Advertisment

ପାକିସ୍ତାନକୁ ମିଳିଲା ଭାରତ ବିରୋଧୀ ପ୍ରଳାପର କଡ଼ା ଜବାବ

ନିଜର ବିଫଳତାକୁ ଲୁଚାଇବାକୁ ପାକିସ୍ତାନ ପକ୍ଷରୁ ଭାରତ ବିରୋଧୀ ବୟାନ ଦିଆଯାଉଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ଏଥିସହ ପାକିସ୍ତାନକୁ ଭାରତ ଚେତାବନୀ ଦେଇ ସଂଯମତା ରକ୍ଷା କରିବାକୁ ପରାମର୍ଶ ଦେଇଛି।

author-image
Hemant Lenka
Pakistan

Pakistan

ପାକିସ୍ତାନ ଆର୍ମି ମୁଖ୍ୟ ଆସିମ ମୁନିରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ନେତା ଓ ମନ୍ତ୍ରୀ ଭାରତ ବିରୋଧୀ ପ୍ରଳାପରେ ମାତିଛନ୍ତି। ରବିବାର ଠାରୁ ଏଭଳି ଧାରା ଲାଗି ରହିଥିବା ବେଳେ ଆଜି ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି। ନିଜର ବିଫଳତାକୁ ଲୁଚାଇବାକୁ ପାକିସ୍ତାନ ପକ୍ଷରୁ ଭାରତ ବିରୋଧୀ ବୟାନ ଦିଆଯାଉଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ଏଥିସହ ପାକିସ୍ତାନକୁ ଭାରତ ଚେତାବନୀ ଦେଇ ସଂଯମତା ରକ୍ଷା କରିବାକୁ ପରାମର୍ଶ ଦେଇଛି। 

Advertisment

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଆଜି କହିଛନ୍ତି, “ଭାରତ ବିରୋଧରେ ନିୟମିତ ଦାୟିତ୍ୱହୀନ, ଯୁଦ୍ଧଂଦେହି ଓ ଘୃଣା ସୃଷ୍ଟିକାରୀ ବୟାନ ପାକିସ୍ତାନ ନେତୃବୃନ୍ଦ ଦେଉଥିବା ଆମେ ଦେଖିବାକୁ ପାଇଛୁ। ନିଜର ବିଫଳତାକୁ ଲୁଚାଇବା ପାଇଁ ବେଶ ଯୋଜାବଦ୍ଧ ଭାବେ ଏପରି ଭାରତ ବିରୋଧୀ ବୟାନକୁ ବାରମ୍ବାର ଦୋହରା ଯାଉଛି।”

ଯୁଦ୍ଧର ଚେତାବନୀ ଦେଉଥିବା ପାକିସ୍ତାନ ତା’ରି ଭାଷାରେ ଶ୍ରୀ ଜୈସୱାଲ ସତର୍କ ମଧ୍ୟ କରାଇଛନ୍ତି। ପାକିସ୍ତାନ ନିଜର ଭାରତ ବିରୋଧୀ ପ୍ରଳାପକୁ ନିୟନ୍ତ୍ରଣ ଭିତରେ ରଖୁ। ନିଜ ପ୍ରଳାପରେ ସଂଯମତା ରକ୍ଷା କରୁ। ନିକଟରେ ଯେମିତି ଭାରତ ତା’ର ଦମ୍ଭ ଦେଖାଇଥିଲେ। ପାକିସ୍ତାନର ଯେକୌଣସି ଦୁଃସାହସର ପରିଣାମ ଯନ୍ତ୍ରଣା ଦାୟକ ହେବ ବୋଲି ଜୈସୱାଲ କହିଛନ୍ତି। ଏଠାରେ ବୈଦେଶିକ ମନ୍ତ୍ରଣାଳୟ ମେ’ ମାସରେ ଭାରତୀୟ ସେନା କରିଥିବା ଅପରେସନ ସମ୍ପର୍କରେ ପାକିସ୍ତାନକୁ ମନେ ପକାଇ ଦେଇଛନ୍ତି।

Advertisment

ରବିବାର ଆମେରିକା ମାଟିରୁ ମୁନିର ଭାରତକୁ ଆଣବିକ ଯୁଦ୍ଧର ଧମକ ଦେଇଥିଲେ। ଏହାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମଧ୍ୟ ସମର୍ଥନ କରିଥିଲେ। ବାସ୍‌ ଏବେ ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି। ପୂର୍ବରୁ ମଧ୍ୟ ମୁନିରଙ୍କ ବୟାନକୁ ଭାରତ ସରକାର କଡ଼ା ଭାଷାରେ ନିନ୍ଦା କରିଥିଲେ।

Pakistan India