାର କରୁଥିବା ବିଦେଶୀ ରାଷ୍ଟ୍ରର ମାନ୍ୟତା ମଧ୍ୟ ଭାରତ ହାସଲ କରିବ। ଦୁଇ ଇଞ୍ଜିନ ବିଶିଷ୍ଟ ରାଫେଲ ବହୁମୁଖୀ ଯୁଦ୍ଧ ବିମାନ ଭାବେ ପରିଚିତ। ନିଜର ଅତ୍ୟାଧୁନିକ ଯୁଦ୍ଧ କ୍ଷମତା ପାଇଁ ରାଫେଲ ବିଶ୍ୱର ଅନ୍ୟତମ ଘାତକ ଯୁଦ୍ଧ ବିମାନର ଆଖ୍ୟା ପାଇଛି। 

ଏହାପୂର୍ବରୁ ଭାରତ ସରକାର ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ଡିଲ କରିଥିଲେ। ୬୩ ହଜାର କୋଟିରେ ଏହି ଡିଲ ହୋଇଥିଲା। ୨୦୨୪ ଡିସେମ୍ବର ସୁଦ୍ଧା ବାୟୁସେନା ପାଖରେ ସି ଭାରିଏଣ୍ଟ ରାଫେଲ ପହଞ୍ଚି ସାରିଛି।

ଏବେ ୨୬ଟି ନାଭାଲ ଭାରିଏଣ୍ଟଠ ବା ଏମ ଭର୍ସନ ରାଫେଲ ଆସିବ। ୨୦୩୦ ସୁଦ୍ଧା ଭାରତୀୟ ସେନା ପାଖରେ ସବୁ ରାଫେଲ ଯୁଦ୍ଧ ବିମାନ ପହଞ୍ଚି ଯିବ ବୋଲି ଜଣାପଡ଼ିଛି। 

Rafale Fighter Jet