Advertisment

ସ୍ୱିଡନରେ କୁରାନ ଜାଳିବା ଘଟଣା: ଜାତିସଂଘରେ ପାକିସ୍ତାନକୁ ସମର୍ଥନ ଦେଲା ଭାରତ

ସ୍ୱିଡନରେ ପବିତ୍ର କୁରାନ ଜାଳିବା ଘଟଣାରେ ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନ ଏକ ସଂକଳ୍ପ ଆଣିଛି।

Protester holds the Quran

Protester holds the Quran

Advertisment

ଜାତିସଂଘରେ ପାକିସ୍ତାନକୁ ସମର୍ଥନ ଦେଲା ଭାରତ। ସ୍ୱିଡନରେ ପବିତ୍ର କୁରାନ ଜାଳିବା ଘଟଣାରେ ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନ ଏକ ସଂକଳ୍ପ ଆଣିଛି। ଧାର୍ମିକ ଘୃଣା ସହ ଜଡ଼ିତ ଡ୍ରାଫ୍ଟ ପ୍ରସ୍ତାବକୁ ବୁଧବାର ଅନୁମୋଦନ କରାଯାଇଛି। ପାକିସ୍ତାନର ଏହି ପ୍ରସ୍ତାବକୁ ମଧ୍ୟ ଭାରତ ସମର୍ଥନ କରିଛି। ଗତ ମାସରେ ସ୍ୱିଡେନର ରାଜଧାନୀ ଷ୍ଟକହୋମ୍‌ରେ ଜଣେ ବ୍ୟକ୍ତି ମସଜିଦ୍ ସମ୍ମୁଖରେ ପବିତ୍ର କୁରାନକୁ ଅପମାନିତ କରିଥିଲେ। ଏହି ଘଟଣାକୁ ସମସ୍ତ ଇସ୍‌ଲାମିକ ଦେଶ ସହିତ ୟୁରୋପିୟ ୟୁନିୟନ୍, ପୋପ୍ ଫ୍ରାନ୍ସିସ୍ ଓ ସ୍ୱିଡେନ୍ ସରକାର ନିନ୍ଦା କରିଥିଲେ।

Advertisment

ୟୁଏନ୍‌ଏଚ୍‌ଆରସି ତରଫରୁ ଟ୍ୱିଟ କରି ଡ୍ରାଫ୍ଟ ରିଜୋଲ୍ୟୁସନ୍‌ ଥରେ ଉପସ୍ଥାପିତ ହେବା ପରେ ମୌଖିକ ଭାବରେ ସଂଶୋଧନ କରାଯାଇଥିଲା। ଏହାର ଶୀର୍ଷକ ‘ଭେଦଭାବ, ଶତ୍ରୁତା କିମ୍ବା ହିଂସାକୁ ପ୍ରୋତ୍ସାହିତ କରୁଥିବା ଧାର୍ମିକ ଘୃଣାର ମୁକାବିଲା’ ଥିଲା। ୫୭ ମୁସଲିମ୍‌ ରାଷ୍ଟ୍ର ସମୁହ(ଓଆଇସି) ପକ୍ଷରୁ ପାକିସ୍ତାନ ଏହି ଡ୍ରାଫ୍ଟ ରିଜୋଲ୍ୟୁନ୍‌ ଉପସ୍ଥାପିତ କରିଥିଲା। ଯେଉଁଥିରେ କେତେକ ୟୁରୋପିୟ ତଥା ଅନ୍ୟାନ୍ୟ ଦେଶରେ ପବିତ୍ର କୁରାନକୁ ବାରମ୍ୱାର ଅପମାନିତ କରାଯିବା ଘଟଣାକୁ ନିନ୍ଦା କରାଯାଇଥିଲା।

ୟୁଏନ୍‌ଏଚ୍‌ଆରସିରେ ମୋଟ ୪୭ ସଦସ୍ୟ ଅଛନ୍ତି। ଓଆଇସିରେ କେବଳ ୧୯ ଦେଶ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ଉପରେ ଚୀନ୍ ସମର୍ଥନ ଦେଇଛି। ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ୍, ଜର୍ମାନୀ, ରୋମାନିଆ, ଲିଥୁଆ, କୋଷ୍ଟାରିକା ଓ ଫିନଲ୍ୟାଣ୍ଡ ସମେତ ୧୨ ଦେଶ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ନେପାଳ ସମେତ ୭ ଦେଶ ମତଦାନରୁ ନିବୃତ୍ତ ରହିଥିଲେ। ଫଳରେ ମୋଟ ୨୮ ଦେଶ ଏହାକୁ ସମର୍ଥନ ଦେଇଥିଲେ। ପାକିସ୍ତାନୀରେ ଖବର କାଗଜ ଡନ୍‌ ଏହି ସଂକଳ୍ପ ପାରିତକୁ ପାଶ୍ଚାତ୍ୟ ଦେଶମାନଙ୍କ ପରାଜୟ ବୋଲି କହିଛି।

Advertisment
Pakistan India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe