Advertisment

ପାକିସ୍ତାନ ଓ ଚାଇନାର ନାଲି ଆଖିକୁ ଫୁ: ଶ୍ରୀନଗରରେ ହେବେ ଜି-୨୦ ବୈଠକ

ଜି-୨୦ ଦେଶଗୁଡ଼ିକ ମଧ୍ୟରେ ଥିବା ସାଉଦି ଆରବ, ତୁର୍କୀ ଓ ଚାଇନା ଭଳି ଦେଶ ସହ ପାକିସ୍ତାନ ଯୋଗାଯୋଗ କରି କେମିତି ଶ୍ରୀନଗରରେ ଜି-୨୦ ବୈଠକ ନ ହେବ, ତା’ର ରଣନୀତି କରିଥିଲା।

India

India

Advertisment

ପାକିସ୍ତାନ ଓ ଚାଇନାର ଆପତ୍ତି ସତ୍ତ୍ୱେ ଭାରତ ସରକାର ଶ୍ରୀନଗରରେ ଜି-୨୦ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ବାରମ୍ବାର ଏପରି ବୈଠକକୁ ବିରୋଧ କରୁଥିବା ବେଳେ ନିକଟରେ ଚାଇନା ମଧ୍ୟ ପରୋକ୍ଷରେ ଆପତ୍ତି କରିଥିଲା। ହେଲେ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ସରକାର ଏଠାରେ ଜି-୨୦ ବୈଠକ ପାଇଁ ତାରିଖ ଘୋଷଣା କରିଛନ୍ତି।

Advertisment

ଭାରତ ସରକାର ଜି-୨୦ ବୈଠକ ଶ୍ରୀନଗରରେ ଆୟୋଜନ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ପାକିସ୍ତାନ ନୂଆ ଗୋଟି ଚାଳନା କରିଥିଲା। ଜି-୨୦ ଦେଶଗୁଡ଼ିକ ମଧ୍ୟରେ ଥିବା ସାଉଦି ଆରବ, ତୁର୍କୀ ଓ ଚାଇନା ଭଳି ଦେଶ ସହ ପାକିସ୍ତାନ ଯୋଗାଯୋଗ କରି କେମିତି ଶ୍ରୀନଗରରେ ଜି-୨୦ ବୈଠକ ନ ହେବ, ତା’ର ରଣନୀତି କରିଥିଲା।

ସେହିପରି ଭାରତ ସରକାର ଅରୁଣାଚଳ ପ୍ରଦେଶରେ ମଧ୍ୟ ଜି-୨୦ ବୈଠକ କରିଥିବାରୁ ଚାଇନା କ୍ଷୁବ୍ଧ ହୋଇଥିଲା। ଏଥିପାଇଁ ବେଜିଂ ପକ୍ଷରୁ ଏକତରଫା ଭାବେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ପରିବର୍ତ୍ତନ କରି ଦିଆଯାଇଥିଲା। ଏହାକୁ ଭାରତ ସରକାର ଗ୍ରହଣ କରି ନାହାନ୍ତି। ଚାଇନା କ୍ଷୁବ୍ଧ ଥିବାରୁ ପାକିସ୍ତାନ ଏହାର ଫାଇଦା ଉଠାଇ ଜମ୍ମୁ-କଶ୍ମୀର କାର୍ଡ ଖେଳିଥିଲା।

Advertisment

ହେଲେ ଭାରତ ସରକାର ସବୁ ପ୍ରକାରର ବିରୋଧ ଓ ଆପତ୍ତି ସତ୍ତ୍ୱେ ଜି-୨୦ ବୈଠକ ଶ୍ରୀନଗରରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜି-୨୦ ସମ୍ମିଳନୀର ପର୍ଯ୍ୟଟନ ୱାର୍କିଂ ଗ୍ରୁପର ବୈଠକ ମେ’ ୨୨ରୁ ୨୪ ଯାଏ ଶ୍ରୀନଗରରେ ହେବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି।

ଅରୁଣାଚଳ ପ୍ରଦେଶ ବୈଠକ ଭଳି ଚାଇନାର ପ୍ରତିନିଧି ଶ୍ରୀନଗରକୁ ଆସି ନ ପାରନ୍ତି। ହେଲେ ଶ୍ରୀନଗରରେ ବୈଠକ କରିବା ପ୍ରକ୍ରିୟାରୁ ଭାରତ ସରକାର କେବେ ହେଲେ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଜଣେ ଅଧିକାରୀ କହିଛନ୍ତି, “ଏହି ବୈଠକ ପାଇଁ ଗତବର୍ଷ ଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ଜି-୨୦ ବୈଠକ ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଆୟୋଜନ ହେବ। ଉଭୟ ଅରୁଣାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଏଠାରେ ମଧ୍ୟ ଜି-୨୦ ବୈଠକର ବିଭିନ୍ନ କାର୍ଯ୍ୟକ୍ରମ ହେବ।”

ଅରୁଣାଚଳ ପ୍ରଦେଶରେ ହୋଇଥିବା ବୈଠକରେ ପ୍ରାୟ ୫୦ଟି ଦେଶର ପ୍ରତିନିଧି ଯୋଗଦେଇଥିଲେ। ଏବେ ମଧ୍ୟ ଭାରତ ସରକାର ସେଭଳି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଛି ବୋଲି ପାକିସ୍ତାନ କରୁଥିବା ଦାବିର ଅସଲ ମୁଖା ଖୋଲିପାରିବ। ସେହିପରି ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ୱାଭାବିକ ରହିଛି ବୋଲି ଭାରତ ସରକାର ଏହି ବୈଠକ ମାଧ୍ୟମରେ ସାରା ବିଶ୍ୱକୁ ମଧ୍ୟ ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

Pakistan China India Jammu Kashmir G20 Meet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe